‘ଫାଷ୍ଟ କିସ୍‌’ ଭିଡିଓ ଶେୟାର କଲେ ନେହା, ସ୍ବାମୀ କହିଲେ ଏମିତି

ମୁମ୍ବାଇ: ବଲିଉଡ ଗାୟିକ ନେହା କକ୍କର ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ଏବଂ ନିଜ ପ୍ରଶଂସକଙ୍କ ସହ ସବୁବେଳେ କିଛି ନା କିଛି ଶେୟାର କରିଥାନ୍ତି। ବୃତ୍ତିଗତ ଜୀବନଠାରୁ ଆରମ୍ଭ କରି ବ୍ୟକ୍ତିଗତ ଜୀବନ ପର୍ଯ୍ୟନ୍ତ ନିଜ ପ୍ରଶଂସକଙ୍କ ସହ ଶେୟସୂଚନା ପ୍ରଦାନ କରିଥା’ନ୍ତ। ଏପରିକି ନେହା କକ୍କର ରୋହନପ୍ରୀତ ସିଂଙ୍କ ସହ ସୋସିଆଲ ମିଡିଆରେ ବିବାହ ଘୋଷଣା କରିଥିଲେ। ନିକଟରେ ନେହା ଇନଷ୍ଟାଗ୍ରାମରେ ତାଙ୍କର ଏକ ଭିଡିଓ ସେୟାର କରିଛନ୍ତି। ଯାହା ଏବେ ଭାଇରାଲ ହେଉଛି। । ଭିଡିଓରେ ନେହା କକ୍କର ହନି ସିଂଙ୍କ ଗୀତ ‘ପାର୍ଷ୍ଟ କିସ’ରେ ଲିପ-ସିଙ୍କ କରୁଥିବା ନଜର ଆସିଛନ୍ତି। ଭିଡିଓରେ ହନି ସିଂ ମନ୍ତବ୍ୟ ଦେଇ ସେ ଲେଖିଛନ୍ତି- ‘ଲଭ୍‌ ଏବଂ ଧନ୍ୟବାଦ।’ ଏଥି ସହ ନେହା କକ୍କରଙ୍କ ସ୍ବାମୀ ରୋହନପ୍ରୀତ ସିଂ ଲେଖିଛନ୍ତି ‘ଶୋନା ବାବୁ।’। ନିକଟରେ ନେହା ସ୍ବାମୀଙ୍କୁ ସହ ହନିମୁନ୍‌ରେ ଦୁବାଇ ଯାଇଥିଲେ। ସେଠାରେ ସେ ଫଟୋ ଏବଂ ଭିଡିଓ ଫ୍ରଶଂସକଙ୍କ ସହ ଶେୟାର କରିଥିଲେ।

Share