ମେହେନ୍ଦୀ ସେରିମନିରେ ନେହା କକ୍କର ପିନ୍ଧିଥିବା ଲେହେଙ୍ଗା ଦାମ୍‌ ଜାଣିଲେ ଉଡ଼ିଯିବ ହୋସ୍‌

ମୁମ୍ବାଇ,୨୪ା୧୦: ରୋହନ ପ୍ରୀତ ସିଂଙ୍କୁ ବିବାହ କରିବାକୁ ଯାଉଥିବା ବଲିଉଡ୍‌ ନେହା କକ୍କର ବର୍ତ୍ତମାନ ତାଙ୍କ ମେହେନ୍ଦୀ ସେରିମନି ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ସେ କ୍ୟାପଶନରେ ଲେଖିଛନ୍ତି, ‘ମେହେନ୍ଦୀ ଲଗାଉଙ୍ଗୀ ମେ ସଜନା କି ନାମ’ ଫଟୋରେ ନେହା ଫ୍ୟାଶନ ଡିଜାଇନର୍‌ ଅନିତା ଡୋଗ୍ରେଙ୍କ ଲେହେଙ୍ଗାରେ ନଜର ଆସିଛନ୍ତି। ଏହି ଲେହେଙ୍ଗାର ମୂଲ୍ୟ ୭୫ ହଜାର ଟଙ୍କା।

ନେହା ଏବଂ ରୋହନ ଦିଲ୍ଲୀରେ ବିବାହ କରିବେ। ଏଥିପାଇଁ ନେହାଙ୍କ ପୂରା ପରିବାର ଗୁରୁବାରଠାରୁ ସେଠାରେ ପହଞ୍ଚିଛନ୍ତି। ଶୁକ୍ରବାର ସକାଳେ ଏହି ଯୋଡ଼ିଙ୍କ ମେହେନ୍ଦୀ ସେରିମନି ହୋଇଥିଲା। ନେହା ଏହି ଫଟୋକୁ ସୋସିଆଲ ମିଡିଆରେ ଶେୟାର କରିଥିଲେ।

ଏହା ପୂର୍ବରୁ ନେହା ଏବଂ ହିମାଂଶ କୋହଲିଙ୍କ ମଧ୍ୟରେ ପ୍ରେମସମ୍ପର୍କ ଥିଲା। ଏଥିସହିତ ଇଣ୍ଡିଆନ ଆଇଡଲ ସେଟ୍‌ରେ ମଧ୍ୟ ଆଦିତ୍ୟ ନାରାୟଣଙ୍କୁ ବିବାହ କରିବେ ବୋଲି ଜୋର୍‌ଦାର ଚର୍ଚ୍ଚା ହେଉଥିଲା।

Share