ବିବାହ ପରେ ରୋମାଣ୍ଟିକ୍‌ ଫଟୋ ଶେୟାର କଲେ ନେହା କକ୍କର

ମୁମ୍ବାଇ: ବଲିଉଡ୍‌ ଗାୟିକା ନେହା କକ୍କର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଗତ ୨୪ ତାରିଖରେ ସେ ଦିଲ୍ଲୀର ଏକ ଗୁରୁଦ୍ୱାରରେ ପଞ୍ଜାବୀ ଗାୟକ ରୋହନପ୍ରୀତ୍‌ ସିଂଙ୍କୁ ବିବାହ କରିଛନ୍ତି। ବିବାହ ପରେ ନେହା ଏବେ ସୋସିଆଲ ମିଡିଆରେ କିଛି ରୋମାଣ୍ଟିକ୍‌ ଫଟୋ ଶେୟାର କରିଛନ୍ତି। ଯାହାକୁ ପ୍ରଶଂସକମାନେ ବେଶ୍‌ ପସନ୍ଦ କରିଛନ୍ତି। ପ୍ରତ୍ୟେକ ଫଟୋରେ ନେହା ଏବଂ ରୋହନ ପରସ୍ପର ପ୍ରେମରେ ହଜିଯାଇଥିବାର ନଜର ଆସିଛନ୍ତି। ଏହି ସମୟରେ, ନେହୁପ୍ରୀତ୍‌ଙ୍କ କିଛି ଫଟୋ ଦେଖିବାକୁ ମିଳିଛି, ଯାହାକୁ ଉଭୟଙ୍କ ସବୁଠାରୁ ରୋମାଣ୍ଟିକ ଫଟୋ କୁହାଯାଉଛି।

ନେହା ହଳଦୀ ଲଗାଇବା ଠାରୁ ଆରମ୍ଭ କରି ମେହେନ୍ଦୀ ଏବଂ ବିବାହ ପର୍ଯ୍ୟନ୍ତ ଫଟୋ ଶେୟାର କରିଥିଲେ। ଏବେ ନେହା ଆଉ ଏକ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ସେ ରୋହନଙ୍କୁ ଚୁମ୍ବନ ଦେଉଛନ୍ତି। ଏହି ଦୃଶ୍ୟ ସମସ୍ତଙ୍କୁ ଛୁଇଁଯାଇଛି। ନେହା ଏକ ଗୋଲାପୀ ରଙ୍ଗର ଲେହେଙ୍ଗା ପିନ୍ଧିଥିବା ବେଳେ ରୋହନ ଧଳା ରଙ୍ଗର ଶୁଟ୍‌ ପିନ୍ଧିଛନ୍ତି। ମୁଣ୍ଡରେ ଲାଲ୍‌ ରଙ୍ଗର ପଗଡ଼ି ବାନ୍ଧିଥିବା ନଜର ଆସିଛନ୍ତି। ଫଟୋଗୁଡ଼ିକୁ ପ୍ରଶଂସକମାନେ ପସନ୍ଦ କରିବା ସହ ଉଭୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତିନିବର୍ଷ ପାଇଁ ଘୋଷଣା ହେଲା ରାଜ୍ୟ ଚଳଚିତ୍ର ପୁରସ୍କାର: ବାଜି ମାରିନେନେଲା ଏହି ଚାରି ସିନେମା

ଭୁବନେଶ୍ୱର,୧୪।୧୧: ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଗୁରୁବାର ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରର ବିଜେତାମାନଙ୍କ ନାମ ଘୋଷଣା କରାଯାଇଛି। ଏକାସାଙ୍ଗରେ ତିନି ବର୍ଷ ପାଇଁ ପୁରସ୍କାର...

ଭରା ଦର୍ଶକଙ୍କ ଆଗରେ ପ୍ରଦର୍ଶନ କରୁଥିଲେ ମିକା ସିଂହ; ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲେ ପାକିସ୍ତାନୀ ପ୍ରଶଂସକ

ମୁମ୍ବାଇ: ବଲିଉଡ ତଥା ପଞ୍ଜାବୀ ଗାୟକ ମିକା ସିଂହ ନିଜର ହିଟ୍ ଗୀତ ପାଇଁ କେବଳ ଭାରତରେ ନୁହେଁ ବିଶ୍ୱରେ ପ୍ରସିଦ୍ଧ। ଅନେକ ବ୍ଲକବଷ୍ଟର ଗୀତାରେ...

ସାତସାନ ଯୁବକଙ୍କ ପ୍ରେମରେ ଉବୁଟୁବୁ ୪୯ ବର୍ଷୀୟା ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ ଅମିଶା ପଟେଲ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ସେ ତାଙ୍କ ବୃତ୍ତିଗତ ଜୀବନ ଅପେକ୍ଷା ବ୍ୟକ୍ତିଗତ ଜୀବନ ପାଇଁ ଆଲୋଚନାକୁ ଆସିଛନ୍ତି। ୪୯ ବର୍ଷୀୟ...

ସଲମାନଙ୍କ ପୂର୍ବ ପ୍ରେମିକାଙ୍କୁ ମରଣାନ୍ତକ ଆକ୍ରମଣ

ବମ୍ବେ: ବିବାଦରେ ରହି ଆସୁଥିବା ଅଭିନେତ୍ରୀ ସୋମି ଅଲିଙ୍କ ଉପରେ ହୋଇଛି ମରଣାନ୍ତକ ଆକ୍ରମଣ। ମାନବ ଚାଲାଣ ଶିକାର ହୋଇଥିବା ଜଣେ ମହିଳାଙ୍କୁ ଉଦ୍ଧାର କରିବାକୁ...

ମୁଁ ବେଦାଙ୍ଗଙ୍କୁ ଡେଟ୍‌ କରୁନାହିଁ: ଖୁସି କପୁର

ମୁମ୍ବାଇ: ସ୍ବର୍ଗତା ଅଭିନେତ୍ରୀ ଶ୍ରୀଦେବୀ ଏବଂ ଫିଲ୍ମ ନିର୍ମାତା ବୋନି କପୁରଙ୍କ ସାନ ଝିଅ ଖୁସି କପୁର ବଡ଼ ପରଦାରେ ପାଦ ଥାପି ସାରିଛନ୍ତି। ଗତବର୍ଷ...

ଅଭିଷେକଙ୍କୁ ଡେଟିଂ ଗୁଜବକୁ ନେଇ ମୁହଁ ଖୋଲିଲେ ନିମ୍ରତ, କହିଲେ ଲୋକେ ଜଳି ଯାଉଛନ୍ତି…

ମୁମ୍ବାଇ: ଗତ କିଛି ଦିନ ହେବ ବଲିଉଡ ଅଭିନେତ୍ରୀ ନିମ୍ରତ କୌର ଖବର ଶିରୋନାମାରେ ଅଛନ୍ତି। ଏହାର କାରଣ ହେଉଛି ଅଭିଷେକ ବଚ୍ଚନଙ୍କ ସହିତ ତାଙ୍କର...

‘ଲାପତା ଲେଡିଜ୍‌’ରୁ କାହିଁକି ହେଲା ‘ଲଷ୍ଟ ଲେଡିଜ୍‌’, ଭାଇରାଲ ହେଉଥିବା ପୋଷ୍ଟରର ସତ୍ୟତା ଜାଣନ୍ତୁ…

ମୁମ୍ବାଇ: କିରଣ ରାଓଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଲାପତା ଲେଡିଜ୍‌’ ହେଉଛି ୨୦୨୫ ବର୍ଷ ଓସ୍କାର ପାଇଁ ଏଣ୍ଟ୍ରି କରିଛି। ଓସ୍କାର ପୁରସ୍କାର ପୂର୍ବରୁ ଆମିର ଖାନ...

ଅଭିନେତ୍ରୀଙ୍କୁ ହତ୍ୟା ଧମକ: ୨ ଦିନରେ ୫୦ ଲକ୍ଷ ଟଙ୍କା ନ ଦେଲେ ଉଡାଇଦେବୁ

ନୂଆଦିଲ୍ଲୀ,୧୩।୧୧: ସଲମାନ ଖାନ ଏବଂ ଶାହାରୁଖ ଖାନଙ୍କ ପରେ ଭୋଜପୁରୀ ଅଭିନେତ୍ରୀ ଅକ୍ଷରା ସିଂଙ୍କୁ ହତ୍ୟା ଧମକ ଦିଆଯାଇଛି। ଅଜଣା ନମ୍ବରରୁ ତାଙ୍କୁ ଧମକପୂର୍ଣ୍ଣ କଲ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri