ପଦ୍ମପୁର,୫।୧୧(ଡି.ଏନ୍.ଏ.): ଭଦ୍ରକ ଜିଲା ବାସୁଦେବପୁର ମ୍ୟୁନିସପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରି ତାପସ ରଞ୍ଜନ ଜେନା ଓ କନିଷ୍ଠ ଯନ୍ତ୍ରୀ ଦେବକାନ୍ତ ନାୟକଙ୍କୁ ଶନିବାର କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। କାର୍ଯ୍ୟରେ ଅବହେଳା ଓ ଲକ୍ଷ୍ୟ ଧାର୍ଯ୍ୟ ପୂରଣ ନ କରିବାରୁ ସେମାନଙ୍କୁ ନିଲମ୍ବନ କରାଯାଇଥିବା ଜଣାପଡ଼ିଛି। ରାଜ୍ୟ ଗୃହ ଓ ସହରାଞ୍ଚଳ ବିଭାଗର ଆଦେଶ ଅନୁସାରେ ଏଭଳି ନିଷ୍ପତ୍ତି ନିଆଯାଇଛି।
Posted inଅପରାଧ, ଆମ ଜିଲା ଖବର, ଭଦ୍ରକ, ରାଜ୍ୟ