୩୨ ବର୍ଷରେ ଏହି ରୋଗ ସହ ସଂଗ୍ରାମ କରୁଛନ୍ତି ନେହା କକ୍କର

ପ୍ରସିଦ୍ଧ ଗାୟିକା ନେହା କକ୍କର ଆଜିକାଲି ରିଆଲିଟି ଶୋ’ ‘ଇଣ୍ଡିଆନ୍‌ ଆଇଡଲ୍‌-୧୨’ରେ ଜଜ୍‌ ସିଟ୍‌ରେ ବସିଥଇବା ବେଳେ ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି। ଏହି ଶୋ’ମାଧ୍ୟମରେ ନେହା ତାଙ୍କର ଅସୁସ୍ଥତା ବିଷୟରେ ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି। ସେ ଏମିତି ଏକ ରୋଗରେ ଆକ୍ରାନ୍ତ ହୋଇଛନ୍ତି, ଯେଉଁଥିପାଇଁ ସବୁବେଳେ ବିବ୍ରତ ରହୁଛନ୍ତିି ବୋଲି ନେହା କହିଛନ୍ତି।
ଗତ ଅକ୍ଟୋବରରେ ନେହା ନିଜ ଠାରୁ ୮ ବର୍ଷ ସାନ ରୋହନପ୍ରୀତ ସିଂହଙ୍କୁ ବିବାହ କରିଥିଲେ। ବିବାହ ସମୟରେ ସେ ଯେଉଁ ଲେହେଙ୍ଗା ପିନ୍ଧିଥିଲେ ତାହାକୁ ନେଇ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ ହେବାକୁ ପଡ଼ିଥିଲା।
ନେହା କହିଥିଲେ ଯେ, ମୋ ପାଖରେ ଭଲପାଇବା ଅଛି, ପରିବାର ଅଛି, କ୍ୟାରିୟର ଅଛି, ମାତ୍ର ଉଦ୍‌ବେଗ ଯୋଗୁ ସବୁବେଳେ ବିବ୍ରତ ରହୁଛି। ଏହା କହିବା ବେଳେ ନେହା ଭାବୁକ ହୋଇପଡ଼ିଥିଲେ। ଏହି ଅଧ୍ୟାୟ ବର୍ତ୍ତମାନ ପର୍ଯ୍ୟନ୍ତ ଟେଲିକାଷ୍ଟ ହୋଇନାହିଁ।

Share