Categories: ଜାତୀୟ

ଅମରନାଥ ଯାତ୍ରା ପୂର୍ବରୁ ଆତଙ୍କବାଦୀ ଆକ୍ରମଣ ଯୋଜନା କରୁଛି ପାକିସ୍ତାନ

ଜମ୍ମୁ,୧୩ ।୩: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟିବା ୨ ବର୍ଷରୁ ଅଧିକ ସମୟ ହୋଇଥିବା ବେଳେ ଏହି ସମୟ ମଧ୍ୟରେ ଘାଟିରେ ଆତଙ୍କବାଦୀ ଆକ୍ରମଣ ମଧ୍ୟ କମ୍ ହୋଇଥିବା ଦେଖାଯାଇଛି । ହେଲେ ପାକିସ୍ତାନ ପୁଣିଥରେ ଘାଟିକୁ ଟାର୍ଗେଟ କରୁଥିବା ଦେଖାଗଲାଣି । ଘାଟିରେ ଅଶାନ୍ତ ପରିସ୍ଥିତି ସୃଷ୍ଟି କରିବା ସହ ଟାର୍ଗେଟ କିଲିଂ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଟାର୍ଗେଟରେ ରହୁଛନ୍ତି ପ୍ରଞ୍ଚାୟତ ପ୍ରତିନିଧି, ପୋଲିସ ଓ ଯବାନ । ଗୁଇନ୍ଦା ସଂସ୍ଥାକୁ ମିଳିଥିବା ଖବର ଅନୁଯାୟୀ, ଅମରନାଥ ଯାତ୍ରା ପୂର୍ବରୁ ଓ ଗ୍ରୀଷ୍ମ ଋତୁରେ ପର୍ଯ୍ୟଟକ ଆସିବା ଆରମ୍ଭ ହେବା ପୂର୍ବରୁ ଘାଟିରେ ପାକିସ୍ତାନ ଆତଙ୍କବାଦୀ ସଂସ୍ଥା ଆଇଏସ୍ ସ୍ଥିତି ବିଗାଡିବା ମୁଡରେ ରହିଛି । ୩୭୦ ହଟିଯିବା ପରେ ଘାଟିରେ ଆତଙ୍କବାଦୀ ଆକ୍ରମର ଯୋଜନା ପଣ୍ଡ ହୋଇ ଯାଉଥିବା ବେଳେ ଏବେ ପାକିସ୍ତାନ ଆତଙ୍କବାଦୀ ସଂସ୍ଥା ନୂଆ ଯୋଜନାରେ ଥିବା ଗୁଇନ୍ଦା ସଂସ୍ଥା ପକ୍ଷରୁ କୁହାଯାଇଛି ।

Share