Categories: ଜାତୀୟ

ନେହେରୁ ସଂଗ୍ରହାଳୟର ନାମ ବଦଳିଲା…

ନୂଆଦିଲ୍ଲୀ, ୨୯।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ନେହେରୁ ସଂଗ୍ରହାଳୟର ନାମ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ବର୍ତ୍ତମାନ ଏହା ପିଏମ୍‌(ପ୍ରଧାନମନ୍ତ୍ରୀ) ସଂଗ୍ରହାଳୟ ଭାବରେ ନାମିତ ହେବ। ଏଠାରେ ଦେଶର ୧୪ ଜଣ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ମୃତି ରଖାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଆମ୍ବେଡକର ଜୟନ୍ତୀ ୧୪ ଏପ୍ରିଲରେ ଲୋକାର୍ପିତ କରିବେ।

ପ୍ରଧାନମନ୍ତ୍ରୀ ମୋଦୀ ମଙ୍ଗଳବାର ଭାଜପା ଏମ୍‌ପିମାନଙ୍କୁ କହିଛନ୍ତି ଯେ ୧୪ ଜଣ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଅବଦାନକୁ ସଂରକ୍ଷଣ କରିବା ପାଇଁ ଏନଡିଏ ସରକାର ଏହି ପଦକ୍ଷେପ ନେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସଂଗ୍ରହାଳୟରେ ସମସ୍ତ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟ ପ୍ରଦର୍ଶିତ ହେବ। ଏହି ବୈଠକରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ତାଙ୍କ ସରକାର ସମସ୍ତ ପ୍ରଧାନମନ୍ତ୍ରୀଙ୍କ ଅବଦାନକୁ ସଂରକ୍ଷଣ କରିବା ଲାଗି ପଦକ୍ଷେପ ଗ୍ରହଣ କରିଛନ୍ତି।

Share