ଗର୍ଭବତୀ ଥାଇ ବିବାହ କରିଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ନାୟିକା ନେହା ଧୁପିଆ ତାଙ୍କର ୪୦ ତମ ଜନ୍ମଦିନ ପାଳନ କରିଛନ୍ତି। ବଲିଉଡ୍‌ର ବୋଲ୍ଡ ନାୟିକାମାନଙ୍କ ମଧ୍ୟରେ ଅନ୍ୟତମ ନେହା ନିକଟରେ ତାଙ୍କ ବୟାନକୁ ନେଇ ଆସିଥିଲେ ଚର୍ଚ୍ଚାକୁ। ଏହାକୁ ନେଇ ସୋସିଆଲ ମିଡିଆରେ ବି ଟ୍ରୋଲର ଶିକାର ହୋଇଥିଲେ ନେହା। ଏମ୍‌ ଟିଭିର ରିୟଲିଟି ଶୋ’ ରୋଡିଜର ଅଡିଶନ ସମୟରେ ଜଣେ ପୁରୁଷଙ୍କୁ ଗାଳି ଦେଇ ଚର୍ଚ୍ଚାକୁ ଆସିଥିଲେ ନେହା। ଜଣେ ଝିଅଙ୍କୁ ଚାପୁଡା ମାରିବା କଥା ଶୁଣି ରାଗିଯାଇଥିବା ଅଭିନେତ୍ରୀ ନେହା ଏମିତି କରିଥିଲେ ବୋଲି କୁହାଯାଏ। ନେହାଙ୍କ ପର୍ସନାଲ ଲାଇଫ୍‌ କଥା ଯଦି କହିବା ସେ ଯେତେବେଳେ ହଠାତ୍‌ ତାଙ୍କ ବିବାହ କଥା ଘୋଷଣା କରିଥିଲେ ସେତେବେଳେ ଏହି ଖବର ସମସ୍ତଙ୍କୁ ଚମକାଇ ଦେଇଥିଲା। ବଡ କଥା ହେଲା ବିବାହ ପୂର୍ବରୁ ସେ ଗର୍ଭବତୀ ହୋଇ ସାରିଥିଲେ। ସେ ଅଙ୍ଗଦ ବେଦୀଙ୍କୁ ବିବାହ କରିବାକୁ ସ୍ଥିର କରିଥିବା ବେଳେ ଶେଷରେ ତାହାହିଁ ହୋଇଥିଲା। ନେହା-ଅଙ୍ଗଦ ୧୦ ମେ’ ୨୦୧୮ରେ ବିବାହ କରିଥିଲେ।

Share