ଛଅ ମାସର ଦରମା ମିଳିନି

ବମ୍ବେ: ବିଗତ କିଛି ଦିନରେ ଲୋକପ୍ରିୟ କମେଡି ଶୋ’ ‘ତାରକ ମେହେତା କା ଉଲ୍‌ଟା ଚଷମା’ର ହାତ ଛାଡ଼ିଛନ୍ତି ଅନେକ କଳାକାର। ସେମାନଙ୍କ ମଧ୍ୟରୁ ଜଣେ ହେଲେ ନେହା ମେହତା। ଶୋ’ରେ ତାଙ୍କ ଚରିତ୍ରଟି ଥିଲା ‘ଅଞ୍ଜଳି’। ଦୀର୍ଘ ୧୨ ବର୍ଷ ଧରି ଶୋ’ ସହ ଜଡ଼ିତ ଥିଲେ ସେ। ହେଲେ ୨୦୨୦ରେ ସେ ଏହାକୁ ଛାଡ଼ିଥିଲେ। ଏହାପରେ ସେ ଏକ ଗୁଜରାଟୀ ଫିଲ୍ମରେ କାମ କରିଛନ୍ତି। ନିକଟରେ ଏହାର ଶୁଟିଂ ଶେଷ ହୋଇଛି। ଇତିମଧ୍ୟରେ ନେହା ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଭିନ୍ନ ପ୍ରସଙ୍ଗ ଉଠାଇ ଶୋ’ର ନିର୍ମାତାଙ୍କ ପ୍ରତି ଅସନ୍ତୋଷ ପ୍ରକାଶ କରିଛନ୍ତି।
ଶୋ’ ଛାଡ଼ିବା ପୂର୍ବରୁ ନେହା ଛଅ ମାସ କାମ କରିଥିଲେ। ହେଲେ ତାଙ୍କୁ ତାଙ୍କ ପାଉଣା ମିଳିନାହିଁ। ଫଳରେ ଶେଷ ମାସଗୁଡ଼ିକର ପାଉଣା ବାକି ଅଛି। ସେ ଏନେଇ ନିର୍ମାତାଙ୍କୁ ଅନେକ ଥର ଫୋନ କରିଥିଲେ। ହେଲେ ପରିଣାମ ମିଳି ନ ଥିଲା। ତେବେ ସେ ଖୁବ୍‌ଶୀଘ୍ର ତାଙ୍କ ପ୍ରାପ୍ୟ ପାଇବେ ବୋଲି ସେ ଆଶା ରଖିଥିବା ପ୍ରକାଶ କରିଛନ୍ତି।
Share