Categories: ଜାତୀୟ

ସନ୍ତାନ ନ ହେବାରୁ ପଡ଼ୋଶୀ କରୁଥିଲେ ବିଦ୍ରୁପ: ବ୍ୟକ୍ତି ନେଲେ ଚରମ ପଦକ୍ଷେପ

ଲୁଧିଆନା,୯।୭: ପଞ୍ଜାବର ଲୁଧିଆନାର ସାଲେମ ଟାବରୀ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ସନ୍ତାନ ନ ହେବାରୁ ପଡୋଶୀ ବିଦ୍ରୁପ ସହି ନ ପାରି ଜଣେ ବ୍ୟକ୍ତି ଗୋଟିଏ ପରିବାରର ୩ ଜଣଙ୍କ ହତ୍ୟା କରିଛନ୍ତି। ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି।
ଅଭିଯୁକ୍ତ ରବିନ ମୃତକଙ୍କ ପରିବାରର ପଡ଼ୋଶୀ ଥିଲେ। ମୃତକଙ୍କ ମଧ୍ୟରେ ଜଣେ ମହିଳା, ତାଙ୍କ ସ୍ବାମୀ ଏବଂ ଶାଶୁ ମଧ୍ୟ ଅଛନ୍ତି ବୋଲି ପୋଲିସ କମିଶନର ମନଦୀପ ସିଂ ସିଦ୍ଧୁ କହିଛନ୍ତି। ପୋଲିସ ଅଧିକାରୀ କହିଛନ୍ତି, ଅଭିଯୁକ୍ତ ମୁନ୍ନା ଏକ ଇ-ରିକ୍ସା ଚଳାଉଥିଲେ। ରବିନଙ୍କ କୌଣସି ସନ୍ତାନ ନ ଥିଲା। ମୃତ ସୁରିନ୍ଦର କୌର ଏନେଇ ରବିନଙ୍କୁ ବିଦ୍ରୁପ କରୁଥିଲେ। କେବଳ ଏତିକି ନୁହେଁ, ସେ ତାଙ୍କ ସ୍ତ୍ରୀଙ୍କ ଆଗରେ ବାରମ୍ବାର ଏହି ପ୍ରସଙ୍ଗ ଉଠାଉଥିଲେ, ଏହି କାରଣରୁ ରବିନ ରାଗିଯାଇ ହାତୁଡି ସାହାଯ୍ୟରେ ସୁରିନ୍ଦର(୭୦), ତାଙ୍କ ସ୍ବାମୀ ଚମନ ଲାଲ (୭୫) ଏବଂ ଶାଶୁ (୯୦ ବର୍ଷ)ଙ୍କୁ ହତ୍ୟା କରିଥିଲେ। ଅଭିଯୁକ୍ତ ନିଜ ଅପରାଧ ସ୍ବୀକାର କରିଛନ୍ତି ବୋଲି କମିଶନର କହିଛନ୍ତି। ତାଙ୍କ ଅପରାଧ ପାଇଁ କୌଣସି ଅନୁତାପ କରୁନାହାନ୍ତି ବୋଲି ରବିନ କହିଛନ୍ତି।

Share