Categories: ଜାତୀୟ

ପଡ଼ୋଶୀଙ୍କ ସହଯୋଗ ବୃଦ୍ଧି ଜରୁରୀ: ଡୋଭାଲ

ମାଲେ,୧୦।୩(ପି.ଟି.): ଭାରତ ମହାସାଗରୀୟ ଅଞ୍ଚଳରେ ରହୁଥିବା ଦେଶଗୁଡ଼ିକର ସୁରକ୍ଷା ପ୍ରତି ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ଏହାକୁ ପ୍ରତିହତ କରିବାକୁ ହେଲେ ଉକ୍ତ ଅଞ୍ଚଳରେ ରହିଥିବା ସାମୁଦ୍ରିକ ପଡୋଶୀମାନଙ୍କ ସହ ସହଯୋଗକୁ ମଜଭୂତ କରିବା ଲାଗି ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ୍‌ ଡୋଭାଲ ବୁଧବାର ଆହ୍ବାନ ଦେଇଛନ୍ତି। ମାଳଦ୍ୱୀପରେ ୫ମ ଏନ୍‌ଏସ୍‌ଏ ସ୍ତରୀୟ କଲମ୍ବୋ ସୁରକ୍ଷା ସମ୍ମିଳନୀରେ ଯୋଗଦେଇ ଡୋଭାଲ ଏହା କହିଛନ୍ତି। ଏହି ଦୁଇଦିନିଆ ସମ୍ମିଳନୀରେ ଭାରତ, ଶ୍ରୀଲଙ୍କା, ମାଳଦ୍ୱୀପ, ମରିସସ୍‌, ବାଂଲାଦେଶ ଓ ସିଚେଲ୍ସର ଏନ୍‌ଏସ୍‌ଏ ଏବଂ ପ୍ରତିନିଧିମାନେ ଯୋଗ ଦେଇଥିଲେ। ସୁରକ୍ଷା ସହଯୋଗ ଲାଗି ଭାରତ, ଶ୍ରୀଲଙ୍କା ଓ ମାଳଦ୍ୱୀପ ମଧ୍ୟରେ ତ୍ରିପାକ୍ଷିକ ସୁରକ୍ଷା ଢାଞ୍ଚା ଭାବେ କଲମ୍ବୋ ସୁରକ୍ଷା କନ୍‌କ୍ଲେଭ୍‌ ପ୍ରତିଷ୍ଠା ହୋଇଥିଲା।

 

Share