ବଦଳିନି ଆଦିବାସୀ ଅଧ୍ୟୁଷିତ ସାନ୍ତାଳପଡ଼ାର ଚିତ୍ର

ମହାକାଳପଡ଼ା,୨୯ା୧୦(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ନାଞ୍ଜୁରା ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ପାଣିଖିଆର ସାନ୍ତାଳପଡ଼ା ଗାଁ ସମୁଦ୍ର ଆଁରେ ରହିଛି। ଅବହେଳିତ ସାନ୍ତାଳପଡ଼ାରେ ୧୯୯୯ ମହାବାତ୍ୟା ତାଣ୍ଡବ ରଚିଥିଲା। ସମୁଦ୍ର ଜୁଆରରେ ୧୫ରୁ ଅଧିକ ଲୋକଙ୍କ ଜୀବନ ସମୁଦ୍ର ଗର୍ଭରେ ଲୀନ ହୋଇଯାଇଥିଲା। ଏଥିମଧ୍ୟରେ ମହାବାତ୍ୟା ୨୩ଟି ବସନ୍ତ ଅତିକ୍ରମ କରିଛି। ତଥାପି ଅଦ୍ୟାବଧି ଗାଁର ଭୌଗୋଳିକ ଚିତ୍ର ବଦଳିବାର ନାଁ ଧରୁନାହିଁ। ଏହି ଗାଁରେ ମୋଟ ୪୭ ପରିବାରର ୩୦୦ରୁ ଅଧିକ ଲୋକ ବସବାସ କରୁଥିବା ଜଣାପଡିଛି। ଗାଁକୁ ଭଲ ରାସ୍ତାଟିଏ ନାହିଁ। କେହି ସରକାରୀ ଚାକିରି କରିନାହାନ୍ତି। ମାଛ, କଙ୍କଡା ଧରିବା ସହ ନିକଟ ଜଙ୍ଗଲରୁ ଶୁଖିଲା କାଠ ସଂଗ୍ରହ କରି ପରିବାର ପ୍ରତିପୋଷଣ କରିଥାନ୍ତି। ୧୯୯୯ ଅକ୍ଟୋବର ୨୯, ୩୦ ମହାବାତ୍ୟାର ବିଭୀଷିକା ଏବେବି ଲୋକଙ୍କ ମନରୁ ଲିଭିନି। ବାତ୍ୟା ନାଁ ଶୁଣିଲେ ସେହି କାଳ ରାତ୍ରିର କଥା ଲୋକମାନଙ୍କ ମନେ ପଡେ। ଚାହୁଁ ଚାହୁଁ ସେହି ରାତିରେ ଗାଁର ୧୫ ଜଣ ସମୁଦ୍ର ଗର୍ଭରେ ଭାସି ଯାଇଥିଲେ। ସମୁଦ୍ର ଏହି ଗ୍ରାମଠାରୁ ଖୁବ୍‌ ନିକଟରେ। ଗାଁକୁ ଘେରି ରହିଛି ଲୁଣା ଓ ହେନ୍ତାଳ ଜଙ୍ଗଲ। ବାତ୍ୟା ପ୍ରଭାବରେ ଗାଁ ଦାଣ୍ଡରେ ସମୁଦ୍ର ଜଳ ଲହଡ଼ି ମାଡ଼ି ଆସେ। ଲଘୁଚାପ ପ୍ରଭାବରେ ଏବେବି ସମୁଦ୍ର ଜଳ ଦାଣ୍ଡରେ ଲହଡ଼ି ଖେଳୁଛି।
ଗାଁର ମୁରବି ଗୁରୁଭା ହଁାସଦାଙ୍କ କହିବା କଥା ୧୯୯୯ ମହାବାତ୍ୟାରେ ଗାଁର ସମସ୍ତ ଲୋକ ଉଚ୍ଚ ସ୍ଥାନରେ ଥିବା ଏକ ଚାଳ ଛପର ଘରେ ପରିବାର ସହ ଜୀବନ ବିକଳରେ ଆଶ୍ରୟ ନେଇଥିଲୁ। ରାତି ବଢିବା ସହ ପବନର ବେଗ ବେଳକୁ ବେଳ ବଢ଼ି ଚାଲିଥାଏ। ତାହା ସାଙ୍ଗକୁ ଅବିଶ୍ରାନ୍ତ ବର୍ଷା। ଚାହୁଁ ଚାହୁଁ ଆଖି ପିଛୁଳାକେ ପାଖ ସମୁଦ୍ରରୁ ମାଡ଼ି ଆସିଲା ୫ରୁ୬ ଫୁଟ୍‌ ଉଚ୍ଚର ସମୁଦ୍ର ଜୁଆର। କିଟି କିଟି ଅନ୍ଧାର ଭିତରେ ମୁହଁକୁ ମୁହଁ ଦିଶୁ ନ ଥାଏ। ଗାଁ ଡେଇଁ ସମୁଦ୍ର ଢ଼େଉ ଆଶ୍ରୟ ନେଇଥିବା ଚାଳ ଛପର ଘର ଭିତରକୁ ମାଡ଼ି ଆସିଲା। ସମସ୍ତେ ହାତ ଧରାଧରି ହୋଇ ଘରର ମଝି ଖୁଣ୍ଟିକୁ ଜାବୁଡି ଧରିଲୁ। କିଛି ସମୟ ପରେ କାନ୍ଥ ଭୁଶୁଡ଼ିଲା ଓ ମୁଣ୍ଡ ଉପରୁ ଛପର ଉଡିଗଲା। ଘର ଭିତରେ ଅଣ୍ଟାଏ ପାଣିରେ ଘର ମଥାନକୁ ସବୁ ପିଲା ଛୁଆ ବୃଦ୍ଧାବୃଦ୍ଧ ଓ ମହିଳା ହାତ ଧରାଧରି ହୋଇ ଯାଇ ଆଶ୍ରୟ ନେବାକୁ ଚଢ଼ିଲୁ। ପବନର ବେଗ ଏତେ କ୍ଷିପ୍ର ହେଲା ମା’ କୋଳରୁ ଦୁଇଶିଶୁ ପୁତ୍ର ଛିଟିକି ପଡ଼ି ସମୁଦ୍ର ଢେଉରେ ଭାସିଗଲେ। ଅନ୍ୟପକ୍ଷରେ ଗାଁର କେତେଜଣ ଲୋକ ଆଶ୍ରୟ ନେଇଥିବା ସ୍ଥାନରୁ ୧୦ ଲୋକ ସମୁଦ୍ର କରାଳ ଗର୍ଭରେ ଲୀନ ହୋଇଗଲେ। ଅନ୍ୟ ୩ଜଣ ଲୋକ ଆଶ୍ରା ନେବା ପାଇଁ ଆସିବା ସମୟରେ ବାଟରେ ସମୁଦ୍ର ଅଶାନ୍ତ ଜୁଆରରେ ଭାସିଗଲେ। ଏବେ ବି ମୂକ ସାକ୍ଷୀ ହୋଇ ରହିଛି ଆଶ୍ରୟ ନେଇଥିବା ସେହି ଚାଳ ଛପର ଘର। ଗ୍ରାମର ଫଗଲ ମାରାଣ୍ଡି, ଗୁରୁଭା ହଁାସଦା, ରୂପାଲି ହେମ୍ବ୍ରମ୍‌ ପ୍ରମୁଖ ସେ ଦିନର କାଳ ରାତ୍ରି କଥା ବଖାଣିଛନ୍ତି। ସେହିପରି ଏହି ବ୍ଲକର ଶତାଧିକ ଚାଳ ଛପର ଘର ମାଟିରେ ମିଶି ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସମିତିସଭ୍ୟ ଉପନିର୍ବାଚନ: ଭାଜପା ସମର୍ଥିତ ଶ୍ୟାମସୁନ୍ଦର ବିଜୟୀ

ବେଲଗୁଣ୍ଠା,୨୪ା୪(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ଧୂମୁଛାଇ ପଞ୍ଚାୟତର ସମିତିସଭ୍ୟ ପଦବୀ ପାଇଁ ବୁଧବାର ଉପନିର୍ବାଚନ ହୋଇଥିଲା। ଗୁରୁବାର ଭୋଟ୍‌ ଗଣତି କରାଯାଇ...

ଜାଲ ସାର୍ଟିଫିକେଟ୍‌ ମାମଲା: ପୁଣି ଖୋଳତାଡ଼ ଆରମ୍ଭ କଲା ସିବିଆଇ

ବଲାଙ୍ଗୀର,୨୪ା୪(ବୀରେନ୍ଦ୍ର କୁମାର ଝାଙ୍କର)-୨୦୨୩ ମସିହାର ଚର୍ଚ୍ଚିତ ଜାଲ ସାର୍ଟିଫିକେଟ୍‌ ମାମଲାର ପୁନଃ ଖୋଲତାଡ ଆରମ୍ଭ କରିଛି ସିବିଆଇ ଟିମ୍‌। ସିବିଆଇର ଏକ ଟିମ୍‌ ବଲାଙ୍ଗୀରରେ ପହଞ୍ଚି...

ପଞ୍ଚାୟତିରାଜ ଅନୁଷ୍ଠାନ ସଶକ୍ତ ହେଲେ ବିକଶିତ ଓଡ଼ିଶା ସମ୍ଭବ

ବରଗଡ,୨୫।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଗୁରୁବାର ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି। ବରଗଡ଼ ଗୋରୁ ମାର୍କେଟ ପରିସରରେ ଅନୁଷ୍ଠିତ ଜିଲାସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ କାର୍ଯ୍ୟକ୍ରମରେ...

Pahalgam Terror Attack: ସରକାର ମାନିଲେ ସୁରକ୍ଷାରେ ହୋଇଛି ତ୍ରୁଟି, ରିଜିଜୁ କହିଲେ…

ନୂଆଦିଲ୍ଲୀ,୨୪।୪: ପହଲଗାମ ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସମସ୍ତ...

ଆରମ୍ଭ ହେଲା କବାଡ଼ି ପ୍ରମିୟର ଲିଗ୍‌: ସାମିଲ ହେଲେ ୧୨ ଦଳ

ସମ୍ବଲପୁର,୨୪ା୪(ବି.ଶଙ୍କର): ସମ୍ବଲପୁର କବାଡ଼ି କ୍ଲବ ଓ ସମ୍ବଲପୁର ବଏଜ ମିଳିତ ଆନୁକୂଲ୍ୟରେ ଆୟୋଜିତ ଦ୍ୱିତୀୟ ସମ୍ବଲପୁର କବାଡ଼ି ପ୍ରିମିୟର ଲିଗ(ଏସ୍‌କେପିଏଲ) ଗୁରୁବାର ରାତିରେ ଗଙ୍ଗାଧର ମୁକ୍ତ...

ଜନସମ୍ପର୍କ ଶିବିର: ପୋଲିସ-ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ ସୃଷ୍ଟି କରିବାକୁ ପ୍ରୟାସ

ଥୁଆମୂଳ ରାମପୁର,୨୫।୪(ଦୁର୍ଗା କୀର୍ତ୍ତି): ପୋଲିସ ଓ ସାଧାରଣ ଜନତାଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବା ପାଇଁ ବିଭିନ୍ନ ଦୁର୍ଗମ ଅଞ୍ଚଳରେ ପୋଲିସର ଜନସମ୍ପର୍କ ଶିବିରମାନ ଆୟୋଜନ...

ପହଲଗାମ ମୃତକଙ୍କୁ ନାଗରିକ ମଞ୍ଚ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ଦିଗପହଣ୍ଡି,୨୫।୪(ଅଶେଷ ନାଥ ମିଶ୍ର): ଜମ୍ମୁ-କଶ୍ମୀରର ପହଲଗାମ ଠାରେ ଆତଙ୍କବାଦୀ ଆକ୍ରମଣରେ ଅନେକ ପର୍ଯ୍ୟଟକ ମୃତ୍ୟୁବରଣ ହୋଇଛନ୍ତି। ସେମାନଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ...

ଆକ୍ରମଣ ପାଇଁ ପ୍ରସ୍ତୁତ ହେଲଣି ଭାରତୀୟ ବାୟୁସେନା? ଆକାଶରେ ଗର୍ଜିଲା ସୁଖୋଇ Su-30, ରାଫେଲ

ନୂଆଦିଲ୍ଲୀ,୨୪।୪: ପାକିସ୍ତାନ ପ୍ରାୟୋଜିତ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଭାରତର ପ୍ରତିକ୍ରିୟା କଠୋର ଏବଂ ଆକ୍ରମଣାତ୍ମକ ହେବାରେ ଲାଗିଛି। ଭାରତୀୟ ବାୟୁସେନା ‘Aakraman’ ଅଭ୍ୟାସ ଆରମ୍ଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image