ଗୀତ ପ୍ରମୋଶନ ପାଇଁ ନେହାଙ୍କ ଡ୍ରାମା

ବମ୍ବେ: ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରି ଚର୍ଚ୍ଚାର ପରିସରକୁ ଆସିଥିଲେ ଗାୟିକା ନେହା କକ୍କଡ। ବିବାହର ଦୁଇ ମାସ ହୋଇଥିବା ବେଳେ ସେ ମା’ ହେବାକୁ ଯାଉଥିବା କୁହାଯାଇଥିଲା। କେହି କେହି ସେ ବିବାହ ପୂର୍ବରୁ ମା’ ହେବାକୁ ଯାଉଥିବା କଥା କହିଥିଲେ। ହେଲେ ଏବେ ତାହା ମିଥ୍ୟା ଭଳି ଲାଗୁଛି। କେବଳ ନିଜ ଗୀତର ପ୍ରମୋଶନ ପାଇଁ ନେହା ସେଭଳି କରିଥିବା ଅନୁମାନ କରାଯାଉଛି।

ସ୍ବାମୀ ରୋହନପ୍ରିତଙ୍କ ସହ ନେହା ବେବିବମ୍ପ ଦେଖାଇ ଉକ୍ତ ଫଟୋ ଶେୟାର କରିଥିଲେ। ଠିକ୍‌ ସେଭଳି ଫଟୋରେ ନିଜ ଆଗାମୀ ଗୀତ ବିଷୟରେ କହିଛନ୍ତି ନେହା। ଫଳରେ ଫଟୋଟି ‘ଖୟାଲ ରଖୟା କର’ ଗୀତର ପୋଷ୍ଟର ବୋଲି ଜଣାଯାଇଛି। ଏଣୁ ନେହା ମା’ ହେବାକୁ ଯାଉଥିବା କେତେ ସତ କେତେ ମିଛ ତାହା ସ୍ପଷ୍ଟ ହେଉନାହିଁ। ଡିସେମ୍ବର ୨୨ରେ ଗୀତଟି ରିଲିଜ ହେବ। ଏହାପରେ ବାସ୍ତବତା ଜଣାପଡ଼ିବ ବୋଲି ପ୍ରଶଂସକ ଆଶା ରଖିଛନ୍ତି।

Share