Posted inଜାତୀୟ

‘ନେହରୁଙ୍କ ନୀତିରେ ତ୍ରୁଟି ଥାଇପାରେ, ଉଦ୍ଦେଶ୍ୟରେ ନୁହେଁ’

ଶ୍ରୀନଗର,୨୪।୭: କାରଗିଲ ବିଜୟ ଦିବସ ଅବସରରେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଜମ୍ମୁରେ କାରଗିଲ ଯୁଦ୍ଧରେ ଶହୀଦ ହୋଇଥିବା ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ଭାରତ ବର୍ତ୍ତମାନ ଏକ ଶକ୍ତିଶାଳୀ ଦେଶ ହୋଇପାରିଛି। ସେନା ଯବାନଙ୍କର ପ୍ରଶଂସା ଯେତେ କରାଯିବ, ତାହା କମ୍‌ ପଡ଼ିବ। କାରଗିଲ ଯୁଦ୍ଧରେ ଆମର ତିନି ସେନା ମଧ୍ୟରେ ସମନ୍ବୟ ଦେଖିବାକୁ ମିଳିଥିଲା।
କାଗଗିଲ ବିଜୟ ଦିବସ ଅବସରରେ ସେ ଆହୁରି ମଧ୍ୟ କହିଛନ୍ତି, ଏହି ଯୁଦ୍ଧରେ ଭାରତ ବିଶ୍ୱର ସମର୍ଥନ ପାଇ ନ ଥିଲା, ତଥାପି ଭାରତ ଏହି ଯୁଦ୍ଧକୁ ପୂର୍ଣ୍ଣ ଶକ୍ତି ସହିତ ଲଢି ଜିତିଥିଲା। ଆମେ ପଡୋଶୀ ଦେଶମାନଙ୍କ ସହିତ ଭଲ ସମ୍ପର୍କ ଚାହୁଁଛୁ, କିନ୍ତୁ ଯଦି କେହି ତାଙ୍କ ଆଖି ଦେଖାଇବାକୁ ଚେଷ୍ଟା କରନ୍ତି, ତେବେ ତାଙ୍କୁ ମଧ୍ୟ ଉପଯୁକ୍ତ ଜବାବ ଦିଆଯିବ।
ଏହି ଅବସରରେ ରାଜନାଥ ସିଂ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କୁ ଟାର୍ଗେଟ କରି କହିଥିଲେ। ସେ କହିଥିଲେ, ୧୯୬୨ରେ ଚାଇନା ଲଦାଖରେ ଆମର ଜମି ଦଖଲ କରିଥିଲା। ପଣ୍ଡିତ ଜବାହରଲାଲ ନେହରୁ ସେତେବେଳେ ପ୍ରଧାନମନ୍ତ୍ରୀ ଥିଲେ। କୌଣସି ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିବାକୁ ଚାହୁଁନାହିଁ। ନେହରୁଙ୍କ ନୀତିରେ ତ୍ରୁଟି ଥାଇପାରେ, ଉଦ୍ଦେଶ୍ୟରେ ନୁହେଁ। ଏବେ କିନ୍ତୁ ଭାରତ ହେଉଛି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଏବଂ ପିଓକେ ଆମର ଅବିଚ୍ଛେଦ୍ୟ ଅଙ୍ଗ।


Enter your email to get our daily news in your inbox.

All Right Reserved By Dharitri.Com

୨୪ବର୍ଷର ରେକର୍ଡ ଭାଙ୍ଗିଲେ ହେମନ୍ତ ସୋରେନ, ଚମକାଇଲା ଟ୍ରେଣ୍ଡ

ନୂଆଦିଲ୍ଲୀ,୨୩।୧୧: ୨୪ବର୍ଷର ରେକର୍ଡ ଭାଙ୍ଗିଲେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। ପ୍ରଥମ ଥର ପାଇଁ ଏକ ଦଳ ରାଜ୍ୟରେ ପୁର୍ନବାର କ୍ଷମତାକୁ ଫେରୁଛିି। ବର୍ତ୍ତମାନ ପର୍ଯ୍ୟନ୍ତ ଟ୍ରେଣ୍ଡରେ,...

ବଜୟ ମୁହାଁ ମହାୟୁତି, ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବେ, ସ୍ପଷ୍ଟ କରିଦେଲେ ଫଡନ୍‌ଭିସ

ମୁମ୍ବାଇ,୨୩।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ସ୍ପଷ୍ଟ ହୋଇଯିବ କିଏ ହେବେ ଆଗାମୀ ମୁଖ୍ୟମନ୍ତ୍ରୀ। ଏହି ସମୟରେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନ୍‌ଭିସ...

ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଆସନ ପାଇଁ ସଂଗ୍ରାମ ଆରମ୍ଭ: ଛପା ହେଲାଣି ପୋଷ୍ଟର

ମୁମ୍ବାଇ,୨୩।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନଫଳାଫଳ ପାଇଁ ଗଣନା ଚାଲିଛି ଏବଂ ପ୍ରାରମ୍ଭିକରେ ଭାରତୀୟ ଜନତା ପାର୍ଟି, ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଅଜିତ ପାୱାର ଦଳ) ଏବଂ...

ରାହୁଲ, ଖାର୍ଗେଙ୍କୁ ଲିଗାଲ ନୋଟିସ ପଠାଇଲେ ତାଓ୍ବଡେ

ନୂଆଦିଲ୍ଲୀ,୨୩ା୧୧(ପି.ଟି.): ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବଦିନ ମୁମ୍ବାଇର ଏକ ହୋଟେଲରେ ଭାଜପା ନେତା ବିନୋଦ ତାଓ୍ବଡେ ଭୋଟ ପାଇଁ ଲୋକଙ୍କୁ ଟଙ୍କା ବାଣ୍ଟୁଥିବା ନେଇ କଂଗ୍ରେସ...

ଝାଡଖଣ୍ଡରେ ହେମନ୍ତ ମ୍ୟାଜିକ୍‌: ବହୁମତ ପାର୍‌ କଲା ଜେଏମ୍‌ଏମ୍‌

ରାଞ୍ଚି,୨୩।୧୧:ଝାଡଖଣ୍ଡରେ ପୁଣି ହେମନ୍ତ ସୋରେନ୍‌ଙ୍କ ମ୍ୟାଜିକ୍‌ ଦେଖିବାକୁ ମିଳିଛି। ପ୍ରାରମ୍ଭିକ ଟେଣ୍ଡରେ ଇଣ୍ଡିଆ ମେଣ୍ଟ ବହୁମତ ପାର୍‌ କରିଛି। ଏହି ମେଣ୍ଟ ୫୧ ସିଟ୍‌ରେ ଆଗୁଆ...

ପ୍ରଚଣ୍ଡ ବିଜୟ ଅଭିମୁଖେ ପ୍ରିୟଙ୍କା ଗାନ୍ଧୀ: ଲକ୍ଷେରୁ ଅଧିକ ଭୋଟ୍‌ରେ ଆଗୁଆ

ୱାୟନାଡ,୨୩।୧୧: ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ଇସ୍ତଫା ପରେ ଖାଲି ପଡ଼ିଥିବା କେରଳର ୱାୟନାଡ ଲୋକ ସଭା ଆସନରେ ଉପ-ନିର୍ବାଚନ ପାଇଁ ଭୋଟ ଗଣନା...

ମହାରାଷ୍ଟ୍ରରେ ମହାବିଜୟ ମୁହାଁ ମହାୟୁତି: ୨୦୦ ପାର୍‌ କଲା ମେଣ୍ଟ

ପୁଣେ,୨୩।୧୧: ମହାରାଷ୍ଟ୍ରରେ ପୁଣି ମହାୟୁତି ଦ୍‌ବଦବା ଦେଖିବାକୁ ମିଳିଛି। ପ୍ରାରମ୍ଭିକ ଟ୍ରେଣ୍ଡରେ ମହାୟୁତି ବହୁମତଠାରୁ ବହୁ ଆଗରେ ଚାଲିଛି। ଭାଜପା ନେତୃତ୍ୱାଧୀନ ମହାୟୁତି ୨୧୩ଟି ଆସନରେ,...

ମହାରାଷ୍ଟ୍ରରେ ମହାୟୁତିକୁ ବହୁମତ: ପଛରେ ପଡ଼ିଲା ଏମ୍‌ଭିଏ

ପୁଣେ,୨୩।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ମତଗଣନା ଜାରି ରହିଛି। ପ୍ରାରମ୍ଭିକ ଟ୍ରେଣ୍ଡରେ ମହାୟୁତିକୁ ବହୁମତ ମିଳିଛି। ଭାଜପା ନେତୃତ୍ୱାଧୀନ ମହାୟୁତି ୯୭ଟି ଆସନରେ, କଂଗ୍ରେସ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri