ରେଳ ବିକାଶରେ ଜିଲାକୁ ଅବହେଳା

ବାରିପଦା ଅଫିସ,୧୪।୨: କେନ୍ଦ୍ରର ଭାଜପା ସରକାର ରେଳ ବଜେଟ୍‌ରେ ମୟୂରଭଞ୍ଜ ଜିଲାକୁ ଅବହେଳା କରିଥିବା ଅଭିଯୋଗ ଆଣି ବିଜେଡି ପକ୍ଷରୁ ସୋମବାର ତିନି ଘଣ୍ଟିଆ ପ୍ରତିବାଦ କରାଯାଇଛି। ଜିଲା ମୁଖ୍ୟାଳୟ ବାରିପଦା, ରାଇରଙ୍ଗପୁର, କରଞ୍ଜିଆ ଓ ଉଦଳାରେ ଦଳ ବିକ୍ଷୋଭ ପ୍ରଦର୍ଶନ କରିଛି। ଏନେଇ ରେଳମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଉପଜିଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି। ଜିଲାରେ ରେଳ ବିକାଶ ନିମନ୍ତେ କେନ୍ଦ୍ର ସରକାର ଉପଯୁକ୍ତ ପଦକ୍ଷେପ ଗ୍ରହଣ ନ କଲେ ଆଗାମୀ ଦିନରେ ଗ୍ରାମଞ୍ଚଳଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଜିଲାବ୍ୟାପୀ ଆନ୍ଦୋଳନ କରାଯିବ ବୋଲି କଡ଼ା ଚେତାବନୀ ଦିଆଯାଇଛି।
ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡି ମୟୂରଭଞ୍ଜ-୧ର ସଭାପତି ତଥା ବିଧାୟକ ସୁଦାମ ମାରାଣ୍ଡିଙ୍କ ସଭାପତିତ୍ୱରେ ବିକ୍ଷୋଭ ସମାବେଶ ତଥା ପ୍ରତିବାଦ ସଭା ହୋଇଥିଲା। ଜିଲାର ପ୍ରମୁଖ ରେଳପଥ ବୁଢାମରା-ଚାକୁଳିଆ, ବାଙ୍ଗିରିପୋଷି-ଗୋରୁମହିଷାଣୀ ଓ ବାଦାମପାହାଡ-କେନ୍ଦୁଝରର ସର୍ଭେ କାର୍ଯ୍ୟ ସମାପ୍ତ ହୋଇସାରିଥିଲେ ମଧ୍ୟ ଚଳିତ ବଜେଟରେ କୌଣସି ଅନୁଦାନ ନୂତନ ରେଳପଥ ପାଇଁ ଘୋଷଣା କରା ନ ଯିବା ଜିଲାବାସୀଙ୍କ ମନରେ ଗଭୀର ଆଘାତ ଦେଇଛି। ଆଦିବାସୀ ଅଧ୍ୟୁଷିତ ଜିଲାକୁ ରେଳ ବିକାଶ ନିମନ୍ତେ ଏକ ହଜାର ଟଙ୍କା ଦେବାକୁ ନେଇ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ନିନ୍ଦା କରିଛି ବିଜେଡି। ୨୦୧୯ ସାଧାରଣ ନିର୍ବାଚନରେ ଜିଲାବାସୀ ବହୁମତ ସାବ୍ୟସ୍ତ କରି ଜିଲାକୁ ୬ ବିଧାୟକ ଓ ଦୁଇ ଲୋକ ସଭାକୁ ନିର୍ବାଚିତ କରିଥିଲେ। ପରେ କେନ୍ଦ୍ରମନ୍ତ୍ରୀ ପଦରେ ଥାଇ ମଧ୍ୟ ଜିଲା ପ୍ରତି ଅବହେଳା ପ୍ରଦର୍ଶନ କରିବା ସମସ୍ତଙ୍କୁ ପ୍ରତାରଣା ବୋଲି ଉପସ୍ଥିତ ବିଜେଡି ନେତୃବୃନ୍ଦ ସମାଲୋଚନା କରିଥିଲେ। ପୂର୍ବତନ ମନ୍ତ୍ରୀ ସରୋଜିନୀ ହେମ୍ବ୍ରମ, ପ୍ରାକ୍ତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି, ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଡା. ଦେବାଶିଷ ମାରାଣ୍ଡି, ବାରିପଦା ପୌରାଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତି, ପୌର ଉପାଧ୍ୟକ୍ଷା ସୀମା ଦାସ, ଏମ୍‌ସିସି ବ୍ୟାଙ୍କ ସଭାପତି ସୁବ୍ରମଣ୍ୟମ ମହାନ୍ତି, ଜିତେନ୍ଦ୍ର ମହାନ୍ତି, ପ୍ରାକ୍ତନ ବିଧାୟକ ଗଣେଶ୍ୱର ପାତ୍ର, ଛାତ୍ର ସଭାପତି ସୁନୀଲ ନାୟକ, ଯୁବ ସଭାପତି ଅରୁଣ ବରାଡ, ମହିଳା ସଭାନେତ୍ରୀ ଦୀପ୍ତିଲତା ମିଶ୍ର, ପ୍ରଭାତ ନାୟକ, କାଉନସିଲର ପୂଜା ତରେଇ, ପୂଜା ଶର୍ମା, ସବିତା ପାଲ, ଆରାଧନା ମହାନ୍ତି, ସୁକେଶିନୀ ସେଠୀ, ଦୀପ୍ତିରେଖା ପଟ୍ଟନାୟକ, ଜିତା ସିଂ, ପ୍ରଭାତୀ ପୃଷ୍ଟି ପ୍ରମୁଖ ବିକ୍ଷୋଭରେ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିରୋଧ ସତ୍ତ୍ୱେ ୪୦୦ ଏକର ଜଙ୍ଗଲ ସଫା କଲେ ତେଲଙ୍ଗାନା ସରକାର: ପରିବେଶବିତ୍‌ କ୍ଷୁବ୍ଧ

ହାଇଦ୍ରାବାଦ,୨।୪: ତେଲଙ୍ଗାନାର କଂଗ୍ରେସ ସରକାର ପକ୍ଷରୁ ହାଇଦ୍ରାବାଦର କାଞ୍ଚା ଗଛିବୋୱଲି ଅଞ୍ଚଳର ୪୦୦ ଏକର ଜମିରୁ ଗଛଲତା ହଟାଇ ସଫା କରାଯାଉଛି। ସରକାରଙ୍କ ଏହି ପଦକ୍ଷେପରେ...

ହାଇଓ୍ବା ଜବତ, ଜଣେ ଅଟକ

କେନ୍ଦୁଝର,୨।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବନ ବିଭାଗ ପାଟଣା ରେଞ୍ଜ ଚାଙ୍ଗୁପଡ଼ା ଗ୍ରାମ ନିକଟ ବୈତରଣୀ ନଦୀରୁ ବେଆଇନ ବାଲି ଉତ୍ତୋଳନ କରୁଥିବା ଏକ...

ୱକଫ ବିଲ୍‌କୁ ନେଇ ବଦଳିଲା BJDର ନିଷ୍ପତ୍ତି, ରାଜ୍ୟ ରାଜନୀତିରେ ହଇଚଇ

ନୂଆଦିଲ୍ଲୀ/ଭୁବନେଶ୍ୱର, ୨।୪: ବିଜୁ ଜନତା ଦଳ (ବିଜେଡି) କେନ୍ଦ୍ର ସରକାରଙ୍କ ଓ୍ବକଫ (ସଂଶୋଧନ) ବିଲ ୨୦୨୪କୁ କଡ଼ା ବିରୋଧ କରିଛି। ଏହି ବିଲ ମୁସଲିମ ସମ୍ପ୍ରଦାୟର...

ପୁଣି ବଢ଼ିଲା କିଟ୍‌ ଅଡ଼ୁଆ, ମୃତ ଛାତ୍ରଙ୍କ ବାପା କହିଲେ…

ଭୁବନେଶ୍ୱର,୨।୪: ପୁଣି ବଢ଼ିଲା କିଟ୍‌ ଅଡ଼ୁଆ। କିଟ୍‌ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ମୃତ ଛାତ୍ରଙ୍କ ଅର୍ଣ୍ଣବଙ୍କ ବାପା। କିଟ୍‌ କର୍ତ୍ତୃପକ୍ଷଙ୍କ ଅବହେଳାରୁ ପୁଅର ମୃତ୍ୟୁ...

ଚମକାଇଲା ନୂଆ ଅଧ୍ୟୟନ, ପୁରୁଷଙ୍କ ତୁଳନାରେ ମହିଳାଙ୍କର ଶୁଣିବା କ୍ଷମତା ପ୍ରଖର

ପ୍ରାୟତଃ ଆପଣ ଲୋକମାନଙ୍କୁ ମଜାରେ କହିବାର ଶୁଣିଥିବେ ଯେ ମହିଳାଙ୍କ କାନ ବହୁତ ପ୍ରଖର ଥାଏ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମଜାରେ...

କମେଣ୍ଟ ମରାକୁ ନେଇ ରାଜଧାନୀରେ ବୁଲିଲା ଖଣ୍ଡା: ୨ ଗୁରୁତର

ଭୁବନେଶ୍ୱର,୨।୪: ରାଜଧାନୀରେ ବୁଲିଲା ଖଣ୍ଡା। ଏଥିରେ ୨ ଯୁବକ ଗୁରୁତର ହୋଇଛନ୍ତି। ଖଣ୍ଡଗିରି ଥାନା ପାତ୍ରପଡ଼ାରେ ୨ ଯୁବକଙ୍କୁ ହାଣି ପକାଇଛନ୍ତି। କମେଣ୍ଟ ମରା ଓ...

ଲୋକ ସଭାରେ ଆଗତ ହେଲା ଓ୍ବକ୍‌ଫ ବିଲ୍‌, ସରକାରୀ ସମ୍ପତ୍ତି ଓ୍ବକଫ ସମ୍ପତ୍ତି ହେବ ନାହିଁ

ନୂଆଦିଲ୍ଲୀ,୨।୪: ବିବାଦୀୟ ଓ୍ବକ୍‌ଫ (ସଂଶୋଧନ) ବିଲ୍‌ ଉପରେ ବୁଧବାର ଲୋକ ସଭାରେ ଆଲୋଚନା ହୋଇଛି। ବିଲ୍‌କୁ ଗୃହୀତ କରାଇବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ତେବେ...

ଏର୍ଦୋଗାନଙ୍କ ଗୋଟିଏ ପଦକ୍ଷେପ ନେତାନ୍ୟାହୁଙ୍କ ନିଦ ହଜାଇଲାଣି!

ଜେରୁଜେଲମ,୨।୪: ତୁର୍କୀ ସେନା ସିରିଆର T-4 ଏୟାରବେସ କବଜା କରିବାକୁ ଚେଷ୍ଟା ଆରମ୍ଭ କରିଛି ଏବଂ ଏଠାରେ ଏକ ଶକ୍ତିଶାଳୀ ବାୟୁ ପ୍ରତିରକ୍ଷା ପ୍ରଣାଳୀ ମୁତୟନ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image