ଅବହେଳିତ କୁଆଖିଆ ବଜାର

ରସୁଲପୁର,୬।୩(ରଞ୍ଜିତ ରାଉତ): ରସୁଲପୁର ବ୍ଲକ ଅଞ୍ଚଳର ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳ କୁଆଖିଆ ବଜାର ଅବହେଳିତ ଅବସ୍ଥାରେ ରହିଛି। ଫଳରେ ଏଠାରେ ମୌଳିକ ସୁବିଧାରୁ ଜନସାଧାରଣ ବଞ୍ଚତ୍ତ ହୋଇଛନ୍ତି ବୋଲି ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ଓ ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି। ବ୍ୟବସାୟୀ ବିଜୟ କୁମାର ପଣ୍ଡାଙ୍କ ମତରେ କୁଆଖିଆ ବଜାର ବିଭିନ୍ନ ସମସ୍ୟାଘେରରେ ରହିଛି। ଏଠାରେ ଡ୍ରନେଜ୍‌ ବ୍ୟବସ୍ଥା ନାହିଁ, ଯାତ୍ରୀ ବିଶ୍ରାମାଗାର ନାହିଁ, ଜନସାଧାରଣଙ୍କ ପାଇଁ ସୁଲଭ ଶୌଚାଳୟ ନାହିଁ। ଅଳିଆ ଆବର୍ଜନାକୁ ବ୍ୟବସ୍ଥିତ ଢଙ୍ଗରେ ପରିଚାଳନା କରାଯାଉନାହିଁ। ବିରଜାକ୍ଷେତ୍ରକୁ ରେଳ ସଂଯୋଗ ହେବ, ବସ୍‌ରୁଟ୍‌କୁ ଦେଖି ରେଳ ସଂଯୋଗ କରାଯିବା ଯୋଜନା ରହିଛି। ହେଲେ ରେଳ ପ୍ରକଳ୍ପ ମାନଚିତ୍ରରେ କୁଆଖିଆ ବାଜରକୁ ସ୍ଥାନ ଦିଆଯାଇନାହିଁ। ୧୬ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣବେଳେ ରସୁଲପୁର ବ୍ଲକ ସମ୍ମୁଖରେ ଗଳି ପୋଲ ନିର୍ମାଣ କରା ନ ଯିବାରୁ ଦୈନିକ ବଜାର ଅଞ୍ଚଳରେ ଦୁର୍ଘଟଣା ଘଟୁଛି। ସେହିପରି ରାଜ୍ୟ ସରକାରଙ୍କ ପକ୍ଷରୁ କୁଆଖିଆ ବଜାର ଅଞ୍ଚଳକୁ ଏନ୍‌ଏସି ଘୋଷଣାରୁ ବାଦ୍‌ କରି ଦିଆଯାଇଛି। ପାଣିକୋଇଲି ଓ ବହୁ ପଛରେ ବଜାର ମାନ୍ୟତା ପାଇଥିବା ଜାରକାକୁ ଏନ୍‌ଏସି ମାନ୍ୟତା ମିଳିଥିବାବେଳେ କୁଆଖିଆକୁ ଏଥିରୁ ବଞ୍ଚିତ କରାଯାଇଛି। ଏହି ବଜାର ଅଞ୍ଚଳରେ ୩ ନିର୍ବାଚନମଣ୍ଡଳୀ ଅର୍ଥାତ୍‌ ୩ ବିଧାୟକ ଓ ଯାଜପୁର ଏମ୍‌ପିଙ୍କ ଘର ହୋଇଥାଇ ବି ବଜାରର ବିକାଶ ହୋଇ ନ ପାରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁ ବଜାର ଅଞ୍ଚଳ ଉନ୍ନତି ହୋଇପାରୁନାହିଁ।
ସୂଚନା ମୁତାବକ, ଦେଶ ସ୍ବାଧୀନ ପୂର୍ବରୁ କୁଆଖିଆ ବଜାର ସୃଷ୍ଟି ହୋଇଛି। ଏହି ବଜାର ୧୬ ଓ ୨୦ ନମ୍ବର ଜାତୀୟ ରାଜପଥର ସଂଯୋଗ ସ୍ଥଳ। ଏହି ସ୍ଥାନରୁ ଯାଜପୁର ସଦର ମହକୁମା, ବରୀ ଓ ଯାଜପୁରରୋଡସ୍ଥିତ କଳିଙ୍ଗନଗର ଶିଳ୍ପାଞ୍ଚଳ ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ସଂଯୋଗ ରହିଛି। ଏହି ସ୍ଥାନରୁ ଦୂରଦୂରାନ୍ତକୁ ଯାଆସ ପାଇଁ ଦୈନିକ ବଜାରରେ ଶହଶହ ଯାତ୍ରୀ ରୁଣ୍ଡ ହେଉଛନ୍ତି। ହେଲେ ସେମାନଙ୍କ ସୁବିଧା ପାଇଁ କୌଣସି ବ୍ୟବସ୍ଥାନାହିଁ। ଜମିଜମା ସମସ୍ୟାକୁ ଆଳ କରାଯାଇ ଉନ୍ନୟନ କାର୍ଯ୍ୟକୁ ଅଣଦେଖା କରାଯାଉଛି। ଅପରପକ୍ଷରେ ସରକାରୀ ଜମି ଜବରଦଖଲରେ ରହିଛି। ପରିବହନ ବିଭାଗର ଏକର ଏକର ଜମି ବିଭିନ୍ନ ପ୍ରଭାବଶାଳୀ ବ୍ୟକ୍ତି ମାଡ଼ି ବସିବା ସହ ଚଞ୍ଚକତା କରି ନିଜ ନାଁରେ ପଟ୍ଟା କରାଇ ନେଇଛନ୍ତି।
ଡ୍ରେନେଜ୍‌ ବ୍ୟବସ୍ଥା ନ ଥିବାରୁ ବର୍ଷାଦିନରେ ବଜାର ଅଞ୍ଚଳ ଜଳମଗ୍ନ ହେଉଛି। ଶୌଚାଳୟ ନ ଥିବାରୁ ମହିଳାଯାତ୍ରୀଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ରାଜପଥ ପକ୍ଷରୁ ନିର୍ମାଣ ଯାତ୍ରୀ ନିବାସ ଓ ବାଇପାସ୍‌ ରାସ୍ତା ଯାତ୍ରୀଙ୍କ କାମରେ ଲାଗୁନାହିଁ କି ସେହି ସ୍ଥାନରେ ବସ୍‌ ରହଣି କରୁନାହିଁ। ବଜାର ଅଞ୍ଚଳ ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇଛି। ପରିବା ଚୋପା, ମାଛମାଂସ ଆଦିରୁ ବାହାରୁଥିବା ଆବର୍ଜନା ଗନ୍ଧରେ ଲୋକେ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି। ଭେଣ୍ଡିଂ ଜୋନ ବ୍ୟବସ୍ଥା ନ ଥିବାରୁ ବ୍ୟବସାୟୀ ରାଜପଥକୁ ଜବରଦଖଲ କରି କାରବାର କରୁଛନ୍ତି। ଯାତ୍ରୀ ବିଶ୍ରାମାଗାର ନ ଥିବାରୁ ବର୍ଷା ଖରାଦାଉରୁ ସୁରକ୍ଷା ପାଇବା ପାଇଁ ଗଳିପୋଲ ତଳକୁ ଲୋକେ ବ୍ୟବହାର କରୁଛନ୍ତି। ରାଜପଥ ସମ୍ପ୍ରସାରଣ ବେଳେ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ବ୍ଲକ ସମ୍ମୁଖରେ ଏକ ଗଳିପୋଲ ନିର୍ମାଣ କରିବାକୁ ଦାବି କରିଥିଲେ। ହେଲେ ତାହା ସମ୍ଭବ ହୋଇ ନ ପାରିବାରୁ ଦୈନିକ ବ୍ଲକ୍‌କୁ ଯାଆସ କରୁଥିବା ଜନପ୍ରତିନିଧିଙ୍କଠାରୁ ଆରମ୍ଭ କରି ଜନସାଧାରଣ ଭୁଲ ରାସ୍ତାରେ ଯାତାୟାତ କରି ଦୁର୍ଘଟଣାର ଶିକାର ହେଉଛନ୍ତି। ଏହିଭଳି ବହୁ ଅବ୍ୟବସ୍ଥା କୁଆଖିଆ ବଜାର ଅଞ୍ଚଳ ପାଇଁ ଏକ ସାଧାରଣ ଘଟଣାରେ ପରିଣତ ହୋଇଛି। ଏହାପରେ ଏହି ବଜାରକୁ ଏନ୍‌ଏସି ମାନ୍ୟତା ପ୍ରଦାନରୁ ବାଦ୍‌ ଦିଆଯାଇ ବଜାର ଓ ତାହା ସହ ନିର୍ଭର କରି ଚଳୁଥିବା ୩ ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ପ୍ରତି ଅନ୍ୟାୟ କରାଯାଇଛି ବୋଲି କୁହାଯାଉଛି। ତେବେ ଏହି ବଜାର ପ୍ରତି ସରକାରଙ୍କ କେବେ ଶୁଭ ଦୃଷ୍ଟି ପଡ଼ିବ ତାକୁ ସମସ୍ତଙ୍କର ଅପେକ୍ଷା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଟିରୁ ମଦ ଆଣି କୋଠିରେ ବିକୁଥିଲେ ଦୁଇ ଭାଇ, ଥାନାର ଦ୍ୱାରସ୍ଥ ହେଲେ ଗ୍ରାମବାସୀ

କୋକସରା,୧୮ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ଗମ୍ଭାରୀଗୁଡ଼ା ପଞ୍ଚାୟତ ଚିକିଲି ଗ୍ରାମର ରମେଶ ସାହୁ ଓ ରାଜେଶ ସାହୁ ଦୁଇଭାଇ ଦୀର୍ଘ...

ଦୋକାନରେ ଖୁଆଇଲେ, ପରେ ବ୍ରିଜ୍‌ ଉପରୁ ପୁଅକୁ ଧରି ନଦୀକୁ ଡେଇଁପଡ଼ିଲେ ମା’

ପିପିଲି,୧୮ା୯(ଦୁର୍ଗାମାଧବ ମିଶ୍ର): ପୁରୀ ଜିଲା ପିପିଲି ନିକଟବର୍ତ୍ତୀ ଜଗନ୍ନାଥପୁରସ୍ଥିତ ଭାର୍ଗବୀ ନଦୀକୁ ଡେଇଁ ପୁଅଙ୍କ ସହ ଆତ୍ମହତ୍ୟା କରିଛନ୍ତି ଜଣେ ମା’। ମୃତକ ମହିଳା ଜଣକ...

ଗଣେଶ ମେଢ଼ ଭସାଣି ବେଳେ ଇଲେକ୍ଟ୍ରି ତାରରେ ଲାଗିଗଲା ଡିଜେ, ଚାଲିଗଲା ଯୁବକଙ୍କ ଜୀବନ

ପୁରୁଷୋତ୍ତମପୁର,୧୮ା୯(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମରେ ବୁଧବାର ଗଣେଶ ମେଢ଼ ଭସାଣି ବେଳେ ବିଦ୍ୟୁତ୍‌ ଆଘାତରେ ପବିତ୍ର ସାହୁ( ୨୨)ଙ୍କ...

ଶୋଇଥିବା ବେଳେ ନାବାଳିକାଙ୍କୁ କାମୁଡ଼ି ଦେଲା ସାପ, ଆଉ ତା’ ପରେ…

ଅତାବିରା,୧୮ା୯(ହୃଷୀକେଶ ଖମାରୀ): ବରଗଡ଼ ଜିଲା ଅତାବିରା ଥାନା ଲରମ୍ଭା ଅମସ୍ତଲାରେ ବିଷାକ୍ତ ସାପ କାମୁଡ଼ାରେ ବୁଧବାର ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ...

ଅଫିସ ଖୋଲି ଯୁବତୀଙ୍କ ଇଣ୍ଟରଭ୍ୟୁ ନେବା ସହ ଦେଉଥିଲେ ମିଛ ଅଫର ଲେଟର, ଏମିତି ପଡ଼ିଲେ ଧରା…

ବାଲିଗୁଡ଼ା,୧୮ା୯(ସଞ୍ଜୟ କୁମାର ପାଣିଗ୍ରାହୀ): ଚାକିରି ନାଁରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ ହୋଇଛି। ଠକେଇର ଶିକାର ହୋଇଥିବା ବୁଦ୍ଧଦେବ ପ୍ରଧାନ ଏବଂ ଲିଳିମା ପ୍ରଧାନଙ୍କ ପକ୍ଷରୁ...

ନାବାଳିକାକୁ ଗର୍ଭବତୀ କରି ହତ୍ୟା ଉଦ୍ୟମ ଅଭିଯୋଗ: ଘଟଣାର ଆଠ ଦିନ ପରେ ବି ପୋଲିସ ନିଷ୍କ୍ରିୟ

ବଣାଇଁ,୧୮ା୯(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ଥାନା ଅଞ୍ଚଳରେ ଆଠ ଦିନ ତଳେ ଘଟିଥିବା ଏକ ଚାଞ୍ଚଲ୍ୟକର ଘଟଣା ବୁଧବାର ଲୋକଲୋଚନକୁ ଆସିଛି। ଘଟଣା ଚର୍ଚ୍ଚାର...

ରତ୍ନଭଣ୍ଡାର ଯାଞ୍ଚ କରି ଫେରିବା ପରେ ଏହି ବଡ଼ ସୂଚନା ଦେଲେ ଶ୍ରୀମନ୍ଦିର ପ୍ରଶାସକ, କହିଲେ ଆଗକୁ …

ପୁରୀ,୧୮ା୯: ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୁଧବାର ଲେଜର ସ୍କାନିଂ ହୋଇଛି। ଏଏସ୍‌ଆଇ ଏଡିଜି ଜାନ ଭିଜ ଶର୍ମାଙ୍କ ନେତୃତ୍ୱରେ ଆଜି ୧୭ ଜଣିଆ ଟିମ୍‌ ଯାଞ୍ଚ କରିବା...

ପୁଣି ଲଜ୍ଜା: ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା, ନ୍ୟାୟ ପାଇଁ ଧାରଣାରେ ବସିଲେ ଗ୍ରାମବାସୀ

ତେନ୍ତୁଳିଖୁଣ୍ଟି,୧୮ା୯(ଚିଦାନନ୍ଦ ସାହୁ) : ନବରଙ୍ଗପୁର ଜିଲାର ତେନ୍ତୁଳିଖୁଣ୍ଟି ବ୍ଲକର କଣ୍ଟା ଗାଁରେ ପୁଣି ଲଜ୍ଜା। ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri