ଅବହେଳିତ ପ୍ରାଚୀନ ବରାହୀ, ନୃସିଂହ ମନ୍ଦିର

ପୁରୀ,୮ା୮(ଅଜିତ ମହାନ୍ତି): ଓଡ଼ିଶା ଐତିହ୍ୟ ସଂରକ୍ଷଣ ପରିଷଦ ପୁରୀ ପକ୍ଷରୁ ପ୍ରାଚୀ ଉପତ୍ୟକାର ଶ୍ରୀଅମରେଶ୍ୱର ମନ୍ଦିର, ଦେବୀ ବରାହୀ ମନ୍ଦିର ଏବଂ ଶ୍ରୀମାଧବ ମନ୍ଦିର ଐତିହ୍ୟ ଅନୁଶୀଳନ କରାଯାଇଥିଲା। ଗଙ୍ଗବଂଶ କାଳର ଅମରପ୍ରସାଦ ଗଡ଼ ଓ ଅମରେଶ୍ୱର ଗ୍ରାମର ମଧ୍ୟଭାଗରେ ଥିବା ଶ୍ରୀଅମରେଶ୍ୱର ମହାଦେବ ସ୍ବୟମ୍ଭୁ ପାତାଳଫୁଟା। ଓଡ଼ିଆ ମହାଭାରତ ଓ ପ୍ରାଚୀ ମାହାତ୍ମ୍ୟରେ ଏହି ମନ୍ଦିର ସମ୍ପର୍କରେ ଉଲ୍ଲେଖ ଥିବାରୁ ଖୁବ୍‌ ପ୍ରାଚୀନ ପୀଠ ମୁଖ୍ୟ ମନ୍ଦିରର ଉପରଭାଗ ନୂତନ ଭାବେ ସଂରକ୍ଷିତ। ପରିସରରେ ଥିବା ପ୍ରାଚୀନ ନୃସିଂହ ମନ୍ଦିର ମରାମତି ଆବଶ୍ୟକ କରୁଛି। ଏହି ମନ୍ଦିରର ମୁଖଶାଳା ଧ୍ୱଂସ ହୋଇପଡ଼ିଛି। ପରିସରରେ ଥିବା ଚାପଖାଇ ଠାକୁରାଣୀ ମନ୍ଦିର ଅନ୍ଧାର ଓ ସନ୍ତସନ୍ତିଆ ହୋଇଥିବାବେଳେ ପାଣି ଝରୁଛି। ଅମରେଶ୍ୱରଙ୍କ ବାସ୍ତବରେ ଶକ୍ତି ହେଉଛନ୍ତି ଚାପଖାଇ। ବିକଟାଳ ବିଗ୍ରହ ଶିବ ଉପରେ ଠିଆ ହେଇଛନ୍ତି। ସମଗ୍ର ବିଗ୍ରହଙ୍କୁ ଅନୁଶୀଳନ କଲେ ଜଣାପଡୁଛି ଦେବୀ ସଂପୂର୍ଣ୍ଣ ଭୈରବୀ। ତେଣୁ ଅମରେଶ୍ୱର ଗମ୍ଭୀରା ଅନୁଶୀଳନ କଲେ ସେ ସାକ୍ଷାତ ରୁଦ୍ରଭୈରବ ବୋଲି ପରିଷଦର ଆଧାର ପୁରୁଷ ଡ. ସୁରେନ୍ଦ୍ର କୁମାର ମିଶ୍ର ମତ ଦେଇଛନ୍ତି। ଐତିହ୍ୟ ଅଛି, ଶ୍ରୀରାବଣ ଆସି ଶ୍ରୀଅମରେଶ୍ୱରଙ୍କ ଉପାସନା କରି ଅମର ବର ଲାଭ କରିଥିଲେ। ପରିସରରେ ୮୦ ରୁ ଅଧିକ ନାଗରାଜ ମୂର୍ତ୍ତିି ଅବହେଳିତ ହୋଇ ଏକ ଛୋଟ ଖୋଲାଗୃହରେ ଅପୂଜା ଅବସ୍ଥାରେ ପଡ଼ିିଛନ୍ତି। ତାମିଲନାଡୁର ନାଗରକୋଏଲ ଠାରେ ଶ୍ରୀନାଗରାଜ ମନ୍ଦିର ଭଳି ଏଠି ବ୍ୟବସ୍ଥା କରାଗଲେ ସମଗ୍ର ଭାରତରେ ଏକ ଦର୍ଶନୀୟ ସ୍ଥାନ ହୋଇପାରନ୍ତା ବୋଲି ପରିଷଦର ସମ୍ପାଦକ ଦେବୀ ପ୍ରସନ୍ନ ନନ୍ଦ କହିଛନ୍ତି। ଅନେକ ପ୍ରାଚୀନ ମୂର୍ତ୍ତି ଅସୁରକ୍ଷିତ ଅବସ୍ଥାରେ ରହିଛି। ଭୈରବୀଙ୍କ ମନ୍ଦିର ଜଗମୋହନ ନାହିଁ। ୩୦ଘର ବ୍ରାହ୍ମଣ ଓ ମାଳିମହାପାତ୍ର ଏଠାରେ ସେବା କରୁଥିଲେ ମଧ୍ୟ ପୀଠଟି ବିକାଶଠାରୁ ଅନେକ ଦୂରରେ ରହିଯାଇଥିବା ଅନୁଭବ ହୁଏ ବୋଲି ପରିଷଦର ଉପଦେଷ୍ଟା ଦଇତାପତି ରବି ଦାସମହାପାତ୍ର କହିଛନ୍ତି। ଏହାପରେ ହଜାର ବର୍ଷ ତଳର ବରାହୀ ମନ୍ଦିର ସମ୍ପର୍କରେ ଅନୁସନ୍ଧାନ ପାଇଁ ଅନୁସନ୍ଧାନ ଦଳ ବାହାରିଥିଲେ। ନିକଟରେ କଳିଙ୍ଗ ଶୈଳୀ ସ୍ଥାପତ୍ୟର ଅଭିନବ ମନ୍ଦିରରେ ବିଜେ କରିଛନ୍ତି ମା’ ବରାହୀ । ଭାରତରେ ବିରଳ ଏପରି ମନ୍ଦିର। ଏକାମ୍ରରେ ଏପରି ମନ୍ଦିର ରହିଛି। ଏଏସ୍‌ଆଇ ରକ୍ଷଣାବେକ୍ଷଣା କରୁଛି ସତ ମାତ୍ର ଏଠାରେ ଅନ୍ନଭୋଗ ବନ୍ଦ କରିଦିଆଯାଇଛି। ସେବକ ମନ୍ଦିରରେ ବିଶେଷ ରହୁନାହାନ୍ତି। ମନ୍ଦିର ଭାସ୍କର୍ଯ୍ୟର ଗୁରୁତ୍ୱପୂର୍ଣ୍ଣ କଳାକୃତିକୁ ଫଟୋଗ୍ରାଫିରେ ରେକର୍ଡ କରିଥିଲେ ଶୁଭ୍ରାଂଶୁ ଶେଖର ମହାପାତ୍ର। ଏହାପରେ ପ୍ରାଚୀନ ମାଧବ ମନ୍ଦିରର ଭାସ୍କର୍ଯ୍ୟ ଅନୁଶୀଳନ କରାଯାଇଥିଲା। ଉପାସନା ଦିଗରେ ଭାବ ବିନିମୟ କରିଥିଲେ ଅଜିତ୍‌ କୁମାର ପଣ୍ଡା। ୮୦୦ ଶହ ବର୍ଷର ଶ୍ରୀମାଧବଙ୍କ ଏହା ଦ୍ୱିତୀୟ ମନ୍ଦିର। ପ୍ରାଚୀନ ମନ୍ଦିର ଅନତି ଦୂରରେ ଧ୍ୱଂସ ହୋଇଯାଇଛି। ମାଧବ ଉପାସନାର ରହସ୍ୟ ହେଲା ସେ ପରମ ଆନନ୍ଦର ଦାତା। ତାଙ୍କ ପୀଠ ଓ ଉପାସନା ଆନନ୍ଦ ଦାୟକ ହେବା ଦରକାର ବୋଲି ପଣ୍ଡା ସେବକମାନଙ୍କୁ ବୁଝାଇଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ଅଜୟ ପାତ୍ର ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ମହୁମାଛି ନେଇଗଲେ ଜୀବନ…

ଲାଞ୍ଜିଗଡ଼,୨୧ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ଯାଆଁଳା ଉଉଣୀଙ୍କୁ ଚାପିଦେଲା ଟ୍ରକ, ଆଉ ତା’ପରେ…

ଢେଙ୍କାନାଳ,୨୧।୯: ପୁରୁଣାକଟକ-ସମ୍ବଲପୁର ରାସ୍ତା ଶୁକିଆବାଉତି ଛକରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଚାପାରେ ଦୁଇ ଯାଆଁଳା ଉଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ...

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ସୁବର୍ଣ୍ଣରେଖା ବନ୍ୟାକୁ ୭ ଦିନ, ଭୋକ ଉପାସରେ…

ଭୋଗରାଇ, ୨୧ା୯(ପ୍ରଦୀପ ଦାସ): ସୁବର୍ଣ୍ଣରେଖା ବନ୍ୟାକୁ ୭ଦିନ ପୂରିଛି। ହେଲେ ଅଦ୍ୟାବଧି ଭୋଗରାଇ ବ୍ଲକର ବନ୍ୟା ସ୍ଥିତିରେ ସୁଧାର ଆସିନାହିଁ। ଭୋଗରାଇର ୨୧ ପଞ୍ଚାୟତର ଶତାଧିକ...

ଗଞ୍ଜେଇ ଚାଲାଣ ମାମଲାରେ ଜଣେ ମହିଳା ସମେତ ଦୁଇଜଣ ଅଭିଯୁକ୍ତଙ୍କୁ ଜେଲ

ବ୍ରହ୍ମପୁର,୨୧।୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଜଜ-୧ ଡ. ଇନ୍ଦୁ ଶର୍ମା ଶନିବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri