ବିବାହ ପାଇଁ ନେହା କରିଥିଲେ ପ୍ରପୋଜ, ରୋହନପ୍ରୀତ କହିଥିଲେ ନା

ବଲିଉଡ୍‌ ଗାୟିକ ନେହା କକ୍କର ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ରୋହନପ୍ରୀତ ସିଂଙ୍କୁ ବିବାହ କରି ତାଙ୍କ ଜୀବନ ଆରମ୍ଭ କରିଛନ୍ତି। ଜୀବନର ଏହି ନୂତନ ପର୍ଯ୍ୟାୟକୁ ସେ ବେଶ୍‌ ଉପଭୋଗ କରୁଛନ୍ତି। ନିକଟରେ ଟିଭି ପରଦାର ‘କପିଲ ଶର୍ମା ଶୋ’ରେ ନେହା କକ୍କର ରୋହନପ୍ରୀତ ସିଂଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ଖୋଲାଖୋଲି ଭାବେ କହିଥିଲେ। ସେମାନଙ୍କର ପ୍ରଥମ ସାକ୍ଷାତ ବିଷୟରେ ନେହା କହିଥିଲେ ଉଭୟଙ୍କ ପ୍ରଥମ ଥର ପାଇଁ ଗତ ଅଗଷ୍ଟରେ ଚଣ୍ଡିଗଡ଼ରେ ସାକ୍ଷାତ ହୋଇଥିଲା। ରୋହନପ୍ରୀତ କହିଥିଲେ ଯେ ତାଙ୍କୁ ଅଡିସନ ପାଇଁ ଡକାଯାଇଥିଲା। ଯେଉଁ ଗୀତରେ ତାଙ୍କୁ ଅଡିସନ ପାଇଁ ଡକାଯାଇଥିଲା, ସେହି ଗୀତକୁ ନେହା ଲେଖିଥିଲେ ଏବଂ ସଙ୍ଗୀତ ମଧ୍ୟ ନେହା ଦେଇଥିଲେ। ରୋହନ ଏ ବିଷୟରେ କହିଛନ୍ତି ଯେ ନେହାଙ୍କୁ ଭେଟି ତାଙ୍କ ଜୀବନରେ ଏକ ବଡ ପରିବର୍ତ୍ତନ ଆସିଛି। ନେହାଙ୍କୁ ଲୋକମାନେ ଯେତିକି ଭଲ ପାଆନ୍ତି ତା’ଠାରୁ ଅଧିକ ସେ ଭଲ। ରୋହନପ୍ରୀତଙ୍କ ବିଷୟରେ ନେହା କହିଥିଲେ ସେ ବହୁତ ଭଲ, ରୋହନଙ୍କ ଉତ୍ତମତା ନେହାଙ୍କୁ ତାଙ୍କ ନିକଟତର କରିଥିଲା। ଶୁଟିଂ ଶେଷ ହେବା ପରେ ରୋହନ ନେହାଙ୍କୁ ତାଙ୍କ ସ୍ନାପଚାଟ ଆଇଡି ମାଗିଥିଲେ। କିନ୍ତୁ ସେ ନେହାଙ୍କୁ ହ୍ବାଟସଆପ୍‌ରେ ମେସେଜ କରିଥିଲେ। ରୋହନପ୍ରୀତଙ୍କୁ ବିବାହ କରିବାକୁ ଚାହୁଁଥିବା କହିଥିଲେ ନେହା। କିନ୍ତୁ ଆରମ୍ଭରୁ ରୋହନପ୍ରୀତ ଏଥିରେ ଦ୍ୱିଧାବୋଧ କରିଥିଲେ। ସେ ବାରମ୍ବାର କହୁଥିଲେ ଯେ ତାଙ୍କୁ ବର୍ତ୍ତମାନ ୨୫ ବର୍ଷ ହୋଇଛି। କିନ୍ତୁ କିଛି ଦିନ ପରେ ରୋହନ କହିଥିଲେ ଯେ ସେ ତାଙ୍କ ବିନା ବଞ୍ଚି ପାରିବେ ନାହିଁ।

 

Share