Categories: ଖେଳ

କୋହଲି କି ରୋହିତ ନୁହନ୍ତି…ଆଇସିସି ଦିନିକିଆ ଟିମ୍‌ରେ ଏହି ୨ ଭାରତୀୟ ଖେଳାଳି, ବାବରଙ୍କୁ ମିଳିଲା ନେତୃତ୍ୱ

ନୂଆଦିଲ୍ଲୀ,୨୪।୧: ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ(ଆଇସିସି) ୨୦୨୨ ପାଇଁ ବର୍ଷର ଦିନିକିଆ ଦଳ ଚୟନ କରିଛି। ଏହି ୧୧ ଜଣିଆ ଆଇସିସି ଦଳରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଏବଂ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କୁ ସ୍ଥାନ ମିଳିନାହିଁ। ଏପରିକି ଆଇସିସି ଦଳର ନେତୃତ୍ୱ ପାକିସ୍ତାନୀ ଅଧିନାୟକ ବାବର ଆଜମଙ୍କୁ ଦେଇଥିବା ଦେଖାଯାଇଛି।

ଆଇସିସି ଦିନିକିଆ ଦଳରେ ମାତ୍ର ଦୁଇ ଭାରତୀୟ ଖେଳାଳିଙ୍କୁ ସୁଯୋଗ ମିଳିଛି। ସେମାନେ ହେଲେ ବ୍ୟାଟ୍ସମ୍ୟାନ ଶ୍ରେୟାସ ଆୟାର ଏବଂ ଦ୍ରୁତ ବୋଲର ମହମ୍ମଦ ସିରାଜ। ନ୍ୟୁଜିଲାଣ୍ଡର ଟମ୍‌ ଲାଥାମ ଉଇକେଟକିପର ଭାବେ ଏହି ଦଳରେ ସ୍ଥାନ ପାଇଛନ୍ତି, ଯିଏକି ଭାରତ ବିପକ୍ଷ ସିରିଜରେ ଦଳର ଅଧିନାୟକତ୍ୱ ଦାୟିତ୍ୱ ତୁଲାଉଛନ୍ତି।

ଆଇସିସି ODI ଟିମ୍‌ ଅଫ୍‌ ଦ ଇୟର ୨୦୨୨:
-ବାବର ଆଜମ(ଅଧିନାୟକ), ପାକିସ୍ତାନ
-ଟ୍ରାଭିସ୍‌ ହେଡ-ଅଷ୍ଟ୍ରେଲିଆ
-ଶାଇ ହୋପ୍‌-ଓ୍ବେଷ୍ଟଇଣ୍ଡିଜ
-ଶ୍ରେୟସ ଆୟର-ଭାରତ
-ଟମ୍‌ ଲାଥାମ(ଉଇକେଟକିପର), ନ୍ୟୁଜିଲାଣ୍ଡ
-ସିକନ୍ଦର ରଜା-ଜିମ୍ବାଓ୍ବେ
-ମେହେଦି ହାସନ ମିରାଜ-ବାଂଲାଦେଶ
-ଅଲଜାରି ଜୋସେଫ-ଓ୍ବେଷ୍ଟଇଣ୍ଡିଜ
-ମହମ୍ମଦ ସିରାଜ-ଭାରତ
-ଟ୍ରେଣ୍ଟ ବୋଲ୍ଟ-ନ୍ୟୁଜିଲାଣ୍ଡ
-ଆଦାମ ଜାମ୍ପା-ଅଷ୍ଟ୍ରେଲିଆ

Share