ହନିମୁନ ପାଇଁ ଦୁବାଇରେ ପହଞ୍ଚିଲେ ନେହା: ଭାଇରାଲ ହେଲା ହୋଟେଲର ଭିଡିଓ

ଅକ୍ଟୋବର ୨୪ରେ ଦିଲ୍ଲୀରେ ବଲିଉଡ ପ୍ରସିଦ୍ଧ ସିଙ୍ଗର ନେହା କକ୍କର ଓ ରୋହନପ୍ରୀତ ସିଂହ ବିବାହ କରିଥିଲେ। ବିବାହ ପରେ ନେହା ତାଙ୍କ ଫ୍ୟାନ ମାନଙ୍କ ପାଇଁ ସୋସିଆଲ ମିଡିଆରେ ତାଙ୍କର ଅନେକ ଫଟୋ ଓ ଭିଡିଓ ଶେୟାର କରିଥିଲେ। ଏହି ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା।

 

ବର୍ତ୍ତମାନ ନେହା ଓ ରୋହନପ୍ରୀତ ହନିମୁନ ପାଇଁ ଦୁବାଇର ଏକ ପଞ୍ଚ ତାରକା ହୋଟେଲରେ ପହଞ୍ଚିଛନ୍ତି। ଏ ନେଇ ନେହା ନିଜର ଇନଷ୍ଟାଗ୍ରାମରେ ଏକ ଭିଡ଼ିଓ ଶେୟାର କରିଛନ୍ତି। ଭିଡିଓରେ ସେ ହୋଟେଲ ରୁମର ଚିତ୍ର ଦେଖାଉଛନ୍ତି। ଏହି ଭିଡିଓକୁ ଅନେକ ଲୋକେ ଲାଇକ କରିଥିବାବେଳେ ଅନେକ ଭିନ୍ନମତ ଦେଇଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।

 

 

 

Share