ଅବହେଳିତ ପାତାଳି ଶ୍ରୀକ୍ଷେତ୍ର

ସୋନପୁର,୨୬।୪ (ନି.ପ୍ର.) ସୁବର୍ଣ୍ଣପୁର ଜିଲା କୋଟ ସମଲାଇସ୍ଥିତ ପାତାଳି ଶ୍ରୀକ୍ଷେତ୍ର ହେଉଛି ପଶ୍ଚିମ ଓଡିଶାର ଅନ୍ୟତମ ଧାର୍ମିକ ପର୍ଯ୍ୟଟନସ୍ଥଳୀ। ପାତାଳି ଶ୍ରୀକ୍ଷେତ୍ରର ରହିଛି ଅନେକ ଖ୍ୟାତି। କିମ୍ବଦନ୍ତୀ କହେ, ଏଠି ପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା ୧୪୪ ବର୍ଷ ଧରି ପାତାଳି ହୋଇଥିଲେ। ୨୦୦୩ ମସିହାରେ ରାଜ୍ୟ ସରକାର ଏହି ସ୍ଥାନକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେଇଥିଲେ। ଏହି ମାନ୍ୟତା ପରେ ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚତୁର୍ଦ୍ଧା ମୂର୍ତ୍ତି ପ୍ରଦାନ କରାଯାଇଛି। ଏହି ମୂର୍ତ୍ତି ଛଲିଆ ପାହାଡରେ ଏକ ଅସ୍ଥାୟୀ ଘରେ ପୂଜା ପାଉଛନ୍ତି। ପର୍ଯ୍ୟଟନ କ୍ଷେତ୍ରର ସ୍ବୀକୃତି ମିଳିବା ପରେ ଏହି କ୍ଷେତ୍ରକୁ ପ୍ରତ୍ୟହ ପର୍ଯ୍ୟଟକ ଓ ସଂସ୍କୃତି ଗବେଷକଙ୍କ ସୁଅ ଛୁଟୁଛି। ଜଗନ୍ନାଥ ସଂସ୍କୃତିର ସୁରକ୍ଷା ଓ ପ୍ରଚାର ପ୍ରସାରରେ ଏହି କ୍ଷେତ୍ରର ମହିମା ଅନନ୍ୟ ଓ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଠାରେ ଏକ ମନ୍ଦିର ନିର୍ମାଣ ପାଇଁ ଦୀର୍ଘ ବର୍ଷର ଦାବି ଥିଲା। ୨୦୧୨ ଜୁଲାଇ ୫ ତାରିଖରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଦ୍ୱାରା ଏକ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଏଠାରେ ଭୂମିପୂଜା ହୋଇଥିଲା। ମାତ୍ର ଏ ପର୍ଯ୍ୟନ୍ତ ମନ୍ଦିର ନିର୍ମାଣ କାମ ଆରମ୍ଭ ହୋଇନାହିଁ। ଫଳରେ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
୨୦୧୧ରେ ପୁରୀ ମନ୍ଦିର ପ୍ରଶାସନ ଦ୍ୱାରା ପ୍ରଦତ୍ତ ଚତୁର୍ଦ୍ଧାମୂର୍ତ୍ତିଙ୍କ ପ୍ରତିଷ୍ଠା ଉତ୍ସବରେ ଶ୍ରୀ ଗଜପତି ମହାରାଜ ଅତିଥି ଭାବେ ଯୋଗଦେଇ ଶ୍ରୀଜଗନ୍ନାଥଙ୍କୁ ରକ୍ତବାହୁ ଆକ୍ରମଣରୁ ରକ୍ଷା କରିବା ପାଇଁ ପାତାଳି କ୍ଷେତ୍ରରେ ପାତାଳି କରାଯାଇଥିବା ପ୍ରକାଶ କରିଥିଲେ। ଯାହାକି ପ୍ରମାଣିକ ତଥ୍ୟ ଭାବେ ମାଦଳା ପାଞ୍ଜି ସମେତ ବହୁ ଐତିହାସିକଙ୍କ ସ୍ବୀକୃତି ରହିଛି। ଏହି ଉତ୍ସବରେ ପୁରୀ ଝାଞ୍ଜିରୀ ମଠ ମହନ୍ତ ତଥା ବିଶିଷ୍ଟ ଜଗନ୍ନାଥ ସଂସ୍କୃତି ପ୍ରଚାରକ ସଚ୍ଚିଦାନନ୍ଦ ଦାଶ ଅଧ୍ୟକ୍ଷତା କରି ପାତାଳି କ୍ଷେତ୍ରର ମାହାତ୍ମ୍ୟ ବର୍ଣ୍ଣନା କରିଥିଲେ। ପ୍ରଶାସନ ଓ ଲୋକ ପ୍ରତିନିଧି ମନ୍ଦିର ନିର୍ମାଣ ପାଇଁ ସମସ୍ତ ପ୍ରକାର ଉଦ୍ୟମ କରିବେ ବୋଲି ସେତେବେଳେ ପ୍ରତିଶ୍ରୁତି ଦେଇଥିଲେ। ତତ୍କାଳୀନ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ମନ୍ଦିର ନିର୍ମାଣ ପାର୍ଇ ପଦକ୍ଷେପ ନିଆଯିବ ବୋଲି ସେତେବେଳେ କହିଥିଲେ । ୯ ବର୍ଷ ପୂର୍ବରୁ ଏକ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ୪ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଥିଲା। ଯାହାକୁ ଅନୁମୋଦନ କରିଥିଲା ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି। ସେଥିପାଇଁ ସ୍ଥାନ ବି ନିରୂପଣ ହୋଇ ସାରିଥିଲା। ଏହା ସତ୍ତ୍ୱେ ମନ୍ଦିର ନିର୍ମାଣ ହୋଇପାରୁନି। ଅନ୍ୟପକ୍ଷେ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଏଠାରେ ରୋପ ଓ୍ବେ ନିର୍ମାଣ ପାଇଁ ଦାବି ହୋଇ ଆସୁଥିଲା। ଶେଷରେ ୨୦୧୯ ଫେବୃୟାରୀ ୧୧ ତାରିଖରେ ଶିଳାନ୍ୟାସ ହେଲା। କିନ୍ତୁ ୪ ବର୍ଷ ପରେ ବି ରୋପ ଓ୍ବେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନି। ଏ ଦିଗରେ ଧ୍ୟାନ ଦିଆ ଯାଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି ପ୍ରକଳ୍ପ ପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦ ପକ୍ଷରୁ ୧୦ କୋଟି ଟଙ୍କା ମଞ୍ଜୁର କରା ଯାଇଥିଲା। ତତ୍କାଳୀନ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ କିଶୋର ମହାନ୍ତିଙ୍କ ସମେତ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା, ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ, ତତ୍କାଳୀନ ବଲାଙ୍ଗୀର ଏମ୍‌ପି କଲିକେଶ ନାରାୟଣ ସିଂହଦେଓ, ତତ୍କାଳୀନ ଆଠମଲ୍ଲିକ ବିଧାୟକ ସଞ୍ଜିବ କୁମାର ସାହୁ, ସୁବର୍ଣ୍ଣପୁରର ପ୍ରାକ୍ତନ ଜିଲାପାଳ ମଧୁସୂଦନ ମିଶ୍ର, ପଶ୍ଚିମ ଓଡିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ପ୍ରେମାନିଧି ସେଠ୍‌ ଅତିଥି ଭାବରେ ଯୋଗଦେଇ ପ୍ରକଳ୍ପ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ତେବେ ଠିକା ସଂସ୍ଥା ୩ ବର୍ଷ ଧରି ନିର୍ମାଣ ଆରମ୍ଭ ନ କରିବାରୁ ଡବ୍ଲୁଓଡିସି ସମ୍ପୃକ୍ତ ଠିକା ସଂସ୍ଥା ସହିତ କରିଥିବା ଚୁକ୍ତିନାମାକୁ ଗତ ୧୫ ଡିସେମ୍ବର ୨୦୨୨ରେ ବାତିଲ କରିଛି। ଫଳରେ ପାତାଳି ଶ୍ରୀକ୍ଷେତ୍ର ମନ୍ଦିର ଓ ରୋପ ଓ୍ବେ ନିର୍ମାଣ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନୱାଡ଼ି କର୍ମୀଙ୍କ ଦାବିକୁ ଅଣଦେଖା, ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ବରଗଡ଼,୧୮।୩(ପ୍ରେମାନନ୍ଦ ଖମାରୀ): ଅଙ୍ଗନୱାଡି ଲେଡିଜ୍‌ ୱାର୍କର୍ସ ଆସୋସିଏଶନର ଦାବି ସମୂହ ପ୍ରତି ସରକାର ଅଣଦେଖା ମନୋଭାବ ପୋଷଣ କରୁଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଅଙ୍ଗନୱାଡି...

ପାଟଖଣ୍ଡା ବୁଢାରଜା ଝାମୁଯାତ୍ରା ସମ୍ପନ୍ନ

ଲାଞ୍ଜିଗଡ଼, ୧୮ା୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଖବାହାଲି ପଞ୍ଚାୟତ ଥୁଆଙ୍ଗପଦର ପାଟଖଣ୍ଡା ବୁଢାରଜା ଝାମୁଯାତ୍ରା ପାରମ୍ପରିକ ରୀତିନୀତି ଅନୁସାରେ ମଙ୍ଗଳବାର ସମ୍ପନ୍ନ...

ଗୁଣି ସନ୍ଦେହରୁ ଗୋଷ୍ଠୀ ସଂଘର୍ଷ: ବାପପୁଅଙ୍କ ସମେତ ୩ ମୃତ, ଖାରିପଲ୍ଲୀ ଗାଁରେ ଉତ୍ତେଜନା

ଧରାକୋଟ/ବ୍ରହ୍ମପୁର,୧୮ା୩(ବିଷ୍ଣୁକେଶରୀ ଆଚାର୍ଯ୍ୟ/ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲାରେ ଗୁଣିଗାରେଡ଼ି ଭଳି ଅନ୍ଧବିଶ୍ବାସ ପୁଣିଥରେ ମୁଣ୍ଡ ନେଇଛି। ବଡ଼ଗଡ଼ ଥାନା ଅନ୍ତର୍ଗତ ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ...

ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ଘୁମୁସର ବନଖଣ୍ଡ ସମ୍ବର୍ଦ୍ଧିତ: ଦକ୍ଷିଣ ବନଖଣ୍ଡର ୧୬, ଉତ୍ତର ବନଖଣ୍ଡର ୭ ସମ୍ବର୍ଦ୍ଧିତ

ଭଞ୍ଜନଗର,୧୮।୩(ବାବୁଲା ପ୍ରଧାନ)- ପୁରୀ ଶ୍ରୀମନ୍ଦିର ପ୍ରଶାସନ ଦ୍ବାରା ଗଞ୍ଜାମ ଜିଲା ଭଞ୍ଜନଗର ଦକ୍ଷୀଣ ଘୁମୁସର ବନଖଣ୍ଡର ୧୬ ଜଣ ଏବଂ ଉତ୍ତର ଘୁମୁସର ବନଖଣ୍ଡର ୭...

ଦୁର୍ଘଟଣାରେ ଆଖି ବୁଜିଲେ ୨ ଯୁବକ

ଭଞ୍ଜନଗର,୧୮।୩(ବାବୁଲା ପ୍ରଧାନ )- ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ବିରିକୋଟର ବାଳକୃଷ୍ଣ ପାତ୍ର(୪୦) ମଙ୍ଗଳବାର ନିଜ ଘର ସମ୍ମୁଖରେ ଅସାବଧାନତା ବଶତଃ ଝୁଣ୍ଟି ପଡିବାରୁ...

ଖବର ପ୍ରକାଶ ପରେ ମରାମତି ହେଲା ପ୍ରକଳ୍ପ, ଧନ୍ୟବାଦ ଜଣାଇଲେ ଗ୍ରାମବାସୀ

କୋକସରା,୧୮ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ବ୍ଲକ ଖୁଣ୍ଟିଆ ପଞ୍ଚାୟତ ନଦୀ ପଡାରେ ୧୦ ଆଦିବାସୀ ପରିବାର ବସବାସ କରୁଥିବା ବେଳେ ଏଠାରେ ଥିବା ଏକମାତ୍ର...

ଅଜା, ଆଈ ଭରସାରେ ଭିନ୍ନକ୍ଷମ ଜଗଦୀଶ

କୋକସରା,୧୮ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ମା’ବାପା ମାନସିକ ରୋଗାକ୍ରାନ୍ତ ହୋଇଥିବାବେଳେ ସେମାନଙ୍କର ୫ ବର୍ଷର ଭିନ୍ନକ୍ଷମ ଶିଶୁପୁତ୍ର ଅଜା, ଆଈଙ୍କ ଭରସାରେ ଜୀବନ ବିତାଉଛନ୍ତି। ଏଭଳି...

ଲେଙ୍ଗୁମିଶ୍ର ଛକ-ଜୀରାବ୍ରିଜ ରାସ୍ତା ଜବରଦଖଲ: ଉଚ୍ଛେଦ ପାଇଁ ପୌର ପରିଷଦର ନୋଟିସ୍ -ଏଥର ଉଚ୍ଛେଦ ହେବ ତ !

ବରଗଡ, ୧୮।୩(ପ୍ରେମାନନ୍ଦ ଖମାରୀ) – ବରଗଡ଼ ସହରର ବହୁଚର୍ଚ୍ଚିତ ଲେଙ୍ଗୁମିଶ୍ର ଛକରୁ ପୁରୁଣା ଜୀରାବ୍ରିଜ ରାସ୍ତା ଜବରଦଖଲ ଉଚ୍ଛେଦ ନେଇ ଗତ ୨୦୨୩ ମସିହାରୁ ଦାବି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image