ପୁଣି ପ୍ରେମରେ ପଡିଲେ ନେହା କକ୍କର!

ବଲିଉଡ୍‌ର ପ୍ରସିଦ୍ଧ ଗାୟିକା ନେହା କକ୍କର ପୁଣି ପ୍ରେମରେ ପଡିଥିବା ଚର୍ଚ୍ଚା ହେଉଛି। ହିଂମାଶ କୋହଲିଙ୍କଠାରୁ ବ୍ରେକ୍‌ ଅପ୍‌ ହେବାପରେ ନେହା ଏବେ ପିଲାଦିନର ବନ୍ଧୁ ରୋହନପ୍ରୀତ ସିଂଙ୍କ ପ୍ରେମରେ ପଡିଛନ୍ତି। ଚଳିତମାସରେ ସେ ବିବାହ କରିବେ ବୋଲି ଆଲୋଚନା ହେଉଛି। ରାଜଧାନୀ ଦିଲ୍ଲୀରେ ନେହା ଏବଂ ରୋହନପ୍ରୀତଙ୍କ ବିବାହ ଅନୁଷ୍ଠିତ ହେବ। କରୋନା ଯୋଗୁ ଅଳ୍ପ କିଛି ବ୍ୟକ୍ତି ବିବାହରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଅକ୍ଟୋବର ୨୪ରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହେବେ ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ରୋହନପ୍ରୀତ୍‌ଙ୍କ ମ୍ୟାନେଜର୍‌ ଏହାକୁ ଖଣ୍ଡନ କରିଛନ୍ତି। ନିକଟରେ ରୋହନପ୍ରୀତଙ୍କ ସହ ନେହା ଏକ ମ୍ୟୁଜିକ୍‌ ଭିଡିଓରେ କାମ କରିଥିଲେ। ଭିଡିଓରେ ନେହା ରୋହନପ୍ରୀତଙ୍କୁ ଲକ୍‌ଡାଉନ୍‌ରେ ବିବାହ କରିବା କଥା କହୁଛନ୍ତି। ଏବଂ ନେହାଙ୍କୁ ସେ ଡାଇମଣ୍ଡ୍‌ ରିଙ୍ଗ୍‌ ପିନ୍ଧାଉଥିବା ଦେଖାଯାଇଛି। ଭିଡିଓକୁ ରୋହନପ୍ରୀତ ନିଜ ସୋସିଆଲ ମିଡିଆରେ ଶେୟାର କରିଥିଲେ। ଏହାପୂର୍ବରୁ ନେହା ଗାୟକ ଉଦିତ ନାରାୟଣଙ୍କ ପୁଅ ଆଦିତ୍ୟଙ୍କ ସହ ବିବାହକୁ ନେଇ ଚର୍ଚ୍ଚାରେ ଥିଲେ।

Share