ବମ୍ବେ: ଥରେ ବିବାହ କରି ମନ ଭରିନି, ଆଉ ଥରେ ବିବାହ କରିବାକୁ ମନ ବଳାଇଛନ୍ତି ଗାୟିକା ନେହା କକ୍କର। ନିକଟରେ ନିଜଠାରୁ ବୟସରେ ସାନ ପ୍ରେମିକଙ୍କ ହାତ ଧରି ପ୍ରଶଂସକଙ୍କୁ ଚମକାଇ ଦେଇଥିଲେ ସେ। ଏବେ ସେ କାମକୁ ଫେରିଛନ୍ତି। ଇଣ୍ଡିଆନ୍ ଆଇଡଲର ଶୁଟିଂରେ ସେ ବ୍ୟସ୍ତ ଥିବା ବେଳେ ପୁଣି ବାହା ହେବାକୁ ଚାହୁଁଥିବା କଥା କହି ଚର୍ଚ୍ଚାରେ।
ମଞ୍ଚରେ ନେହାଙ୍କ ସ୍ବାମୀ ରୋହନପ୍ରିତ ସିଂହ ଅତିଥି ଭାବେ ଯୋଗ ଦେଇଥିଲେ। ଉଭୟ ବିବାହକୁ ନେଇ ବିଭିନ୍ନ ସ୍ମୃତି ବଖାଣିଥିଲେ। ଠିକ୍ ସେତିକିବେଳେ ସୁନ୍ଦର ଧଳା ରଙ୍ଗର ଗାଉନ୍ ପିନ୍ଧି ଆଉ ଥରେ ବିବାହ କରିବାକୁ ଇଚ୍ଛା ରଖିଥିବା ନେହା କହିଥିଲେ। ହିନ୍ଦୁ ରୀତିନୀତିରେ ବିବାହ ସରିଛି। ଏଥିରେ ସେ ପାରମ୍ପରିକ ପୋଷାକ ପିନ୍ଧିଥିଲେ। ହେଲେ ଏବେ ସେ ଧଳା ପୋଷାକ ପିନ୍ଧି ବାହା ହେବାକୁ ଚାହାନ୍ତି। ଏହା କ’ଣ ସମ୍ଭବ ବୋଲି ସେ ସେଠାରେ ଉପସ୍ଥିତ ସମସ୍ତଙ୍କୁ ପଚାରିଥିଲେ।
ନେହାଙ୍କ ଲଭ୍ଷ୍ଟୋରୀକୁ ଯଦି ଦେଖାଯାଏ ତେବେ ବୟସ କମ୍ ଯୋଗୁ ବିବାହ କରିବାକୁ ଚାହୁଁ ନ ଥିଲେ ରୋହନପ୍ରିତ। ହେଲେ ନେହା ଡେଟ୍ କରିବାକୁ ପ୍ରସ୍ତୁତ ନ ଥିଲେ। ଏଥିପାଇଁ ଉଭୟ କିଛି ଦିନ ପାଇଁ କଥାବାର୍ତ୍ତା ବନ୍ଦ କରିଦେଇଥିଲେ। ଦିନେ ନିଶାରେ ରୋହନପ୍ରିତ ନେହାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। ସକାଳ ହେଲେ ସେ ଭୁଲିଯିବେ ବୋଲି ନେହା ଭାବିଥିଲେ। ସେମିତି ହୋଇ ନ ଥିଲା। ରୋହନପ୍ରିତ ପରଦିନ ପ୍ରସ୍ତାବର ଉତ୍ତର ମାଗିଥିଲେ। ଶେଷରେ ନେହା ହଁ ଭରିଥିଲେ।