ଘର ପାଇଁ ହେବାକୁ ପଡ଼ିଥିଲା ହତାଦର

ମୁମ୍ବାଇ: ଲୋକପ୍ରିୟ ମରାଠୀ ଅଭିନେତ୍ରୀ ତେଜସ୍ବିନୀ ପଣ୍ଡିତ ତାଙ୍କ ଜୀବନର ଏକ ଖରାପ ଅଧ୍ୟାୟ କଥା ଶେୟାର କରିଛନ୍ତି। ଯାହା ସମସ୍ତଙ୍କୁ ଚକିତ କରିଛି। ତେଜସ୍ବିନୀ ତାଙ୍କର ଏକ ଇଣ୍ଟରଭ୍ୟୁରେ କହିଛନ୍ତି, ୨୦୦୯-୧୦ରେ ସେ ପୁଣେର ସିଂହଗଡ଼ ରୋଡସ୍ଥିତ ଏକ ଆପାର୍ଟମେଣ୍ଟରେ ଭଡ଼ାରେ ରହୁଥିଲେ। ସେତେବେଳେ ତାଙ୍କର ମାତ୍ର ୨ଟି ଫିଲ୍ମ ବଡ଼ ପରଦାକୁ ଆସିଥିଲା। ସେ ରହୁଥିବା ଆପାର୍ଟମେଣ୍ଟ ଜଣେ କର୍ପୋରେଟରଙ୍କ ଥିଲା। ତେଜସ୍ବିନୀ ଯେତେବେଳେ ତାଙ୍କ ଘର ଭଡ଼ା ଦେବାକୁ ଅଫିସ୍‌କୁ ଯାଉଥିଲେ, ସେତେବେଳେ ଘର ମାଲିକ ତାଙ୍କ ମୁହଁରେ ଟେବୁଲ ଉପରେ ଥିବା ପାଣିକୁ ପିଙ୍ଗିବା ସହ ଦୁର୍ବ୍ୟବହାର କରୁଥିଲେ। ଘର ଭଡ଼ା ବଦଳରେ ମାଲିକ ଜଣକ ଅଭିନେତ୍ରୀଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ଅଫର ଦେଉଥିଲେ। ସେତେବେଳେ ସେ ନୂଆ ନୂଆ ଫିଲ୍ମ ଇଣ୍ଡଷ୍ଟ୍ରୀରେ କାମ କରିବା ଆରମ୍ଭ କରୁଥିଲେ। ତାଙ୍କର ୨ଟି ଫିଲ୍ମ ରିଲିଜ୍‌ ହୋଇସାରିଥିଲେ ମଧ୍ୟ ଆର୍ଥିକ ସ୍ଥିତି ସେତେ ସୁଦୃଢ ନ ଥିବା ସେ କହିଛନ୍ତି।

Share