ପୁଣିଥରେ ମା’ ହେଲେ ନେହା

ମୁମ୍ବାଇ: ବଲିଉଡ୍‌ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ନେହା ଧୁପିଆ ପୁଣିଥରେ ମା’ ହୋଇଛନ୍ତି । ସେ ଏଥର ଏକ ପୁତ୍ର ସନ୍ତାନ ପ୍ରସବ କରିଛନ୍ତି । କିଛିଦିନ ହେବ ସେ ତାଙ୍କ ପ୍ରେଗନାନ୍ସିର ଫଟୋ ସାସିଆଲ ମିଡିଆରେ ଶେୟାର କରୁଥିବା ଦେଖିବାକୁ ମିଳିଥିଲା । ଏହାସହ ନିକଟରେ ସେ ମ୍ୟାଟରନିଟି ଫଟୋ ଶୁଟ୍ ବି କରିଥିଲେ । ଯାହା ତାଙ୍କ ପ୍ରଶଂସକଙ୍କୁ ବେଶ୍ ପସନ୍ଦ ଆସିଥିଲା । ନେହା ପୁତ୍ର ସନ୍ତାନ ପ୍ରସବ କରିବା ପରେ ତାଙ୍କ ସ୍ୱାମୀ ତଥା ଅଭିନେତା ଅଙ୍ଗଦ ବେଦୀ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଏହି ଖବର ଦେଇଛନ୍ତି । ସେ ଲେଖିଛନ୍ତି ଈଶ୍ୱର ଆଜି ଆମକୁ ଏକ ପୁତ୍ର ସନ୍ତାନ ଦେଇଛନ୍ତି । ଉଭୟ ନେହା ଓ ପୁଅ ଭଲ ଅଛନ୍ତି । କିଛିଦିନ ତଳେ ନେହା ଗର୍ଭବତୀ ଥିବାର ଭିଡିଓ ଓ ଫଟୋ ଶେୟାର କରିଥିବା ବେଳେ ଏହା ବେଶ୍ ଭାଇରାଲ ହୋଇଥିଲା । ପୂର୍ବରୁ ନେହା ଏକ କନ୍ୟା ସନ୍ତାନର ଜନନୀ ହୋଇ ସାରିଛନ୍ତି । ତେବେ ଏଥର ଗର୍ଭବତୀ ଥାଇ ବି ସେ କାମ ବନ୍ଦ କରି ନ ଥିଲେ । ଶେଷ ପର୍ଯ୍ୟନ୍ତ ସେ କାମ କରୁଥିଲେ । କିଛିଦିନ ତଳେ ସେ ତାଙ୍କ ଅଗାମୀ ଫିଲ୍ମ ‘ସନକ ‘ ପାଇଁ ଡବ୍ କରିଥିଲେ । ଏହାସହ ‘ଏ ଥର୍ସଡେ’ର ଶୁଟିଂ ମଧ୍ୟ କରିଥିଲେ ।

Share