ଋଷି କପୁରଙ୍କୁ ମନେ ପକାଇଲେ ନୀତୁ, ଫଟୋ ଶେୟାର କରି କହିଲେ ଏମିତି

ମୁମ୍ବାଇ: ଭେଟେରାନ ଅଭିନେତା ଋଷି କପୁରଙ୍କ ଦେହାନ୍ତ ହେବାର ତିନି ବର୍ଷ ବିତିଗଲାଣି। କିନ୍ତୁ ଆଜି ବି ତାଙ୍କ ପ୍ରଶଂସକମାନେ ତାଙ୍କୁ ବହୁତ ମନେ ପକାଉଛନ୍ତି। ଋଷିଙ୍କ ପରିବାର ତାଙ୍କ ଅନୁପସ୍ଥିତିକୁ ସବୁବେଳେ ଝୁରି ହେଉଛନ୍ତି। ଅଭିନେତାଙ୍କ ସ୍ତ୍ରୀ ନୀତୁ କପୁର ସୋସିଆଲ ମିଡିଆରେ ତାଙ୍କ ସ୍ମୃତିରେ ପୋଷ୍ଟ ଶେୟାର କରିଛନ୍ତି।

ନୀତୁ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍‌। ସେ ପ୍ରାୟତଃ ସ୍ବାମୀ ତଥା ଅଭିନେତା ଋଷିଙ୍କୁ ମନେ ପକାଇଥାନ୍ତି। ତାଙ୍କ ସହ ଜଡ଼ିତ ପୋଷ୍ଟଗୁଡ଼ିକ ମଧ୍ୟ ଶେୟାର କରିଥା’ନ୍ତି। ରବିବାର ପୁଣି ଥରେ ନୀତୁ ଋଷିଙ୍କୁ ମନେ ପକାଇ ଏକ ପୋଷ୍ଟ ଶେୟାର କରିଛନ୍ତି।

ନୀତି ତାଙ୍କ ଇନ୍‌ଷ୍ଟାଗ୍ରାମରେ ଋଷିଙ୍କ ସହ ନିଜର ଏକ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ସେ ବିମାନରେ ବସିଥିବାର ନଜର ଆସିଛନ୍ତି। ଏହି ଋଷିଙ୍କ ମୁହଁରେ ଏକ ବଡ଼ ହସ ଫୁଟିଉଠିଛି। ଫଟୋରେ ଋଷି ମଧ୍ୟ ବହୁତ ଫିଟ୍‌ ଦେଖାଯାଉଛନ୍ତି। ଫଟୋ ଶେୟାର କରି ନୀତୁ ଏଥିରେ କ୍ୟାପଶନ ଲେଖିଛନ୍ତି, ୫ ବର୍ଷ ପୂର୍ବେ ଆଜି ଯେତେବେଳେ ଆମେ ଲଣ୍ଡନରେ ଖୁଲମ୍‌ଖୁଲା ଶୋ ପାଇଁ ବାହାରିଥିଲେ। ଯାହା ଖାସ୍‌ ଥିଲା।

Share