Categories: ଜାତୀୟ

ନେହେରୁ ମେମୋରିଆଲ ମ୍ୟୁଜିୟମ ନାମ ପରିବର୍ତ୍ତନ କରିବାକୁ ମିଳିଲା ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ନୂଆଦିଲ୍ଲୀ,୧।୯: ନେହେରୁ ମେମୋରିଆଲ ମ୍ୟୁଜିୟମ ଏବଂ ଲାଇବ୍ରେରୀ (ଏନ୍‌ଏମ୍‌ଏମ୍‌ଏଲ୍‌)ର ନାମ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଭାବରେ ନାମକରଣ କରିବାକୁ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଅନୁମୋଦନ କରିଛନ୍ତି। ଅଗଷ୍ଟ ୧୪ରେ ନେହେରୁ ମେମୋରିଆଲ ସଂଗ୍ରହାଳୟର ନାମ ଆନୁଷ୍ଠାନିକ ଭାବରେ ପ୍ରଧାନମନ୍ତ୍ରୀଙ୍କ ସଂଗ୍ରହାଳୟ ଏବଂ ଲାଇବ୍ରେରୀ (ପିଏମ୍‌ଏମ୍‌ଏଲ) ସୋସାଇଟିରେ ପରିବର୍ତ୍ତିତ ହୋଇଥିଲା।
ଜୁନ ୨୦୨୩ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ନେହେରୁ ମେମୋରିଆଲ ମ୍ୟୁଜିୟମ ଏବଂ ଲାଇବ୍ରେରୀ ସୋସାଇଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ନାମ ପରିବର୍ତ୍ତନ ପ୍ରସ୍ତାବକୁ ଅନୁମୋଦନ କରାଯାଇଥିଲା। ଏହା ପରେ ସ୍ବାଧୀନତା ଦିବସ ଅବସରରେ ନାମ ପରିବର୍ତ୍ତନ ଲାଗୁ କରାଯାଇଥିଲା। ବର୍ତ୍ତମାନ ରାଷ୍ଟ୍ରପତି ଏଥିରେ ଅନୁମୋଦନ କରିଛନ୍ତି।

Share