ନକାରାତ୍ମକ ସିବିଏସ୍‌ଇ

ନିକଟରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀର ଟର୍ମ -୧ର ଇଂଲିଶ୍‌ ଭାଷା ପରୀକ୍ଷାରେ ନାରୀ ସ୍ୱାଧୀନତା ବିରୋଧୀ ଏକ ବିଚିତ୍ର ବିଷୟ ପଚରାଯାଇଛି। ସବୁ ଗଣମାଧ୍ୟମରେ କୁହାଯାଇଛି ଯେ, ଏହି ନାରୀ ବିରୋଧୀ ଚିନ୍ତା ପ୍ରଶ୍ନରେ ଆସିଛି। କିନ୍ତୁୁ ଏହାକୁ ମନଦେଇ ପଢ଼ିଲେ ଅନ୍ୟ ଏକ ମାରାତ୍ମକ ଦିଗ ଜଣାପଡୁଛି। ଏଥିରେ ମୂଳ ଲକ୍ଷ୍ୟ ଭାବେ କୁହାଯାଇଛି ଯେ ପିଲାମାନେ କୌଣସି ଭଲ କାମ କରନ୍ତି ନାହିଁ ଏବଂ ସେମାନଙ୍କୁ ଶାସନ କରିବା ହେଉଛି ଏକ ମାତ୍ର ବାଟ। ଯେଉଁ ମୂଳ ଲେଖା ଉପରେ କେତୋଟି ପ୍ରଶ୍ନ ପଚାରାଯାଇଛି, ସେହି ଲେଖାରେ ମହିଳାମାନଙ୍କୁ ଉପଦେଶ ଦିଆଯାଇଛି ଯେ ସ୍ୱାମୀଙ୍କ ଚରଣ ସ୍ପର୍ଶ ହୋଇ ରହିପାରିଲେ ପିଲାଙ୍କୁ ଆୟତ୍ତ କରି ରଖିହେବ। ଏହି ଲେଖାର ବିକୃତ ମନୋଭାବ ଦ୍ୱାରା କେବଳ ମହିଳାମାନଙ୍କୁ ନ୍ୟୂନ କରାଯାଇଛି ତାହା ନୁହେଁ, ଭାରତର ପ୍ରତ୍ୟେକ ପରିବାରରେ ଥିବା ପିଲାଙ୍କୁ କିଭଳି ଭାବେ ଲଗାମ ଲଗାଇ ରଖାଯିବ ତାହାର ବାଟ ଦେଖାଇଦିଆଯାଇଛି। ଏହାର ମୂଳ ଲକ୍ଷ୍ୟ ଭାବେ ଆସନ୍ତାକାଲିର ପିଢ଼ିକୁ ମଧ୍ୟ ଆଦିମ ଯୁଗର ଚିନ୍ତାଧାରାରେ ଗଢ଼ିତୋଳିବାର ଏକ ମାରାତ୍ମକ ପ୍ରଚେଷ୍ଟା କରାଯାଇଛି। ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ଆଜିର ସମୟରେ ତଥାକଥିତ ‘ନୂଆ ଭାରତ’ ଗଠନର ଯେଉଁ ପ୍ରୟାସ ଚାଲିଛି, ଏହି ଲେଖା ସେହିି ଦିଗକୁ ସ୍ପଷ୍ଟଭାବେ ଇଙ୍ଗିତ କରୁଛି। ଉଦାହରଣ ସ୍ବରୂପ ଏଥିତ୍ରେ ଥିବା ଦୁଇଟି ପ୍ରଶ୍ନକୁ ଦେଖାଯାଉ। ପ୍ରଥମଟି ହେଲା-‘ ଏହି ଲେଖାର ଉଚିତ ଶୀର୍ଷକ କ’ଣ ହେବା ଦରକାର’। ଦିଆଯାଇଥିବା ଇଚ୍ଛାଧୀନ ଉତ୍ତର ହେଲା (କ) ପିଲାଙ୍କ ମଧ୍ୟରେ ବିଶୃଙ୍ଖଳା ପାଇଁ କିଏ ଦାୟୀ, (ଖ) ଘରେ ଶୃଙ୍ଖଳାଭଙ୍ଗ, (ଗ) ଘରେ ପିଲା ଓ ଚାକରଙ୍କ ସ୍ଥାନ କେଉଁଠି, (ଘ) ପିଲାର ମନସ୍ତତ୍ତ୍ୱ। ଅନ୍ୟ ଏକ ପ୍ରଶ୍ନ ହେଲା- ‘ଏହି ପାଠର ଲେଖକ କିଏ’। ଏହାର ଉତ୍ତର (କ) ମହିଳା ଦମନକାରୀ ଚିନ୍ତାଧାରା ପୋଷଣ କରୁଥିବା ପୁରୁଷ, (ଖ) ଜୀବନକୁ ଅତି ହାଲୁକା ଭାବେ ଦେଖୁଥିବା ବ୍ୟକ୍ତି, (ଗ) ଅସନ୍ତୁଷ୍ଟ ସ୍ବାମୀ, (ଘ) ପରିବାରର ଶୁଭଚିନ୍ତକ।
ଉଭୟ ପ୍ରଶ୍ନରେ ଦିଆଯାଇଥିବା ବିଭିନ୍ନ ଉତ୍ତର ଦେଖିଲେ ସବୁଗୁଡ଼ିକ ବିକୃତ ଓ ଅବାସ୍ତବ ବୋଲି ବୁଝାପଡ଼ୁଛି। ଏହା କେବଳ ମହିଳାଙ୍କୁ ହୀନ ଭାବେ ଦର୍ଶାଇବା ସହିତ ପିଲାଙ୍କୁ ମଧ୍ୟ ଅତ୍ୟନ୍ତ ନ୍ୟୂନ ଦୃଷ୍ଟିରେ ଦର୍ଶାଯାଉଛି। କୁହାଯାଉଛି ପିଲାମାନେ ହେଉଛନ୍ତି ଆସନ୍ତାକାଲିର ପିଢ଼ି। ସେମାନେ ହେଲେ ଭବିଷ୍ୟତର ଏହି ଦେଶର ମଙ୍ଗଧାରୀ। କିନ୍ତୁ ଏହିଭଳି ଲେଖାକୁ ବିଧିବଦ୍ଧ ଭାବେ ପାଠ୍ୟକ୍ରମରେ ପ୍ରବେଶ କରାଇ ଯେଉଁ ବାର୍ତ୍ତା ଦିଆଯିବାର ପ୍ରଚେଷ୍ଟା ଆରମ୍ଭ ହୋଇଛି, ତାହା ଏକ ଆଧୁନିକ ସମାଜ ଗଢ଼ିବା ପରିବର୍ତ୍ତେ ଧ୍ୱଂସ କରୁଛି। ଏହା ମନେ ରଖିବାକୁ ହେବ ଯେ, ଏଭଳି ପ୍ରଶ୍ନପତ୍ର ପ୍ରସ୍ତୁତି ଅନେକ ସ୍ତର ଦେଇ ଯାଇଥାଏ। କେଉଁ ଗୋଟିଏ ଗ୍ରାମାଞ୍ଚଳର ଶିକ୍ଷକ ଏହାକୁ ପ୍ରସ୍ତୁତ କରିନାହିଁ। ଖୋଦ୍‌ କେନ୍ଦ୍ର ସରକାରଙ୍କ ଦ୍ୱାରା ନିୟନ୍ତ୍ରଣାଧୀନ ସିବିଏସ୍‌ଇ ସଂସ୍ଥା ପାଇଁ କରଦାତାଙ୍କର ଅନେକ ଶହ କୋଟି ଟଙ୍କା ପ୍ରତିବର୍ଷ ଖର୍ଚ୍ଚ କରାଯାଉଛି। ସେଥିରେ କାର୍ଯ୍ୟରତ ଶିକ୍ଷାବିତ୍‌ମାନେ ଅତ୍ୟନ୍ତ ଉଚ୍ଚକୋଟୀର ବୋଲି ବାରମ୍ବାର ଦେଶବାସୀଙ୍କୁ ଧାରଣା ଦିଆଯାଉଛି।
ପ୍ରତିବାଦ ହେବା ପରେ ସିବିଏସ୍‌ଇ କର୍ତ୍ତୃପକ୍ଷ ଦୁଃଖ ପ୍ରକାଶ କରି କହିଛନ୍ତି ଯେ, ଏଭଳି ତ୍ରୁଟି ଭବିଷ୍ୟତରେ କେବେ ଘଟିିବ ନାହିଁ। ଏଥିତ୍ସହିତ ଆହୁରି ମଧ୍ୟ କହିଛନ୍ତି ଯେ, ଉକ୍ତ ପ୍ରଶ୍ନକୁ ବାତିଲ କରିବା ସହ ପରୀକ୍ଷାର୍ଥୀଙ୍କୁ ଏହି ପ୍ରଶ୍ନଗୁଡ଼ିକ ପାଇଁ ପୂର୍ଣ୍ଣ ନମ୍ବର ମିଳିବ। ଯିଏ ବୁଝିବାକୁ ଇଚ୍ଛୁକ ନୁହେଁ ସେଭଳି ବ୍ୟକ୍ତି ଏହି ପଶ୍ଚାତ୍‌ପଦ(ରିଗ୍ରେସିଭ୍‌) ଚିନ୍ତାଧାରାକୁ ସ୍ବୀକାର କରୁଥାଇପାରନ୍ତି। ବିପଦଟି ହେଲା ଯେ ସବୁ ପରୀକ୍ଷାର୍ଥୀ ଏହି ଲେଖାକୁ ପଢ଼ି, ବୁଝି ତାହାର ଉତ୍ତର ଦେବାକୁ ଚେଷ୍ଟା କରି ସାରିଛନ୍ତି। ଅର୍ଥାତ୍‌ ଏଭଳି ମାରାତ୍ମକ ଓ ନକାରାତ୍ମକ ଚିନ୍ତାଧାରାକୁ ପିଲାଙ୍କ ମୁଣ୍ଡରେ ପୂରାଇ ଦିଆଯାଇ ସାରିଲାଣି।
ଅନ୍ୟପଟେ ଏକ ସକାରାମତ୍କ ଚିନ୍ତା ମଧ୍ୟ ଗଢ଼ିଉଠିଛି। ପରୀକ୍ଷା ଦେଇ ଫେରୁଥିବା ପିଲାମାନଙ୍କଠାରୁ ଏହି ଲେଖା ସମ୍ପର୍କରେ ସୋସିଆଲ ମିଡିଆରେ ଖବର ବ୍ୟାପିଗଲା। ସ୍ବଳ୍ପ ସମୟ ମଧ୍ୟରେ ପ୍ରତିକ୍ରିୟା ଅତ୍ୟନ୍ତ ତୀବ୍ର ହେବା ଫଳରେ ସିବିଏସ୍‌ଇ ତୁରନ୍ତ ପଛଘୁଞ୍ଚା ଦେବାକୁ ବାଧ୍ୟ ହେଲା। ଏଥିରୁ ଜଣାପଡ଼ୁଛି ଯେ, ଭାରତରେ ଏହିଭଳି ପୁରାତନ ଚିନ୍ତାଧାରା ପୂରାଇବା ଗୋଷ୍ଠୀ କ୍ଷମତାକୁ ଅପବ୍ୟବହାର କରୁଥିବାବେଳେ ଆଧୁନିକ ଚିନ୍ତାଧାରା ପୋଷଣ କରୁଥିବା ଦେଶବାସୀ ତୁରନ୍ତ ବିରୋଧ କରିବାକୁ ପଛାଉନାହାନ୍ତି। ଏଥିରୁ ବୁଝିବାକୁ ହେବ ଯେ, ସାମାଜିକ ପରିସ୍ଥିତିରେ ଅନେକ ପରିବର୍ତ୍ତନ ଘଟିଲାଣି। ଅନ୍ୟ ଭାଷାରେ କହିଲେ କୌଣସି ଗୋଟିଏ ନକାରାତ୍ମକ ଚିନ୍ତାଧାରା ଏହି ଦେଶକୁ କବଳିତ କରିପାରିବ ନାହିଁ। ଏବେ ମଧ୍ୟ ଆଧୁନିକ ଚିନ୍ତାଧାରା ଜାଗ୍ରତ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁଖର ଗାଣିତିକ ପରିପ୍ରକାଶ

ଅନେକ ଖୁସିର ସମାହାର ହିଁ ସୁଖ। ତେବେ ଖୁସି କେବେ ବି ବାହାରୁ ମିଳେ ନାହିଁ। ଉପଲବ୍ଧ ନ ଥାଏ କେଉଁଠି ବାହାରେ। ଖୁସି କେଉଁଠି...

ଆଧ୍ୟାତ୍ମିକ ରାଷ୍ଟ୍ରବାଦ ଓ ଶ୍ରୀଅରବିନ୍ଦ

ପୃଥିବୀର ଅନେକ ରାଜନେତା, ରାଜନୀତି ବିଶାରଦ ଓ ଦାର୍ଶନିକ ରାଷ୍ଟ୍ରବାଦର କଥା କହିଛନ୍ତି, କିନ୍ତୁ ଆଧ୍ୟାତ୍ମିକ ରାଷ୍ଟ୍ରବାଦର କଥା ଆମେ ଜାଣିବାରେ ଏକା ଶ୍ରୀଅରବିନ୍ଦ ହିଁ...

ମା’ ଧରିତ୍ରୀ

ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ୨୯ତମ କନ୍‌ଫରେନ୍ସ ଅଫ୍‌ ପାର୍ଟିଜ୍‌(କପ୍‌୨୯) ଆଜରବୈଜାନ ରାଜଧାନୀ ବାକୁଠାରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବ ୟୁରୋପ ଓ ପଶ୍ଚିମ ଏସିଆର ସୀମାନ୍ତରେ ଅବସ୍ଥିତ...

କୃତଜ୍ଞତାର ସ୍ବର

ବୁଝିଲ ବନ୍ଧୁ, ଈଶ୍ବରଙ୍କ ଆଶୀର୍ବାଦରୁ ଆମେ ଏ ଜୀବନ ପ୍ରାପ୍ତ ହେଇଛେ ସତ, ହେଲେ ଆମ ଜୀବନରେ ଆମ ମା’ବାପା, ଭାଇ ବନ୍ଧୁ, ପୃଥିବୀ, ଆକାଶ,...

ଆଚାର୍ଯ୍ୟ, ଅବଧାନ ଓ ଶିକ୍ଷକ

ବୈଦିକ ଯୁଗରେ ଅରଣ୍ୟରେ ଥିବା ଋଷିମାନଙ୍କର ଆଶ୍ରମଗୁଡ଼ିକ ଥିଲା ବିଦ୍ୟାଦାନର କେନ୍ଦ୍ର। ଧନୀ, ଗରିବ, ରାଜପୁତ୍ର ସମସ୍ତେ ସେଠାରେ ଏକତ୍ର ବିଦ୍ୟାଗ୍ରହଣ କରୁଥିଲେ। ସନ୍ଦିପନୀ ଉଭୟ...

ସମ୍ପ୍ରସାରଣର ଶାସନ

ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରୁ ଅବସର ପରେ ବରିଷ୍ଠ ସିଭିଲ ସର୍ଭାଣ୍ଟଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପିତ କରାଯାଇଆସୁଛି। ମୋଦି ସରକାର କ୍ଷମତାକୁ ଫେରିବାର ସପ୍ତାହକ ପରେ...

ସଦ୍‌ଗୁରୁ ଓ ସତ୍‌ନାମ

ଆମର ଗୋଟାଏ ଦୋଷ ଯେ, କିଛି ନ ବୁଝି, ମହାପୁରୁଷଙ୍କ ଉପରେ ମୂଳରୁ ଭରଷା କରୁ। ଭଗବତ୍‌ ଶକ୍ତିରେ ଅଲୌକିକ ଭାବରେ ସବୁ ସେ କରିଦେବେ...

ବିଷମୁକ୍ତ ହେବ କି ଭାତହାଣ୍ଡି

ମ୍ପ୍ରତିକ ସମୟକୁ ଲକ୍ଷ୍ୟକଲେ କୃଷି ହିଁ ଆମ ଭବିଷ୍ୟତ ବୋଲି କୁହାଯାଇପାରେ। ଏହି କୃଷି ଆମ ଅର୍ଥନୀତିର ସଂସ୍କାରକ। ଆମ ରାଜ୍ୟରେ ସତୁରି ଭାଗରୁ ଅଧିକ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri