ନେଗେଟିଭ ଆସିଲା କୋଭିଡ ରିପୋର୍ଟ: ବିଧାନସଭା ଯିବେ ରେଙ୍ଗାଲି ବିଧାୟକ

ସମ୍ବଲପୁର,୨୭।୧୧(ବ୍ୟୁରୋ): ସମ୍ବଲପୁର ଜିଲା ରେଙ୍ଗାଲି ବିଧାୟକ ତଥା ଭାଜପା ରାଜ୍ୟ ଉପସଭାପତି ନାଉରୀ ନାୟକ କୋଭିଡ ପଜିଟିଭ ଥିବାରୁ ବିଧାନସଭାରେ ଅନୁପସ୍ଥିତ ରହୁଥିଲେ। ହେଲେ ଗୁରୁବାର ପୁଣି ଥରେ ତାଙ୍କ ସ୍ବାବ ସଂଗ୍ରହ କରି ପରୀକ୍ଷା କରାଯାଇଥିଲା। ରିପୋର୍ଟ ନେଗେଟିଭ ଆସିବାରୁ ସେ ଶୁକ୍ରବାରଠାରୁ ବିଧାନସଭା ଅଧିବେଶନରେ ଯୋଗଦେଇ ପାରିବେ।
ସୂଚନାଯୋଗ୍ୟ ଯେ, ବିଧାନସଭା ପୂର୍ବରୁ ସମସ୍ତ ବିଧାୟକ, ମନ୍ତ୍ରୀଙ୍କ କୋଭିଡ ପରୀକ୍ଷା କରାଯାଇଥିଲା । ସେ ସମୟରେ ନାଉରୀଙ୍କ ପଜିଟିଭ ଆସିଥିଲା । ହେଲେ କୌଣସି ଲକ୍ଷଣ ନଥିବାରୁ ସେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ମେଡିକାଲରେ ପୁଣିଥରେ ପରୀକ୍ଷା କରାଇଥିଲେ । ପରେ ରିପୋର୍ଟ ନେଗେଟିଭ ଆସିଛି।

Share