ଅମିତାଭ, ଶାହାରୁଖଙ୍କୁ ଟକ୍କର ଦେଲେ ନେହା

ମୁମ୍ବାଇ: ମାତ୍ର ୩୨ ବର୍ଷ ବୟସରେ ବଲିଉଡ୍ ଗାୟିକା ନେହା କକ୍କଡ ଅନେକ ସମ୍ମାନର ଅଧିକାରିଣୀ ହୋଇ ପାରିଛନ୍ତି । ଏବେ ସେ ବଲିଉଡ୍ ଇଣ୍ଡଷ୍ଟ୍ରିର ଜଣେ ମୋଷ୍ଟ ସକସେସ୍‌ଫୁଲ ସିଙ୍ଗର ତାଲିକାରେ ରହିଛନ୍ତି । ଏବେ ନେହାଙ୍କ ନାମ ଫୋର୍ବସର ୧୦୦ ଜଣ ସେଲିବ୍ରିଟିଙ୍କ ନାଁ ମଧ୍ୟରେ ସାମିଲ ହୋଇଯାଇଛି । ଏଥିରେ ସେ ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନ ଓ କିଙ୍ଗ ଖାନ୍ ଶାହାରୁଖଙ୍କୁ ଏକ ପ୍ରକାର ଟକ୍କର ଦେଇଛନ୍ତି ବୋଲି କୁହାଯାଉଛି । ଫୋର୍ବସ ମାଗାଜିନ ନିକଟରେ ସୋସିଆଲ ମିଡିଆରେ ଆକ୍ଟିଭ ରହି ଲୋକଙ୍କୁ ପ୍ରେରଣା ଦେଉଥିବା ସେଲିବ୍ରିଟିଙ୍କର ଏକ ତାଲିକା ପ୍ରକାଶ କରିଥିଲା । ଏସିଆ ପାସିଫିକ ସିଜନ ପାଇଁ ଟପ୍ ମୋଷ୍ଟ ସେଲିବ୍ରିଟିଙ୍କ ଏହି ତାଲିକାରେ ନେହା କକ୍କଡଙ୍କ ନାଁ ରହିଛି । ନିଜେ ନେହା ତାଙ୍କ ଇନଷ୍ଟାଗ୍ରାମରେ ଏହି ସୂଚନା ଦେବା ସହ ଖୁସି ବ୍ୟକ୍ତ କରିଛନ୍ତି । ସବୁଠାରୁ ବଡ କଥା ହେଲା ଏହି ତାଲିକାରେ ୧୨ ଜଣ ଭାରତୀୟଙ୍କ ନାଁ ରହିଛି ।

Share