ମା’ ହେବେ ନେହା!

ମୁମ୍ବାଇ: ଆଇଫା ଆୱାର୍ଡ ୨୦୨୨ ଜୁନ ୨ରୁ ଆରମ୍ଭ ହୋଇଯାଇଛି । ଜୁନ ୪ ଅର୍ଥାତ୍ ଶନିବାର ହେଉଛି ଏହାର ଶେଷ ଦିବସ । ଆଇଫାରେ ଯୋଗ ଦେଇଥିବା ସବୁ ସେଲିବ୍ରିଟିଙ୍କୁ ଭିନ୍ନ ଭିନ୍ନ ଗେଟଅପ୍‌ରେ ଦେଖିବାକୁ ମିଳିଥିବା ବେଳେ ସମସ୍ତେ ଖୁବ୍ ସୁନ୍ଦର ଲାଗୁଥିଲେ । ଏହି ଆୱାର୍ଡ ସେରିମନିରେ ବଲିଉଡ ଗାୟିକା ନେହା କକ୍କଡ ପତି ରୋହନପ୍ରୀତଙ୍କ ସହ ପହଞ୍ଚିଥିଲେ । ଆଇଫଶ ଗେଟପରେ ନେହା ଖୁବ୍ ସୁନ୍ଦର ଲାଗୁଥିବା ବେଳେ ଏବେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆଉ ଏହି ଭିଡିଓକୁ ଦେଖିବା ପରେ ଦର୍ଶକେ କହୁଛନ୍ତି ନେହା କୁଆଡେ ମାଆ ହେବାକୁ ଯାଉଛନ୍ତି ।

ଆଇଫା ୨୦୨୨ର ଗ୍ରୀନ କାର୍ପେଟରେ ନେହାଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହାକୁ ଦେଖି ଦର୍ଶକେ ତାଙ୍କୁ ଟ୍ରୋଲ କରିବାରେ ଲାଗିପଡିଛନ୍ତି । ଭିଡିଓରେ ନେହା ଫ୍ଲୋର ଲେନ୍ଥର ଅଫ ସୋଡର ଗାଉନରେ ନଜର ଆସିଛନ୍ତି । ସିଙ୍ଗରଙ୍କ ଡ୍ରେସ ଏତେ ଟାଇଟ ଅଛି ଯେ ତାଙ୍କର ସବୁ କର୍ଭସ ସ୍ପଷ୍ଟ ନଜର ଆସୁଛି । ଏହି ସମୟରେ ନେହା ତାଙ୍କ ହାତ ଟମି ଉପରେ ରଖି ଚାଲୁଛନ୍ତି । ଲାଗୁଛି ଯେମିତି ସେ ହାତରେ ତାଙ୍କ ଟମିକୁ ଲୁଚାଇବାକୁ ଚେଷ୍ଟା କରୁଛନ୍ତି । ହେଲେ ଏହା ଟିକେ ବାହାରୁକୁ ବାହାରିବା ପରି ନଜର ଆସିଛି । ଏହାକୁ ଦେଖିବା ପରେ ସୋସିଆଲ ମିଡିଆ ୟୁଜର୍ସ ଲଗାତାର ନେହାଙ୍କ ପ୍ରେଗ୍ନେସିକୁ ନେଇ କଥା ହେଉଛନ୍ତି । ତେବେ ସତ କ’ଣ ତାହା ନେହା ହିଁ ସ୍ପଷ୍ଟ କରିବେ ।

Share