ନେହାଙ୍କ ଟିପ୍ସ୍‌

ମୁମ୍ବାଇ: କିଛି ନା କିଛି କଥାକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ବଲିଉଡ୍‌ର ଲୋକପ୍ରିୟ ଗାୟିକା ନେହା କକ୍କର। ସମସ୍ତଙ୍କ ହୃଦୟରେ ରାଜ୍‌ କରନ୍ତି ସେ । ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ ରହୁଥିବା ନେହା କିଛି ଦିନ ତଳେ ତାଙ୍କର ଏକ ଗୀତକୁ ନେଇ ବେଶ୍‌ ଚର୍ଚ୍ଚାରେ ଥିଲେ।
ନିକଟରେ ନେହାଙ୍କର ଏକ ଭିଡିଓ ଭାଇରାଲ ହୋଇଛି। ସେଥିରେ ସେ ଏକ ପାଣି ବୋତଲ ଧରି କିଛି ଟିପ୍ସ୍‌ ଦେଉଥିବାର ଦେଖାଯାଇଛି। ପ୍ରଚୁର ପାଣି ପିଅନ୍ତୁ, ହାଇଡ୍ରେଟ୍‌ ରୁହନ୍ତୁ। ପାଣି ପିଇବା ଦ୍ୱାରା ତ୍ୱଚା ଭଲ ରହିଥାଏ। ଏହା ଶରୀର ପାଇଁ ବହୁତ ଭଲ। ଏଥିପାଇଁ ମୁଁ ମୋ ପାଖରେ ପାଣି ବୋତଲ ରଖୁଥିବା ନେହା କହିଛନ୍ତି।

Share