ଦ୍ୱିତୀୟ ଥର ବିବାହ କରିବେ ନେହା କକ୍କର, ଜାଣନ୍ତୁ କାହାକୁ

ବଲିଉଡ୍‌ର ଲୋକପ୍ରିୟ ଗାୟିକା ନେହା କକ୍କର ଦ୍ୱିତୀୟ ଥର ପାଇଁ ବିବାହ କରିବାକୁ ଯାଉଛନ୍ତି। ମନରେ ନିଶ୍ଚିତ ପ୍ରଶ୍ନ ଆସୁଥିବ କାହାକୁ ବିବାହ କରିବେ ନେହା? ଆଉ କେହି ନୁହେଁ ତାଙ୍କ ସ୍ବାମୀ ରୋହନପ୍ରୀତ ସିଂଙ୍କୁ। ବିବାହ ପରଠାରୁ ନେହା ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। ଇଣ୍ଡିଆନ ଆଇଡଲର ୧୩ତମ ସିଜନର ଜଜ୍‌ ଦାୟିତ୍ୱରେ ଥିବା ନେହା ନିକଟରେ ଦ୍ୱିତୀୟ ବିବାହ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି।

ନେହା କକ୍କର ରୋହନପ୍ରୀତ ସିଂଙ୍କୁ ହିନ୍ଦୁ ରିତିନୀତିରେ ଅକ୍ଟୋବର ୨୪ ତାରିଖରେ ବିବାହ କରିଥିଲେ। କିନ୍ତୁ ରୋହନପ୍ରୀତ ଇସାଇ ଥିବାରୁ ନେହା ତାଙ୍କ ରିତିନୀତିରେ ବିବାହ କରିବେ। ଆଉ ବିବାହରେ ଧଳା ରଙ୍ଗର ଗାଉନ ପିନ୍ଧିବାକୁ ସେ ବେଶ୍‌ ଉତ୍ସାହିତ ବୋଲି କହିଛନ୍ତି।

Share