Advertisement

ବିବାହ ବନ୍ଧନରେ ବାନ୍ଧି ହେଲେ ନେହା କକ୍କର

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବଲିଉଡ୍‌ର ପ୍ଲେ-ବ୍ୟାକ୍‌ ସିଙ୍ଗର ସୁନ୍ଦରୀ ନେହା କକ୍କର। ଶନିବାର ଦିଲ୍ଲୀରେ ଥିବା ଏକ ଗୁରୁଦ୍ୱାରରେ ସେ ତାଙ୍କ ପ୍ରେମିକ ରୋହନପ୍ରୀତ୍‌ ସିଂହଙ୍କୁ ବିବାହ କରିଛନ୍ତି। ଶିଖ୍‌ ରୀତିନୀତିରେ ଏହି ବିବାହ ସମ୍ପନ୍ନ ହୋଇଛି। ଉଭୟଙ୍କ ଆନନ୍ଦ କରାଜ ବିଧି ଦିଲ୍ଲୀରେ କରାଯାଇଛି। ବିବାହ ବେଳେ ନେହା ଓ ରୋହନପ୍ରୀତ୍‌ ପିଙ୍କ୍‌ ଆଉଟ୍‌ଫିଟ୍‌ରେ ନଜର ଆସିଛନ୍ତି। ନେହା ଏଯାଏ ତାଙ୍କ ବାହାଘରର ଫଟୋ କିମ୍ବା ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିନାହାନ୍ତି। କିନ୍ତୁ ତାଙ୍କ ଫ୍ୟାନ୍‌ମାନେ ବାହାଘର ବେଳର ଦୃଶ୍ୟକୁ କ୍ୟାମେରାରେ କଏଦ୍‌ କରି ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଏହି ଭିଡିଓକୁ ଦେଖି ଇନ୍‌ଷ୍ଟାରେ ଫ୍ୟାନ୍‌ମାନେ ପସନ୍ଦ କରିବା ସହ ଦୁହିଁଙ୍କୁ ଶୁଭଚ୍ଛା ମଧ୍ୟ ଜଣାଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share