ନେହା କକ୍କରଙ୍କ ଡ୍ରେସ୍‌କୁ ନେଇ ଜୋରଦାର ଚର୍ଚ୍ଚା, ଦାମ୍‌ ରହିଛି…

ମୁମ୍ବାଇ: ବଲିଉଡ୍‌ର ପ୍ଲେବ୍ୟାକ୍‌ ସିଙ୍ଗର ନେହା କକ୍କରଙ୍କୁ ଏୟାରପୋର୍ଟରେ ସ୍ପଟ୍‌ କରାଯାଇଥିଲା। ସେ ତାଙ୍କ ସ୍ବାମୀ ରୋହନପ୍ରୀତଙ୍କ ସହ ନଜର ଆସିଥିଲେ। ନେହା ଏକ ଡାର୍କ ବ୍ଲୁ କଲରର ଟି-ଶର୍ଟ ପିନ୍ଧିଥିବା ବେଳେ ରୋହନପ୍ରୀତ୍‌ ଏକ କଲରଫୁଲ ଶର୍ଟ ପିନ୍ଧିଥିଲେ। ଦୁଇଜଣ ଧଳା ରଙ୍ଗର ଜୋତା ପିନ୍ଧିଥିଲେ। ପ୍ରଶଂସକମାନେ ତାଙ୍କ ଲୁକ୍‌କୁ ଦେଖି ସୋସିଆଲ ମିଡିଆରେ କମେଣ୍ଟ ଦେଇଛନ୍ତି। ନେହା କଳା ରଙ୍ଗର ଏକ ସନ୍‌ ଗ୍ଲାସ ଲଗାଇଥିଲେ।

ସବୁଠୁ ବେଶି ଚର୍ଚ୍ଚା ହେଉଛି ନେହାଙ୍କ ଡ୍ରେସ୍‌କୁ ନେଇ। କାରଣ ନେହା ଯେଉଁ ଡ୍ରେସ ପିନ୍ଧିଥିଲେ ତାହା GUCCIର ଟି-ଶର୍ଟ। ଯାହାକୁ ଅପାଣ ଇ-କମର୍ସ ଓ୍ବେବ୍‌ସାଇଟ୍‌ରୁ କିଣିପାରିବେ। ଏହାର ଦାମ୍‌ ୫୯୦ ଡଲାର। ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ଏହି ଟି-ଶର୍ଟର ଦାମ୍‌ ୪୨ ହଜାର ଟଙ୍କା। ଡ୍ରେସ୍‌ଟି ସିମ୍ପଲ ମାତ୍ର ଦାମୀ।

ଏ ତ ଗଲା ନେହାଙ୍କ ବ୍ୟକ୍ତିଗତ କଥା। ଯଦି ତାଙ୍କ ଓ୍ବାର୍କଫ୍ରଣ୍ଟ କଥା କହିବା ତେବେ ଖୁବ୍‌ଶୀଘ୍ର ତାଙ୍କର ଏକ ଗୀତ ରିଲିଜ ହେବାକୁ ଯାଉଛି। ଯେଉଁଥିରେ ରୁବିନା ଦିଲୈକ ଏବଂ ଅଭିନବ ଶୁକ୍ଳା ମୁଖ୍ୟ ଭୂମିକାରେ ନଜର ଆସିବେ। ଏହି ଗୀତକୁ ନେଇ ନେହା ଖୁବ୍‌ ଉତ୍ସାହିତ ଅଛନ୍ତି।

Share