Categories: ଜାତୀୟ

ନେହେରୁ ସଂଗ୍ରହାଳୟର ନାମ ପରିବର୍ତ୍ତନକୁ ନେଇ ମୋଦିଙ୍କର ପ୍ରଶଂସା କଲେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପୁଅ

ନୂଆଦିଲ୍ଲୀ,୧୭।୬: ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ପୁଅ ତଥା ଭାରତୀୟ ଜନତା ପାର୍ଟି(ଭାଜପା)ର ରାଜ୍ୟ ସଭା ଏମପି ନିରଜ ଶେଖର ନେହେରୁ ସଂଗ୍ରହାଳୟର ନାମ ପରିବର୍ତ୍ତନ ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଖୁବ ପ୍ରଶଂସା କରିଛନ୍ତି। ଅନ୍ୟପଟେ ସେ କଂଗ୍ରେସକୁ ବଂଶବାଦୀ କହିବା ସହ ଏହାକୁ ଟାର୍ଗେଟ କରିଛନ୍ତି। ନିରଜ ଶେଖର ଟାର୍ଗେଟ କରି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ଏକ ଟୁଇଟକୁ ଶେୟାର କରିଛନ୍ତି।
ଶୁକ୍ରବାର ଦିଲ୍ଲୀର ତିନମୁର୍ତ୍ତି ଭବନ ପରିସର ସ୍ଥିତ ନେହେରୁ ସ୍ମାରକ ସଂଗ୍ରହାଳୟ ଓ ପୁସ୍ତକାଳୟ ସୋସାଇଟିର ନାମ ପରିବର୍ତ୍ତନ କରି ‘ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଓ ପୁସ୍ତକାଳୟ ସୋସାଇଟି’ କରି ଦିଆଯାଇଛି। ସରକାରଙ୍କ ଏହି ପଦକ୍ଷେପକୁ କଂଗ୍ରେସ ଆଲୋଚନା କରୁଛି। କଂଗ୍ରେସକୁ ଭାଜପା ନେତାଙ୍କ ପକ୍ଷରୁ ଜବାବ ଦିଆଯାଉଛି।

Share