ନେହା କକ୍କରଙ୍କ ବିବାହ ଖବର ଶୁଣି ଏମିତି ପ୍ରତିକ୍ରିୟା ଦେଲେ ପୂର୍ବତନ ପ୍ରେମିକ

ମୁମ୍ବାଇ: ବଲିଉଡ୍‌ ଗାୟିକା ନେହା କକ୍କର ବିବାହ କରିବେ। କୁହାଯାଉଛି, ନେହା ରୋହନପ୍ରୀତ ସିଂଙ୍କୁ ବିବାହ କରିବାକୁ ଯାଉଛନ୍ତି। ଏହି ଖବର ଶୁଣି ନେହାଙ୍କ ପୂର୍ବତନ ପ୍ରେମିକ ହିମାଂଶ କୋହଲି ନିଜର ପ୍ରତିକ୍ରିୟା ଦେଇଛନ୍ତି।
ଏକ ସାକ୍ଷାତକାରରେ ସେ କହିଛନ୍ତି, ‘ଯଦି ନେହା ବିବାହ କରୁଛନ୍ତି ତେବେ ମୁଁ ତାଙ୍କ ପାଇଁ ଖୁସି ଅଟେ। ସେ ତାଙ୍କ ଜୀବନରେ ଆଗକୁ ବଢ଼ନ୍ତୁ। ତାଙ୍କ ସହ କେହି ଜଣେ ଅଛନ୍ତି, ଏହା ଦେଖିଲେ ଖୁସି ଲାଗୁଛି।

ନିକଟରେ ନେହାଙ୍କର ଜଣେ ବନ୍ଧୁ ଏକ ସାକ୍ଷାତକାରରେ କହିଥିଲେ, ନେହାଙ୍କ ବିବାହ ଖବର ମିଥ୍ୟା। ସେ ଏବେ ବିବାହ କରିବେ ନାହିଁ। ଏହି ଖବର ଏମିତି ଭୁଲ ଯେମିତି ଆଦିତ୍ୟ ନାରାୟଣ ଏବଂ ନେହାଙ୍କ ବିବାହ ଖବର ଥିଲା।

କହିରଖୁଛୁ, ନେହା ଏବଂ ହିମାଂଶଙ୍କ ମଧ୍ୟରେ ଦୀର୍ଘ ୪ ବର୍ଷ ଧରି ପ୍ରେମସମ୍ପର୍କ ଥିଲା। ୨୦୧୮ରେ ଦୁହିଁଙ୍କର ବ୍ରେକ୍‌ଅପ ହୋଇଯାଇଥିଲା। ନେହା ନିଜେ ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ବ୍ରେକ୍‌ଅପ ବିଷୟରେ ଜଣାଇଥିଲେ। ବ୍ରେକ୍‌ଅପ ପରେ ସେ ଡିପ୍ରେସନରେ ଅଛନ୍ତି ବୋଲି ନେହା ମଧ୍ୟ ଏକ କଥା ପ୍ରଶଂସକମାନଙ୍କୁ ଜଣାଇଥିଲେ।

ଏଥିସହିତ, ୨୦୧୯ରେ ଏକ ସାକ୍ଷାତକାରରେ ନେହା କହିଥିଲେ, ‘ସିଙ୍ଗଲ ରହିବା ସବୁଠୁ ଭଲ। ଯେତେବେଳେ ମୁଁ ଲଭ୍‌ କରୁଥିଲି ମୋ’ ପରିବାର ଏବଂ ସାଙ୍ଗମାନଙ୍କୁ ସମୟ ଦେଇ ପାରୁ ନ ଥିଲି। ଏବେ ମୁଁ ମୋର ସମସ୍ତ ସମୟ ମୋ’ ପରିବାରକୁ ଦେଇପାରୁଛି। ଏଥିରେ ମୁଁ ଅତ୍ୟନ୍ତ ଖୁସି।

Share