କରୋନାରେ ସଂକ୍ରମିତ ହେଲେ ନେହାଙ୍କ ପୂର୍ବତନ ପ୍ରେମିକ

ମୁମ୍ବାଇ: ବଲିଉଡ୍‌ ଅଭିନେତା ହିମାଂଶ କୋହଲିଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। କିଛିଦିନ ତଳେ ଖବର ଆସିଥିଲା କି ହିମାଂଶଙ୍କ ମାତା-ପିତା ଓ ଭଉଣୀ କରୋନାରେ ସଂକ୍ରମିତ ହୋଇଛନ୍ତି। ଆଉ ଏବେ ମିଳିଥିବା ସୂଚନାରୁ ଜଣାପଡିଛି ଅଭିନେତା ହିମାଂଶ ନିଜେ ସୋସିଆଲ ମିଡିଆ ମାଧ୍ୟମରେ ଜଣାଇଛନ୍ତି କି ସେ କରୋନାରେ ସଂକ୍ରମିତ ହୋଇଛନ୍ତି। ପୂର୍ବରୁ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିବା ସେ ସୂଚନା ଦେଇଥିଲେ। ଆଉ ଏବେ କରୋନା ତାଙ୍କୁ ତା’ କବଳକୁ ନେଇ ଯାଇଥିବା ସେ ଲେଖିଛନ୍ତି। ପ୍ରଶଂସକଙ୍କ ପ୍ରାର୍ଥନା ଓ ଈଶ୍ୱରଙ୍କ ଆଶୀର୍ବାଦ ଯୋଗୁ ଏବେ ମୋ ପରିବାର କରୋନା କବଳରୁ ମୁକ୍ତ ହେବାକୁ ଯାଉଛନ୍ତି। ତେବେ ସେ କରୋନା ଭାଇରସକୁ ଭୟ କରୁ ନ ଥିବା ପ୍ରକାଶ କରୁଥିବା ବେଳେ ଏହାକୁ ସାଧାରଣ ଭାବି ହେୟଜ୍ଞାନ କରିବା ଉଚିତ ନୁହେଁ ବୋଲି ମଧ୍ୟ ହିମାଂଶ କହିଛନ୍ତି। ଆମେମାନେ ଭାବୁଛେ ଆମ ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ରହିଛି , ଆମେ ସବୁ ପ୍ରକାର ସତର୍କତା ଅବଲମ୍ବନ କରିଛୁ ଏହି ଭାଇରସ ଆମର କିଛି କରି ପାରିବ ନାହିଁ। ହେଲେ ଏପରି ଭାବିବା ଭୁଲ୍‌। କାରଣ ଏହା କାହାକୁ ବି ହୋଇପାରେ। ଏହାସହ ହିମାଂଶ କରୋନାଠାରୁ ଦୂରେଇ ରହିବାକୁ କିଛି ଘରୋଇ ଟିପ୍ସ ମଧ୍ୟ ଦେଇଛନ୍ତି। ସୂଚନାଯୋଗ୍ୟ, ବଲିଉଡ୍‌ ଗାୟିକା ନେହା କକ୍କରଙ୍କ ସହ ବେଶ୍‌ କିଛିଦିନ ରିଲେସନଶିପରେ ରହିବା ପରେ ଉଭୟଙ୍କ ମଧ୍ୟରେ ବ୍ରେକ୍‌ ଅପ୍‌ ହୋଇଯାଇଥିଲା।

Share