ବଲିଉଡ୍ ଗାୟିକା ନେହା କକ୍କରଙ୍କ ବିବାହକୁ ନେଇ ପ୍ରସ୍ତୁତ ହେଉଛନ୍ତି ପରିବାର

ମୁମ୍ବାଇ: ବଲଉଡ୍ ଗାୟିକା ନେହା କକ୍କର ଅକ୍ଟୋବର ୨୩-୨୪ରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଏଥିପାଇଁ ପ୍ରାୟ୍ର ସମସ୍ତ ପ୍ରସ୍ତୁତି ସରିଲାଣି । ପଞ୍ଜାବି ଗାୟକ ରୋହନପ୍ରୀତଙ୍କୁ ନେହା ଦିଲ୍ଲୀରେ ବିବାହ କରିବେ । ଏଥିପାଇଁ ନେହାଙ୍କ ପରିବାର ସଦସ୍ୟ ମୁମ୍ବାଇରୁ ଦିଲ୍ଲୀ ଯାତ୍ରା କରିଛନ୍ତି । ଏହି ସମୟର ଏକ ଫଟୋ ନେହା ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ କରିବା ପରେ ଏବେ ଏହା ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦେଖିବାକୁ ମିଳିଛି ନେହାଙ୍କ ପରିବାର ସଦସ୍ୟ ବିମାନ ଯାତ୍ରା ସମୟରେ ମଜା କରୁଛନ୍ତି । ଏହାସହ ନେହା ଆଉ ଏକ ଫଟୋ ମଧ୍ୟ ଶେୟାର କରିଛନ୍ତି । ଯେଉଁଥିରେ ରୋହନପ୍ରୀତ ତାଙ୍କୁ ପ୍ରପୋଜ କରିଥିବା ଦେଖାଯାଉଛି । ରୋହନପ୍ରୀତ ହାତରେ ଏକ ହାର୍ଟ ଶେପର କାର୍ଡ ଧରିଥିବା ବେଳେ ସେଥିରେ ଲେଖାଯାଇଛି ୱିଲ ୟୁ ମ୍ୟାରୀ ମି । ଏହା ନେହାଙ୍କ ପ୍ରଶଂସକଙ୍କୁ ଖୁବ୍ ଆନନ୍ଦ ଦେଇଛି । ପ୍ରଥମ ପ୍ରେମରେ ଅସଫଳ ହେବା ପରେ ନେହା ଏବେ ଦ୍ୱିତୀୟଥର ରୋହନପ୍ରୀତଙ୍କ ପ୍ରେମରେ ପଡି ବିବାହ କରିବାକୁ ଯାଉଛନ୍ତି । ଗାୟିକା ସାଙ୍ଗକୁ ଇଣ୍ଡିଆନ ଆଇଡଲର ବିଚାରକ ଭାବେ ନେହା ବେଶ୍ ପରିଚିତ ।

Share