Categories: ଜାତୀୟ

ନେହେରୁଙ୍କ ଜନ୍ମଦିନ ପାଳନ ପାଇଁ ସଂସଦକୁ ଆସିଲେ ନାହିଁ ବାଚସ୍ପତି, ଉପରାଷ୍ଟ୍ରପତି: ଆପତ୍ତି ଉଠାଇଲା କଂଗ୍ରେସ

ନୂଆଦିଲ୍ଲୀ,୧୪।୧୧: ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମ ବାର୍ଷିକୀ ରବିବାର ପାଳନ କରାଯାଇଥିଲା। ଏହି ଅବସରରେ ସଂସଦରେ ଆୟୋଜିତ ପାରମ୍ପରିକ କାର୍ଯ୍ୟକ୍ରମରେ ରାଜ୍ୟ ସଭା ବାଚସ୍ପତି ଭେଙ୍କେୟା ନାଇଡୁ, ଲୋକ ସଭା ବାଚସ୍ପତି ଓମ ବିର୍ଲା ଏବଂ ଅନ୍ୟ ମନ୍ତ୍ରୀମାନେ ଅଂଶଗ୍ରହଣ କରି ନ ଥିଲେ। କଂଗ୍ରେସ ସେମାନଙ୍କ ଅନୁପସ୍ଥିତିରେ ଆପତ୍ତି ଉଠାଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି। ଏହି କାର୍ଯ୍ୟକ୍ରମରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ସମେତ ଅନେକ ଦଳର ନେତା ଯୋଗ ଦେଇଥିଲେ।
ରାଜ୍ୟ ସଭାରେ କଂଗ୍ରେସ ମୁଖ୍ୟ ହ୍ବିପ ଜୟରାମ ରମେଶ ଟୁଇଟରରେ ଲେଖିଛନ୍ତି,‘ଯେଉଁମାନଙ୍କର ଫଟୋଗ୍ରାଫ ସେଣ୍ଟ୍ରାଲ ହଲ୍‌ରେ ରଖାଯାଇଛି ସେମାନଙ୍କର ଜନ୍ମ ବାର୍ଷିକୀ ପାଳନ ପାଇଁ ଆୟୋଜିତ ପାରମ୍ପରିକ କାର୍ଯ୍ୟକ୍ରମରେ, ସଂସଦରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା। ଲୋକ ସଭା ବାଚସ୍ପତି ଅନୁପସ୍ଥିତ ରହିଲେ। ରାଜ୍ୟ ସଭା ଅଧ୍ୟକ୍ଷ ଅନୁପସ୍ଥିତ ରହିଲେ। ସେଠାରେ କୌଣସି ମନ୍ତ୍ରୀ ଉପସ୍ଥିତ ନ ଥିଲେ। ଏହାଠାରୁ ଅଧିକ ଘୃଣ୍ୟ କିଛି ହୋଇପାରେ କି?
ଜୟରାମ ରମେଶଙ୍କ ଏହି ଟୁଇଟକୁ ଉଲ୍ଲେଖ କରି ତୃଣମୂଳ କଂଗ୍ରେସ ନେତା ଡେରେକ ଓ’ବ୍ରାଇନ ମଧ୍ୟ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଏହାର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ କରିଛନ୍ତି। ସେ ତାଙ୍କର ଏକ ଟୁଇଟ୍‌ରେ ଲେଖିଛନ୍ତି, ମୋତେ ଆଉ ଆଶ୍ଚର୍ଯ୍ୟ ଲାଗୁନାହିଁ। ଏହି ବ୍ୟବସ୍ଥା (କେନ୍ଦ୍ର ସରକାର) ସଂସଦ ସମେତ ଦେଶର କିଛି ମହାନ ଅନୁଷ୍ଠାନକୁ ପ୍ରତିଦିନ ନଷ୍ଟ କରୁଛି।

Share