ମୁମ୍ବାଇ: ବଲିଉଡ୍ ଗାୟିକା ନେହା କକ୍କର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଗତ ୨୪ ତାରିଖରେ ସେ ଦିଲ୍ଲୀର ଏକ ଗୁରୁଦ୍ୱାରରେ ପଞ୍ଜାବୀ ଗାୟକ ରୋହନପ୍ରୀତ୍ ସିଂଙ୍କୁ ବିବାହ କରିଛନ୍ତି। ବିବାହ ପରେ ନେହା ଏବେ ସୋସିଆଲ ମିଡିଆରେ କିଛି ରୋମାଣ୍ଟିକ୍ ଫଟୋ ଶେୟାର କରିଛନ୍ତି। ଯାହାକୁ ପ୍ରଶଂସକମାନେ ବେଶ୍ ପସନ୍ଦ କରିଛନ୍ତି। ପ୍ରତ୍ୟେକ ଫଟୋରେ ନେହା ଏବଂ ରୋହନ ପରସ୍ପର ପ୍ରେମରେ ହଜିଯାଇଥିବାର ନଜର ଆସିଛନ୍ତି। ଏହି ସମୟରେ, ନେହୁପ୍ରୀତ୍ଙ୍କ କିଛି ଫଟୋ ଦେଖିବାକୁ ମିଳିଛି, ଯାହାକୁ ଉଭୟଙ୍କ ସବୁଠାରୁ ରୋମାଣ୍ଟିକ ଫଟୋ କୁହାଯାଉଛି।
ନେହା ହଳଦୀ ଲଗାଇବା ଠାରୁ ଆରମ୍ଭ କରି ମେହେନ୍ଦୀ ଏବଂ ବିବାହ ପର୍ଯ୍ୟନ୍ତ ଫଟୋ ଶେୟାର କରିଥିଲେ। ଏବେ ନେହା ଆଉ ଏକ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ସେ ରୋହନଙ୍କୁ ଚୁମ୍ବନ ଦେଉଛନ୍ତି। ଏହି ଦୃଶ୍ୟ ସମସ୍ତଙ୍କୁ ଛୁଇଁଯାଇଛି। ନେହା ଏକ ଗୋଲାପୀ ରଙ୍ଗର ଲେହେଙ୍ଗା ପିନ୍ଧିଥିବା ବେଳେ ରୋହନ ଧଳା ରଙ୍ଗର ଶୁଟ୍ ପିନ୍ଧିଛନ୍ତି। ମୁଣ୍ଡରେ ଲାଲ୍ ରଙ୍ଗର ପଗଡ଼ି ବାନ୍ଧିଥିବା ନଜର ଆସିଛନ୍ତି। ଫଟୋଗୁଡ଼ିକୁ ପ୍ରଶଂସକମାନେ ପସନ୍ଦ କରିବା ସହ ଉଭୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି।