ଅବହେଳିତ ଶାଳପତରିଆ ଆଦିବାସୀ ବସ୍ତି

କାଏମା,୨୦ା୫(ଡି.ଏନ.ଏ.): କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଜନହିତକର ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ସେଗୁଡ଼ିକ କିପରି ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚତ୍ବ ସେ ଦାୟିତ୍ୱ ପ୍ରଶାସନିକ ଅଧିକାରୀଙ୍କ ଉପରେ ନ୍ୟସ୍ତ କରାଯାଉଛି। ହେଲେ କେତେକ ସ୍ଥାନରେ ପ୍ରଶାସନିକ ଅଧିକାରୀଙ୍କ ଦାୟିତ୍ୱହୀନତା ଯୋଗୁ ବହୁ ବ୍ୟକ୍ତି ଅବହେଳିତ ଅବସ୍ଥାରେ ରହୁଛନ୍ତି। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଶାଳପତରିଆ ଆଦିବାସୀ ବସ୍ତିରେ। ଏଠାରେ ବାସବାସ କରୁଥିବା ୧୫ରୁ ଅଧିକ ପରିବାର ନାନା ଅସୁବିଧାରେ ରହିଛନ୍ତି। ପ୍ରଶାସନ ପକ୍ଷରୁ ମାତ୍ର ୯ଟି ପରିବାରକୁ ମିଳିଛି ଘରଢ଼ଇ ପଟ୍ଟା। ଏଠାରେ ପାନୀୟ ଜଳଠାରୁ ଆରମ୍ଭ କରି ରାସ୍ତା ବିଦ୍ୟୁତ୍‌ ଆଦି ଅନେକ ସମସ୍ୟା ରହିଛି। ହେଲେ ସେ ସବୁର ସମାଧାନ ହୋଇ ପାରୁନାହିଁ। ଏହି ପରିବାରଗୁଡ଼ିକ ଜରିପାଲ ଟାଙ୍ଗି ରହୁଥିଲେ ମଧ୍ୟ ଆବାସ ଯୋଜନାରେ ଘର ଖଣ୍ଡିଏ ମିଳିପାରିନାହିଁ। ପାନୀୟ ଜଳ ସମସ୍ୟା କହିଲେ ନସରେ। ଏଠାରେ ୨ ମାସ ହେବ ବସାଯାଇଥିବା ସରକାରୀ ନଳକୂପରୁ ବାହାରୁଛି ଗୋଳିଆ ପାଣି। ସେ ପାଣି ବ୍ୟବହାର ଉପଯୋଗୀ ହୋଇ ପାରୁନାହିଁ। ଅନ୍ୟ ଯେଉଁ ନଳକୂପ ରହିଛି ସେଥିରୁ ଗୋଟିଏ ବାଲ୍ଟି ଫୁଲ୍‌ ହେବାକୁ ଅନେକ ସମୟ ଲାଗୁଛି। ପାଣି ପାଇଁ ଲୋକେ ଘଣ୍ଟାଘଣ୍ଟା ଧରି ନଳପୂପ ନିକଟରେ ଅପେକ୍ଷା କରି ରହୁଛନ୍ତି। ସବୁ ସମୟରେ ପାଣି ଟୋପେ ପାଇଁ ହନ୍ତସନ୍ତ ହେଉଥିବା ଅଧିବାସୀମାନେ ଅଭିଯୋଗ କଲେ ବି ଶୁଣିବାକୁ କେହିନାହାନ୍ତି। ଝାଟିମାଟି ଘରେ ଛିଣ୍ଡା ଜରିପାଲ ତଳେ ବିତୁଛି ସେମାନଙ୍କ ଜୀବନ। ଆବାସ ତାଲିକାରେ ନାମ ଅନ୍ତର୍ଭୁକ୍ତ ହୋଇ ପାରୁନାହିଁ। ବିଶେଷକରି ସେମାନେ କେଉଁ ପଞ୍ଚାୟତର ତାହାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି। ଫଳରେ ୨ ପଞ୍ଚାୟତ ଗଙ୍ଗାଧରପୁର ଓ କୁମାରୀ ପଞ୍ଚାୟତ ପାଇଁ ସମସ୍ୟା ସୃଷ୍ଟି ହୋଇଛି। ସେମାନଙ୍କୁ ଗଙ୍ଗାଧରପୁର ପଞ୍ଚାୟତ ଶାଳପତରିଆ ମୌଜାର ଜମିପଟ୍ଟା ମିଳିଛି। ହେଲେ କୁମାରୀ ପଞ୍ଚାୟତରୁ ରାଶନ ମିଳୁଛି। ଆଧାର କାର୍ଡରେ କୁମାରୀ ପଞ୍ଚାୟତ ଠିକଣା ରହିଛି। କିନ୍ତୁ ସେମାନେ କେଉଁ ପଞ୍ଚାୟତର ତାହା ସ୍ପଷ୍ଟ ହୋଇ ପାରୁନାହିଁ। ଫଳରେ ସେମାନଙ୍କୁ ସରକାରୀ ସହାୟତା ମିଳିବାରେ ସମସ୍ୟା ହେଉଛି।
ସେହିପରି ଶାଳପତରିଆବାସୀଙ୍କ ପାଇଁ ବିଦ୍ୟୁତ୍‌ ସେବା ଅପହଞ୍ଚ ହୋଇଛି। ବ୍ଲକ କାର୍ଯ୍ୟାଳୟଠାରୁ ଅଳ୍ପ ଦୂର ଜାରକା ବଜାର ଉପକଣ୍ଠରେ ଏହି ଅଞ୍ଚଳ ହୋଇଥିଲେ ବି ବହୁ ଅଣଦେଖା କରାଯାଇଛି। ପଠାପଢ଼ା କ୍ଷେତ୍ରରେ ପିଲା ବହୁ ପଛରେ ରହିଛନ୍ତି। ଗାଁକୁ ରାସ୍ତା ନ ଥିବାରୁ ବର୍ଷା ଦିନେ ଏଠାରେ ନାନା ସମସ୍ୟା ଦେଖା ଦେଇଥାଏ। ଲୋକେ ପାଣି କାଦୁଅରେ ପସି ଯାତାୟାତ କରିଥାନ୍ତି। ତେଣୁ ପ୍ରଶାସନ ଏହି ଆଦିବାସୀମାନଙ୍କ ସମସ୍ୟାର ତୁରନ୍ତ ସମାଧାନ କରିବାକୁ ଦାବି ହୋଇଛି।
ଏ ସମ୍ପର୍କରେ କୁମାରୀ ସରପଞ୍ଚଙ୍କ ପ୍ରତିନିଧି ପ୍ରଭୁରଞ୍ଜନ ସାମଲଙ୍କୁ ପଚାରିବାରେ ସେ କହିଛନ୍ତି, ଶାଳପତରିଆ(ଝାଲସୁଖା) କାହାର ପ୍ରଶାସନ ଧାର୍ଯ୍ୟ କରିବା ଦରକାର। ଏହା ଧାର୍ଯ୍ୟ କରାଗଲେ ସେମାନଙ୍କୁ ସରକାରୀ ସହାୟତା ମିଳିବା ସହଜ ହେବ। ଗଙ୍ଗାଧରପୁର ସରପଞ୍ଚ ତ୍ରିଲୋଚନ ଜେନାଙ୍କୁ ପଚାରିବାରେ ସେ ନକ୍ସା ଦେଖି ଏହି ଅଞ୍ଚଳ ତାଙ୍କ ପଞ୍ଚାୟତ ଅଧୀନରେ ଯାଉନାହିଁ ବୋଲି କହିଛନ୍ତି। ଏ ସମ୍ପର୍କରେ ପ୍ରତିକ୍ରୟା ପାଇଁ ବିଡିଓ ଦେବେନ୍ଦ୍ର ବଳଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କଳାହାଣ୍ଡିରେ ବିଜେଡି ଛାଡିଲେ ପ୍ରଦୀପ ଦାସ, ନବୀନଙ୍କୁ ଲେଖିଲେ ଚିଠି

ଭବାନୀପାଟଣା,୨୩।୯( ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରର ବରିଷ୍ଠ ନେତା ପ୍ରଦୀପ ଦାସ ମଙ୍ଗଳବାର ବିଜେଡି ଛାଡିଛନ୍ତି। ଏ ନେଇ ତାଙ୍କ ଇସ୍ତଫା...

ରାସ୍ତା ଖରାପ: ଚିକିତ୍ସାଳୟକୁ ଯିବା ପୂର୍ବରୁ ଆମ୍ବୁଲାନ୍ସରେ ପ୍ରସବ କଲେ ଗର୍ଭବତୀ

ଗଜପତି୨୩।୯(ଗିରିଧାରୀ ପରିଛା): ରାସ୍ତା ଖରାପ ଥିବାରୁ ହସପିଟାଲରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ। ଶେଷରେ ଆମ୍ବୁଲାନ୍ସରେ ହିଁ ପ୍ରସବ କଲେ ଗର୍ଭବତୀ ମହିଳା। ଏମିତି ଏକ ଅଭାବନୀୟ...

ପୋଲିସକୁ ବଡ଼ ସଫଳତା: ୪୪୭୫ ବୋତଲ କଫ୍‌ ସିରପ୍‌ ଜବତ, ୧୭ ଗିରଫ

ବରଗଡ଼,୨୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସକୁ ସୋମବାର ଏକ ବଡ଼ ସଫଳତା ମିଳିଛି। ବରଗଡ଼ ସହର ଉପକଣ୍ଠ ପୁରୁଣା ରିଜର୍ଭ ସମ୍ମୁଖ ରାସ୍ତାରେ ଅତର୍କିତ...

ସମ୍ବଲପୁରୀ ଗାୟିକା ରୁକ୍ସାନା ବାନୋଙ୍କ ମୃତ୍ୟୁ ଘଟଣା: ଗାୟକଙ୍କ ବିରୋଧରେ ଏତଲା ଦେଲେ ମା’, ଭଉଣୀ

ଭବାନୀପାଟଣା,୨୩।୯ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାର ଜଣାଶୁଣା ସମ୍ବଲପୁରୀ ଗାୟିକା ତଥା ଅଭିନେତ୍ରୀ ରୁକ୍ସାନା ବାନୋ (୨୭)ଙ୍କ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱର ଏମ୍ସରେ...

ଏଏନଏମଙ୍କୁ ମରଣାନ୍ତକ ଆକ୍ରମଣ ପରେ ନିଜେ ଆତ୍ମହତ୍ୟା କଲେ ପୁରୁଷ ବନ୍ଧୁ, କାରଣ ଖୋଜୁଛି ପୋଲିସ

ବାଲିଗୁଡ଼ା, ୨୩।୯: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୁଆଗାଁ ଥାନା କୁଡ଼ୁତୁଲିରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । ଏଏନଏମଙ୍କୁ...

ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ: ଖୋଜୁଛି ପୋଲିସ

ଦିଗପହଣ୍ଡି,୨୩ା୯(ଅଶେଷ ନାଥ ମିଶ୍ର)-ଦିଗପହଣ୍ଡି ଥାନା ଅଞ୍ଚଳରେ ଜଣେ ୮ମ ଶ୍ରେଣୀରେ ପଢୁଥିବା ନାବାଳିକା ଛାତ୍ରୀଙ୍କୁ ଯୁବକ ବଳିଅର ବାଡ଼ତ୍ୟା ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି।...

ଶୋଇଥିବାବେଳେ କାମୁଡିଲା ସାପ: ଗାଁକୁ ରାସ୍ତା ନ ଥିବାରୁ ଚାଲିଗଲା ଜୀବନ

ବାଲିଗୁଡା, ୨୩।୯: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଥାନା ଅନ୍ତର୍ଗତ ମିଡିଆକିଆ ପଞ୍ଚାୟତର ଡଙ୍ଗାମିଲା ଗ୍ରାମର ଉଷପ ମଲ୍ଲିକ (୩୫) ରବିବାର ରାତିରେ...

ପଦ୍ମପୁରକୁ ନୂତନ ବ୍ଲକ ଗଠନ ପାଇଁ ଦାବି: ଶୁଣିନଥିଲେ ପୂର୍ବ ସରକାର, ଏବେ ମୁଖ୍ୟମନ୍ତ୍ରୀକୁ ପୁଣି ଦେଲେ ଦାବିପତ୍ର

କେନ୍ଦୁଝର,୨୩।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁରକୁ ନୂତନ ବ୍ଲକ ଗଠନ ମାନ୍ୟତା ଦାବିରେ ଶକ୍ତି ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri