Categories: ଜାତୀୟ

ନା ସୁନା ନା ରୂପା; ଦୋକାନରୁ ହେଉଛି ଟମାଟୋ ଲୁଟ୍‌, ମାମଲା ରୁଜୁ

ଲକ୍ଷ୍ନୌ,୧୪।୭: ନା ସୁନା ନା ରୂପା। ୨୬ କିଲୋ ଟମାଟୋ, ୨୫ କିଲୋ ଲଙ୍କା ଏବଂ ୮ କିଲୋ ଅଦା ଲୁଟି ନେଇଛନ୍ତି ଲୁଟେରା। ଉତ୍ତରପ୍ରଦେଶର ଫତେହପୁର ଜିଲାରେ ଏଭଳି ଏକ ଘଟଣାକୁ ନେଇ ଦୋକାନୀ ଥାନାର ଦ୍ୱାରସ୍ତ ହୋଇଥିଲେ। ଏହାପରେ ପୋଲିସ ତଦନ୍ତ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି।

ପୋଲିସଠାରୁ ମିଳିଥିବା ସୂଚନା ମୁତାବକ, ସୋମବାର ୧୦ ଜୁଲାଇର ଏହି ଘଟଣା। ଦୁଇ ଦୋକାନୀ ରାମଜୀ ଏବଂ ନଇମ ଖାଁ ନିଜ ନିଜ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ। ହେଲେ ପରଦିନ ସକାଳେ ସେ ଦୋକାନ ଆସିବା ପରେ ବଡ ଧରଣର ଲୁଟ୍‌ ହୋଇଥିବା ଦେଖିବାକୁ ପାଇଥିଲେ। ଉଭୟ ଗୁରୁବାର(ଘଟଣାର ୩ ଦିନ ପରେ) ଅଭିଯୋଗ କରିଥିଲେ। ପୋଲିସ ଘଟଣାର ଛାନଭିନ୍‌ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।

ତେବେ ଏହି ମାମଲା ସାମ୍ନାକୁ ଆସିବା ପରେ ସମାଜବାଦୀ ପାର୍ଟୀର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ କଟାକ୍ଷ କରି ସ୍ପେଶାଲ ଟାସ୍କ ଫୋର୍ସର ନାମ ଏବେ ସ୍ପେଶାଲ ଟମାଟୋ ଫୋର୍ସ ରଖିଦେବା ଉଚିତ ବୋଲି କହିଥିଲେ।

Share