Categories: ଫୁରସତ

ନା ଖର୍ଚ୍ଚ ହେବ ଟଙ୍କା ନା ବିଜୁଳି, ଏମିତି ତିଆରି ହୋଇଛି ଦେଶୀ ଓ୍ବାଶିଂମେଶିନ, ଭିଡିଓ ଦେଖିଲେ…

ଆମର ସୁବିଧା ପାଇଁ ବୈଜ୍ଞାନିକମାନେ ଅନେକ ଉଦ୍ଭାବନ କରିଛନ୍ତି। ଯେଉଁ କାର୍ଯ୍ୟଗୁଡ଼ିକ ପାଇଁ ଆମେ ପୂର୍ବରୁ ଉଭୟ କଠିନ ପରିଶ୍ରମ ଏବଂ ସମୟ ଅତିବାହିତ କରୁଥିଲୁ ତାହା ବର୍ତ୍ତମାନ ସହଜରେ ହୋଇପାରୁଛି। ଅନେକ ଘରୋଇ କାର୍ଯ୍ୟରେ ମେଶିନ ଆମକୁ ବହୁତ ସାହାଯ୍ୟ କରୁଛି। ଯାହା ସକାଳରୁ ସା ପର୍ଯ୍ୟନ୍ତ କରାଯାଇଥାଏ। ଏହିଯେମିତି ମସଲା ବାଟିବାଠାରୁ ଆରମ୍ଭ କରି ପରିବା କାଟିବା, ଲୁଗା ସଫା କରିବା, ଘର ସଫା କରିବା ଆଦି ଗୋଟିଏ ମିନିଟ୍‌ରେ ହୋଇଯାଉଛି।
ଏସବୁ କାର୍ଯ୍ୟ ସହଜ ହୋଇଥାଏ ସତ କିନ୍ତୁ ବିଦ୍ୟୁତ୍‌ ବିଲ୍‌ ମଧ୍ୟ ବଢ଼ିଥାଏ। ତଥାପି କିଛି ପ୍ରତିଭାଶାଳୀ ଏବଂ ଉତ୍ସାହିତ ବ୍ୟକ୍ତି ଅଛନ୍ତି ଯେଉଁମାନେ କମ୍‌ ଉତ୍ସ ସହିତ ବଡ଼ ଯୋଜନା କରନ୍ତି।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଶୀ ଯୋଗାଡ଼ ଭିଡିଓ ଦେଖି ଆପଣ ମଧ୍ୟ ଏହାକୁ ପ୍ରଶଂସା କରିବେ। ଭିଡିଓରେ କିଛି କାଠକୁ ଫିଟ୍‌ କରି ଏହାକୁ ଏକ ଟୋକେଇ ପରି ବାନ୍ଧି ଦିଆଯାଇଛି। ଟୋକେଇଟି ଏପରି ସ୍ଥାନରେ ରଖାଯାଇଛି, ଯେଉଁଠାରେ ଜଳର ପ୍ରବାହ ବହୁତ ଦ୍ରୁତ ଅଟେ। ଏଥିରେ ଜଳ ପ୍ରବାହ ହେତୁ ଜଳ ଏତେ ବେଗରେ ଘୂର୍ଣ୍ଣନ କରୁଛି, ଯେଉଁ କାରଣରୁ ପୋଷାକ ସହଜରେ ଧୋଇଯାଉଛି।

ଏହି ଭିଡିଓଟି ମାତ୍ର ୯ ସେକେଣ୍ଡର। @ValaAfshar ନାମକ ଏକ ‘X’ ପେଜ୍‌ରେ ଶେୟାର କରାଯାଇଛି। ଏହି ଭିଡିଓଟିକୁ ବର୍ତ୍ତମାନ ସୁଦ୍ଧା ଲକ୍ଷଲକ୍ଷ ଲୋକ ଦେଖିସାରିଲେଣି। ଲୋକମାନେ ଏହା ଉପରେ ରୋଚକ ପ୍ରତିକ୍ରିୟା ଦେଉଛନ୍ତି । କେହି କେହି ଏହାକୁ ସୁନ୍ଦର କହୁଥିବା ବେଳେ ଆଉ କିଛି ୟୁଜର ଟଙ୍କା ବଞ୍ଚିଗଲା ବୋଲି କହୁଛନ୍ତି।

Share