Categories: ଜାତୀୟ

ପଶ୍ଚିମବଙ୍ଗ ଆସିଲେ ନେଗେଟିଭ୍‌ ରିପୋର୍ଟ ବାଧ୍ୟତାମୂଳକ

କୋଲକାତା,୬।୫: ପଶ୍ଚିମବଙ୍ଗକୁ ବିମାନ, ଟ୍ରେନ୍‌ କିମ୍ବା ଆନ୍ତଃରାଜ୍ୟ ବସ୍‌ରେ ଆସିବାକୁ ଥିଲେ ଆର୍‌ଟି-ପିସିଆର୍‌ ନେଗେଟିଭ୍‌ ରିପୋର୍ଟ ସାଙ୍ଗରେ ଆଣିବା ବାଧ୍ୟତାମୂଳକ ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି। କରୋନା ସଂକ୍ରମିତ ଯାତ୍ରୀଙ୍କୁ ୧୪ ଦିନ କ୍ୱାରାଣ୍ଟାଇନରେ ରଖାଯିବ। ଶୁକ୍ରବାର ଏହି ନିୟମ ଲାଗୁ ହେବ। ପଶ୍ଚିମବଙ୍ଗକୁ ଆସୁଥିବା ବ୍ୟକ୍ତି ୭୨ ଘଣ୍ଟା ମଧ୍ୟରେ ଆର୍‌ଟି-ପିସିଆର୍‌ ପରୀକ୍ଷା ହୋଇଥିବା ଦରକାର।

Share