ମୁମ୍ବାଇ: ବଲିଉଡ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ସବୁଠୁ ସୁନ୍ଦର ଗାୟିକା ଭାବେ ପରିଚିତ ନେହା କକ୍କରଙ୍କ ହୋଲି ଲୁକ୍ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହାକୁ ପ୍ରଶଂସକମାନେ ଖୁବ୍ ପସନ୍ଦ କରୁଛନ୍ତି। ନେହା ତାଙ୍କ ସୋସିଆଲ ମିଡିଆରେ ଶେୟାର କରିଥିବା ଏକ ଫଟୋରେ ଧଳା ରଙ୍ଗର ଡ୍ରେସ୍ ପିନ୍ଧିଛନ୍ତି। ଫଟୋ ଶେୟାର କରି କ୍ୟାପଶନ ଲେଖିଛନ୍ତି, ‘ହୋଲି ସ୍ପେଶାଲ ଇଣ୍ଡିଆନ ଆଇଡଲ ୧୨ରେ ଆଜି ରାତି ୯ଟାରେ’। ଆହୁରି ମଧ୍ୟ ଲେଖିଛନ୍ତି, ସବୁଠୁ ପ୍ରିୟ ଏହି ଲୁକ୍। ନେହା ଶେୟାର କରିଥିବା ଆଉକିଛି ଫଟୋରେ ଏହି ଶୋ’ର ପ୍ରତିଯୋଗୀ ପଓ୍ବନଦୀପ, ଆଶିଷ କୁଲକର୍ଣ୍ଣି, ସାୟଲ ଏବଂ ନିହାଲଙ୍କ ସହ ନଜର ଆସିଛନ୍ତି। ନେହାଙ୍କ ଆଉଟ୍ଫିଟ୍ ଏଥିରେ ଖୁବ୍ ସୁନ୍ଦର ଦେଖାଯାଉଛି।
ଏ ତ ଗଲା ନେହାଙ୍କ ପ୍ରଫେଶନାଲ କଥା। ଯଦି ତାଙ୍କ ବ୍ୟକ୍ତିଗତ କଥା ଜାଣିବା ତେବେ ନୋହା ରୋହନପ୍ରୀତ୍ ସିଂଙ୍କୁ ବିବାହ କରିଛନ୍ତି। ନେହା ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ୍ ରହିଥାନ୍ତି। ସ୍ବାମୀ ରୋହନପ୍ରୀତଙ୍କ ସହ ସୋସିଆଲ ମିଡିଆରେ ଫଟୋ, ଭିଡିଓ ଛାଡ଼ି ପ୍ରଶଂସକଙ୍କ ନିକଟତର ହୋଇଥାନ୍ତି। ଏତେ କମ୍ ବୟସରେ ନେହାଙ୍କ ସୋସିଆଲ ମିଡିଆରେ କୋଟିକୋଟି ଫଲୋଅର୍ସ ରହିଛନ୍ତି, ଯାହା ବଲିଉଡ୍ର ସୁପରଷ୍ଟାରମାନଙ୍କର ବି ନାହାନ୍ତି।