ନୂଆଦିଲ୍ଲୀ, ୬।୨ : ଜାନୁୟାରୀ ୫ରେ ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ସମୟରେ ହୋଇଥିବା ସୁରକ୍ଷା ଅବହେଳାର ଯାଞ୍ଚ୍ ପାଇଁ ଗଠିତ ହୋଇ ଥିବା ଟିମ୍ ରବିବାର ଫିରୋଜପୁରରେ ପହଞ୍ଚିଛନ୍ତି। ଅବସର ପ୍ରାପ୍ତ ବିଚାରପତି ଇନ୍ଦୁ ମାଲହୋତ୍ରାଙ୍କ ନେତୃତ୍ୱରେ ୫ ଜଣିଆ ଯାଞ୍ଚ୍ ଟିମ୍ ରାଲିସ୍ଥଳ ପରିଦର୍ଶନ କରିଛନ୍ତି। ପ୍ରଧାନମନ୍ତ୍ରୀ ଯେଉଁ ଫ୍ଲାଏ ଓଭରରେ ୧୫ରୁ ୨୦ ମିନିଟ୍ ଅଟକି ରହିଥିଲେ ତାହାର ପରିଦର୍ଶନ ମଧ୍ୟ ଯାଞ୍ଚ୍ ଟିୀମ୍ କରିଛନ୍ତି।
ଇନ୍ଦୁ ମାଲହୋତ୍ରାଙ୍କ ସହିତ ଚଣ୍ଡିଗଡ଼ ଡିଜିପି, ରାଷ୍ଟ୍ରୀୟ ଯାଞ୍ଚ୍ ଏଜେନ୍ସି (ଏନ୍ଆଇଏ) ଆଇଜି, ପଞ୍ଜାବର ସୁରକ୍ଷା ଏଡ଼ିଜିପି, ପଞ୍ଜାବ ଏବଂ ହରିଆଣା ହାଇକୋର୍ଟର ରେଜିଷ୍ଟ୍ରାର୍ ଜେନେରାଲ ଏହି ଅବସରରେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି।
ସୂଚନାଯୋଗ୍ୟ, ଜାନୁୟାରୀ ୧୨ରେ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହି ୫ ଜଣିଆ ଯାଞ୍ଚ୍ ଟିମ୍ ଗଠନ କରାଯାଇଥିଲା।