ନେହାଙ୍କ ଲେହେଙ୍ଗାର ଦାମ୍‌ ଜାଣି ହେବେ ଆଶ୍ଚର୍ଯ୍ୟ

ବଲିଉଡ୍‌ ଗାୟିକା ନେହା କକ୍କର ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ଗତ ବର୍ଷ ରୋହନପ୍ରୀତ ସିଂଙ୍କୁ ବିବାହ କରିବା ପରଠାରୁ ତାଙ୍କୁ ନେଇ ସର୍ବଦା ଚର୍ଚ୍ଚା ଲାଗିରହୁଛି। ବିବାହ ପରେ ନେହା ପ୍ରାୟତଃ ତାଙ୍କ ସ୍ବାମୀଙ୍କ ସହ ଫଟୋ ସେୟାର କରନ୍ତି। ନିକଟରେ ଏକ ବିବାହ ସମାରୋହରେ ଏକ ସବୁଜ ଲେହେଙ୍ଗା ପିନ୍ଧିଥିଲେ। ଏବେଏହି ସବୁଜ ରଙ୍ଗର ଲେହେଙ୍ଗା ଇଣ୍ଟରନେଟରେ ବହୁତ ଚର୍ଚ୍ଚା ହେଉଛି। ଏହି ସବୁଜ ଲେହେଙ୍ଗାର ମୂଲ୍ୟ ଜାଣିବା ପାଇଁ ଇଣ୍ଟରନେଟ ସର୍ଚ୍ଚ କରାଯାଇଥିଲା, ଏହାର ଅନଲାଇନ ମୂଲ୍ୟ ମଧ୍ୟ ସାମ୍ନାକୁ ଆସିଥିଲ। ଅନୀତା ଡୋଙ୍ଗ୍ରାଙ୍କ ସାୟାନାରା ଲେହେଙ୍ଗାର ମୂଲ୍ୟ ୭୫ ହଜାର ଟଙ୍କା। ଏହି ଲେହେଙ୍ଗା ସହିତ ଆସୁଥିବା ଆସେସରିଜ ଗୁଡିକ ପୃଥକ ମୂଲ୍ୟ ରହିଛି। ତେବେ କାହାର ବିବାହରେ ନେହା ଏହି ଲେହେଙ୍ଗା ପିନ୍ଧିଥିଲେ, ତାହା ପ୍ରକାଶ କରାଯାଇ ନାହିଁ।

 

Share