ବିଦ୍ୟୁତ୍‌ ବଣ୍ଟନରେ କେବିକେ ଅଞ୍ଚଳକୁ ଅବହେଳା

ଭୁବନେଶ୍ୱର,୨ା୧୦(ବ୍ୟୁରୋ): ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି କେବିକେ ଅଞ୍ଚଳକୁ ବିଦ୍ୟୁତ୍‌ ବଣ୍ଟନରେ ରାଜ୍ୟ ସରକାର ଅବହେଳା କରୁଥିବା କହିଛନ୍ତି। ଇନ୍ଦ୍ରାବତୀ, କୋଲାବ, ମାଛକୁଣ୍ଡ, ବାଲିମେଳା ଦ୍ୱାରା ୭୬% ଜଳବିଦ୍ୟୁତ୍‌ କେବିକେ ଅଞ୍ଚଳ ଓଡ଼ିଶାକୁ ଦେଉଥିଲେ ମଧ୍ୟ ସେହି ଅଞ୍ଚଳକୁ ଅବହେଳା କରାଯାଉଛି। ସେଠାରୁ ବିଦ୍ୟୁତ୍‌ ଆସି ଉପକୂଳରେ ଦିଆଯାଉଛି, ହେଲେ ସେଠାକାର ଲୋକେ ଅନ୍ଧାରରେ ରହୁଛନ୍ତି। ଜଳବିଦ୍ୟୁତ୍‌ ପ୍ରକଳ୍ପ ପାଇଁ ହଜାର ହଜାର ଆଦିବାସୀ, ଗରିବ ଘର ହରାଇଥିବା ବେଳେ ସେମାନଙ୍କ ହିସାବ ରାଜ୍ୟ ସରକାରଙ୍କ ପାଖରେ ନାହିଁ। ଗୋଟିଏ ପାହାଡ଼ ବିକ୍ରିକରି ଦକ୍ଷିଣ ଓଡ଼ିଶାକୁ ସୁନା କରିଦେବି ବୋଲି ରାଜ୍ୟ ସରକାର କହିଥିଲେ। ହେଲେ ଏ ସରକାର କିଛି କରିପାରିଲେନି ବୋଲି ଗୃହରେ ତାରା କହିଥିଲେ।

Share