ଏତିକି କୋଟି ଟଙ୍କାର ମାଲିକାଣୀ ନେହା କକ୍କର, ଗୋଟିଏ ଗୀତକୁ ନିଅନ୍ତି…

ବଲିଉଡ୍‌ର ଚର୍ଚ୍ଚିତ ଗାୟିକା ନେହା କକ୍କର ଆଜି ୩୪ତମ ଜନ୍ମଦିନ ପାଳନ କରୁଛନ୍ତି। ଅନେକ ବଲିଉଡ୍‌ ଫିଲ୍ମ, ପଞ୍ଜାବୀ ଫିଲ୍ମ ଏବଂ ମ୍ୟୁଜିକ ଭିଡିଓ ପାଇଁ ଗୀତ ଗାଇ ନେହା ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ଏତେ ବଡ଼ ଷ୍ଟାର୍‌ ହେବା ତାଙ୍କ ପାଇଁ ଆଦୌ ସହଜ ନ ଥିଲା। ଏଥିପାଇଁ ସେ ଅନେକ ସଂଘର୍ଷ କରିଛନ୍ତି। ଗୋଟିଏ ଛୋଟ ଭଡ଼ାଘରେ ବଢିଥିବା ନେହା ଆଜି କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକାଣୀ।
ନେହା ଏବେ ପ୍ରାୟ ଅଧିକାଂଶ ବଲିଉଡ୍‌ର ଫିଲ୍ମରେ ଗୀତ ଗାଉଛନ୍ତି। ଏହାସହ ସେ ରିଆଲିଟି ଶୋ’ରେ ଜଜ୍‌ ହୋଇ ଅନେକ ଟଙ୍କା ରୋଜଗାର କରନ୍ତି। ନେହାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ପ୍ରାୟ ୩୭ କୋଟି ଟଙ୍କା। ସେ ଗୋଟିଏ ଗୀତ ପାଇଁ ପ୍ରାୟ ୨୫ ଲକ୍ଷ ଟଙ୍କା ନିଅନ୍ତି। ତାଙ୍କ ବାର୍ଷିକ ରୋଜଗାର ପ୍ରାୟ ୧୦-୧୫ କୋଟି ଟଙ୍କା। ଫିଲ୍ମରେ ଗୀତ ଗାଇବା ବ୍ୟତୀତ ନେହା ମଧ୍ୟ ଷ୍ଟେଜ ଶୋ ମାଧ୍ୟମରେ ବହୁତ ରୋଜଗାର କରନ୍ତି।

Share